ସ୍କୁଲରୁ ସାଇକେଲ୍‌ରେ ଘରକୁ ଫେରୁଥିଲେ ଛାତ୍ର, ଧକ୍କାଦେଲା ପୋଲିସ ଗାଡ଼ି, ଆଉ ତା’ ପରେ…

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜେଲରୋଡ୍‌ ରାସ୍ତାରେ ଶନିବାର ଅପରାହ୍ନରେ ଏକ ପୋଲିସ ଗାଡ଼ି ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କ ନାମ ଶୁଭମ ଖାଡ଼ଙ୍ଗା ଏବଂ ସେ ସ୍ଥାନୀୟ ସ୍ବରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ସ୍କୁଲ ଛୁଟି ପରେ ସାଇକେଲରେ ନୂଆସାହିରେ ତାଙ୍କ ଘରକୁ ଫେରୁଥିବାବେଳେ ସମ୍ମୁଖ ପଟୁ ଆସୁଥିବା ଏକ ପୋଲିସ ପାଟ୍ରୋଲିଂ ବୋଲେରୋ (ଓଡି ୦୫ ବିଏମ୍‌ ୫୮୪୫) ଧକ୍କା ଦେଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଗାଡ଼ି ଧକ୍କାରେ ତାଙ୍କ ସାଇକେଲ ଭାଙ୍ଗିଯାଇଛି। ପୋଲିସ ଗାଡ଼ିରେ ଥିବା କର୍ମଚାରୀମାନେ ଆହତ ଛାତ୍ରଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଛାତ୍ରଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ମୁହଁରେ ମାଡ଼ ହୋଇଥିବା ଜଣାପଡ଼ିଛି।

ଉକ୍ତ ରାସ୍ତାରେ ପରିବା ମାର୍କେଟଠାରୁ ଆରମ୍ଭ କରି ମାଛ ଦୋକାନୀ ବର୍ଷ ତମାମ ବସୁଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିବାବେଳେ ଏବେ ଚାଲିଥିବା ହସ୍ତତନ୍ତ ମେଳା ଯୋଗୁ ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ ହେଉଛି। ଫଳରେ ଉକ୍ତ ରାସ୍ତା ଅସୁରକ୍ଷିତ ହୋଇପଡ଼ିଛି। ଉକ୍ତ ସ୍ଥାନରେ ମେଳା ଏବଂ ପରିବା ମାର୍କେଟ ଯୋଗୁ ଲୋକମାନେ ରାସ୍ତା ଉପରେ ଗାଡ଼ି ରଖୁଥିବାରୁ ରାସ୍ତା ସଙ୍କୁଚିତ ହୋଇ ବାରମ୍ବାର ଦୁର୍ଘଟଣା ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର…

ଅଲୋଡା ରେକର୍ଡ କଲେ ଅଭିଷେକ ଶର୍ମା: ଟି-୨୦ରେ ଓପନର ଭାବେ…

ସାନୋ, ୨୩।୯: ଜାପାନ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ପାଇଁ ନିରାଶାଜନକ ରହିଛି। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ…

କ୍ରିକେଟରେ ଖେଳିଗଲା ଚାଞ୍ଚଲ୍ୟ! ୨ ବଳାତ୍କାର ଅଭିଯୋଗରେ ଖେଳାଳି ନିଲମ୍ବିତ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଘରୋଇ କ୍ରିକେଟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବର ୨୪ ବର୍ଷୀୟ ବ୍ୟାଟର ରବିନ ଦାସଙ୍କ ବିରୋଧରେ ଦୁଇଟି…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

କେତୁଙ୍କ ନକ୍ଷତ୍ର ବଦଳିବା ମାତ୍ରେ ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ପଦୋନ୍ନତି! ସବୁ କ୍ଷେତ୍ରରେ ପାଇବେ ଲାଭ ହିଁ ଲାଭ

ବୈଦିକ ଜ୍ୟୋତିଷରେ କେତୁଙ୍କୁ ରହସ୍ୟ, ଆଧ୍ୟାତ୍ମିକତା, ଗବେଷଣା ଓ ବୈରାଗ୍ୟ ସହ ଜଡ଼ିତ ଗ୍ରହ ଭାବେ ମନାଯାଏ। ନଭେମ୍ବର ଶେଷରେ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି।…

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ କୋଚ: ଆମେ ଚାପ….

କରାଚି,୨୪।୯: ଏସିଆନ ଗେମ୍ସ ୨୦୨୬ରେ ପାକିସ୍ତାନ କ୍ରିକେଟ ଟିମ ଆସନ୍ତା ସେପ୍ଟେମ୍ବର ୨୮ ରୁ ନିଜ ଅଭିଯାନ ଆରମ୍ଭ କରିବ। ତେବେ କ୍ୱାର୍ଟର ଫାଇନାଲରେ ପାକିସ୍ତାନ କେଉଁ…

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?