ସିଧା ଗାର

ବିଚାର ବିଭାଗ କିମ୍ବା ପୋଲିସ ହେପାଜତରେ ଥିବାବେଳେ ମହିଳା ଅଭିଯୁକ୍ତଙ୍କ ଭର୍ଜିନିଟି ବା କୁମାରିତ୍ୱ ପରୀକ୍ଷା କରାଯିବା ଅସାମ୍ବିଧାନିକ ବୋଲି ୭ ଫେବୃୟାରୀ ୨୦୨୩ରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଛନ୍ତି। କେରଳରେ ୧୯୯୨ରେ ସିଷ୍ଟର ଅଭୟାଙ୍କୁ ହତ୍ୟା କରାଯାଇଥିବା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସିଷ୍ଟର ସେଫିଙ୍କ କୁମାରିତ୍ୱ ପରୀକ୍ଷା କରାଇଥିଲା। ସେହି ସଂକ୍ରାନ୍ତ ମାମଲା ଉପରେ ବିଚାରକରି ଦିଲ୍ଲୀ ହାଇକୋର୍ଟ ବିଚାରପତି ସ୍ବର୍ଣ୍ଣକାନ୍ତ ଶର୍ମା ଉପରୋକ୍ତ ମତ ରଖିବା ଏକ ନୂଆ ଚିନ୍ତାଧାରା ଦର୍ଶାଇଛି। ସୂଚନା ଦିଆଯାଇପାରେ ଯେ, କୋଟାୟାମ୍‌ର ପିଅସ୍‌ କନ୍‌ଭେଣ୍ଟ ହଷ୍ଟେଲର ରୋଷଶାଳାରେ ଫାଦର ଥମାସ କୋଟ୍ଟୁର, ଫାଦର ଜୋସ୍‌ ଫୁଥିରିକାୟିଲ୍‌ ଓ ସିଷ୍ଟର ସେଫି ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ତାହାକୁ ସିଷ୍ଟର ଅଭୟା ଦେଖିଦେଇଥିଲେ। କାଳେ ଘଟଣା ପ୍ରଘଟ ହୋଇଯିବ ଆଶଙ୍କା କରି ଫାଦର କୋଟ୍ଟୁର ସିଷ୍ଟର ଅଭୟାଙ୍କ ତଣ୍ଟି ଚିପି ଦେଉଥିବା ବେଳେ ସେଫି ଏକ କୁରାଢ଼ିରେ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ। ଘଟଣାସ୍ଥଳରେ ସିଷ୍ଟର ଅଭୟାଙ୍କ ମୃତ୍ୟୁ ଘଟିବାରୁ ତାଙ୍କୁ ହଷ୍ଟେଲ ପରିସରରେ ଥିବା କୂଅରେ ପକାଇ ଦେଇଥିଲେ। ପ୍ରାରମ୍ଭିକ ସମୟରେ ସ୍ଥାନୀୟ ପୋଲିସ ଓ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି ସିଷ୍ଟର ଅଭୟା ଆତ୍ମହତ୍ୟା କରିଥିବା କହି ମାମଲାକୁ ବନ୍ଦ କରିଦେଇଥିଲେ। ପରବର୍ତ୍ତୀ ସମୟରେ ମାନବ ଅଧିକାର କର୍ମୀଙ୍କ ହସ୍ତକ୍ଷେପ ପରେ ସିବିଆଇ ଉକ୍ତ ମାମଲା ହାତକୁ ନେଇଥିଲା। ଏହି ଘଟଣାରେ ସିବିଆଇ ଥମାସ, ଫାଦର ଜୋସ୍‌ ଓ ସିଷ୍ଟର ସେଫିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ସେମାନଙ୍କୁ ଗିରଫ କରିଥିଲା। ତେବେ ତଦନ୍ତ ବେଳେ ସିଷ୍ଟର ସେଫିଙ୍କ କୁମାରିତ୍ୱ ପରୀକ୍ଷା କରାଯାଇଥିବାରୁ ସେ ତାହା ବିରୋଧରେ ରିଟ୍‌ ଦାୟର କରିଥିଲେ। ଏବେ ଦିଲ୍ଲୀ ହାଇକୋର୍ଟ ବିଚାରପତି ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, ତଦନ୍ତ ବେଳେ ସମ୍ବିଧାନର ୨୧ ଅନୁଚ୍ଛେଦକୁ ଅଣଦେଖା କରାଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଜଣେ ବ୍ୟକ୍ତିଙ୍କ ସୁରକ୍ଷା ଓ ବ୍ୟକ୍ତିଗତ ସ୍ବାଧୀନତା ହେଉଛି ତାଙ୍କ ମୌଳିକ ଅଧିକାର। ତଦନ୍ତକାରୀ ସଂସ୍ଥା ସେଫିଙ୍କ କୁମାରିତ୍ୱ ଯାଞ୍ଚ କରିବାକୁ ଯାଇ ତାଙ୍କ ଶରୀରରେ ଯେଉଁ ଡାକ୍ତରୀ ପରୀକ୍ଷା କରିଛନ୍ତି, ତାହା ତାଙ୍କ ମାନସିକ ସ୍ଥିତି ଉପରେ ଗଭୀର ନକାରାତ୍ମକ ପ୍ରଭାବ ପକାଇଛି। ସିଷ୍ଟର ସେଫିଙ୍କ ମାନବ ଅଧିକାର ଉଲ୍ଲଂଘନ ହୋଇଥିବାରୁ ସେ କ୍ଷତିପୂରଣ ଦାବି କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି। ଏଥିସହିତ କୌଣସି ମହିଳାଙ୍କ ଭର୍ଜିନିଟି ଟେଷ୍ଟ ପାଇଁ ଭାରତୀୟ ଆଇନ ଅନୁମତି ଦେଇ ନାହିଁ। ଏହି ବିଷୟରେ ତଦନ୍ତକାରୀ ଅଧିକାରୀମାନଙ୍କୁ ସଚେତନ କରାଇବା ପାଇଁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଆହୁରି କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ୩୧ ଅକ୍ଟୋବର ୨୦୨୨ରେ ଭାରତର ସୁପ୍ରିମକୋର୍ଟ ମଧ୍ୟ ଏକ ରାୟରେ ‘ଟୁ ଫିଙ୍ଗର’ ବା ଦୁଇ ଆଙ୍ଗୁଠି ଭର୍ଜିନିଟି ପରୀକ୍ଷାକୁ ଅବୈଧ ଘୋଷଣା କରିଥିଲେ। ଭାରତ ବ୍ୟତୀତ ଏହି ବ୍ୟବସ୍ଥା ଆଫଗାନିସ୍ତାନ, ବାଂଲାଦେଶ, ଇଜିପ୍ଟ, ଇଣ୍ଡୋନେସିଆ, ଇରାକ୍‌, ମରକ୍କୋ, ଫିଲିପାଇନ୍ସ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆମେରିକା ଭଳି ଦେଶରେ ଅନୁମତି ରହିଛି।
ଏବେ ଦିଲ୍ଲୀ ହାଇକୋର୍ଟ ଯାହା କହୁଛନ୍ତି, ତାହା ସ୍ବୀକାରଯୋଗ୍ୟ। କିନ୍ତୁ ସିଷ୍ଟର ସେଫିଙ୍କ ବିରୋଧରେ ହତ୍ୟାର ଅଭିଯୋଗ ହୋଇଛି। ବାସ୍ତବତା ଦେଖାଯାଉ। ସିଷ୍ଟର ସେଫି ଖ୍ରୀଷ୍ଟିଆନ୍‌ ଧର୍ମର ନନ୍‌ ହୋଇଥିବାରୁ ବୁଝିବା କଥା ଯେ, ତାଙ୍କର କୁମାରିତ୍ୱ ରହିଥିବ। କିନ୍ତୁ ହତ୍ୟାର ଶିକାର ହୋଇଥିବା ସିଷ୍ଟର ଅଭୟା ଏକ ଆପତ୍ତିଜନକ ପରିସ୍ଥିତିରେ ତିନି ଜଣ ଆସାମୀଙ୍କୁ ଦେଖିବା ଫଳରେ ସେମାନେ ତାଙ୍କୁ ମାରିଦେଲେ। ହୁଏତ ପୋଲିସର ଯୁକ୍ତି ହୋଇପାରେ ଯେ ସିଷ୍ଟର ସେଫିଙ୍କ ଯୌନ ସମ୍ପର୍କକୁ ପ୍ରମାଣସିଦ୍ଧ କରିପାରିଲେ ମାମଲାକୁ ଦୃଢ଼ କରାଯାଇ ଅଭିଯୁକ୍ତିଙ୍କୁ ଦଣ୍ଡିତ କରାଯାଇପାରିବ। ତେଣୁ ଏପଟେ ମହିଳାଙ୍କ ଶାଳୀନତାକୁ ରକ୍ଷା କରାଯାଉଥିବା ବେଳେ ହତ୍ୟାର ଶିକାର ହୋଇଥିବା ଅନ୍ୟ ଜଣେ ମହିଳାଙ୍କ ପରିବାରକୁ ନ୍ୟାୟ ପାଇବାରୁ ବଞ୍ଚତ୍ତ କରାଗଲା। ଏଥିରୁ ବୁଝିବାକୁ ହେବ ଯେ, ଆଇନ ଗୋଟିଏ ସିଧା ଗାର ହେବା ଉଚିତ ନୁହେଁ। କୁହାଯାଏ ଆଇନ ସମସ୍ତଙ୍କ ପାଇଁ ସମାନ। ପୃଥିବୀବ୍ୟାପୀ ସବୁ ଦେଶର ପରିସ୍ଥିତି ସମ୍ପର୍କରେ ମତ ଦେବା କଷ୍ଟକର। କିନ୍ତୁ ଭାରତରେ ଆଇନ କେତେବେଳେ ସମସ୍ତଙ୍କୁ ସମାନ ଭାବେ ବିବେଚନା କରେ ନାହିଁ। ବିଶେଷକରି ଏହି ଘଟଣାରେ ସିଷ୍ଟର ସେଫିଙ୍କ କୁମାରିତ୍ୱ ଜଣାପଡ଼ିଲେ ହତ୍ୟାର ସତ୍ୟାସତ୍ୟ ପ୍ରମାଣିତ ହୋଇଥାଆନ୍ତା। ତାହାକୁ ବନ୍ଦ କରିଦିଆଯିବା ଫଳରେ ହତ୍ୟାକାରୀ ନିର୍ଦ୍ଦୋଷରେ ଖଲାସ ହୋଇଯିବେ।
ଅବଶ୍ୟ ଏଠାରେ ଉଲ୍ଲେଖ କରିବା ଦରକାର ଯେ, ଅଧିକାଂଶ ସଭ୍ୟ ଦେଶରେ ଭର୍ଜିନିଟି ଟେଷ୍ଟକୁ ଅବୈଧ ଘୋଷଣା କରିବା ପଛରେ ମୌଳିକ ମାନବ ଅଧିକାର ପ୍ରଶ୍ନ ରହିଛି। ଏହା ବ୍ୟତୀତ ଏହି ପରୀକ୍ଷା ଅବୈଜ୍ଞାନିକ ହୋଇଥିବାରୁ ଭର୍ଜିନିଟି ପରୀକ୍ଷା ସମ୍ପୂର୍ଣ୍ଣ ଭାବେ ନିର୍ଭୁଲ ବୋଲି କୁହାଯାଇପାରିବ ନାହିଁ। ତେଣୁ ଭାରତରେ ଦୁଇ ଅଙ୍ଗୁଳି ପରୀକ୍ଷାକୁ ସୁପ୍ରିମକୋର୍ଟ ବନ୍ଦ କରିବା ପରେ ସମୟ ଆସିଲାଣି ଏହି ପରୀକ୍ଷାର ବିଭିନ୍ନ ରୂପକୁ ମଧ୍ୟ ବେଆଇନ ଘୋଷଣା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?