ପୁରୁଣା କାମକୁ ଦେଖାଇ ଅନୁଦାନ ଆତ୍ମସାତ୍‌

ନୂଆଗାଁ,୮।୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ସୁଧାର ଆସୁନାହିଁ । ଫଳରେ ଏହି ଯୋଜନାର ସବୁ ଆଇନକାନୁନକୁ ଉଲ୍ଲଂଘନ କରି ବିଭିନ୍ନ ଉପାୟରେ ଠିକାଦାରଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନେ ମିଳିମିଶି ଅନୁଦାନ ଆତ୍ମସାତ୍‌ କରୁଛନ୍ତି । ଏପରି ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି ।
ନୂଆଗାଁ ବ୍ଲକରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଅନେକ କାମ ହେଉଛି । ଏହି ସବୁ କାମ ପାଇଁ କେନ୍ଦ୍ର ସରକାର ଏକାଧିକ ନିୟମ କାନୁନ ରଖିଥିଲେ ମଧ୍ୟ କୌଣସି ଗୋଟିଏ ମାନିବାକୁ ନାରାଜ ନାହାନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ । କାର୍ଯ୍ୟସ୍ଥଳୀରେ ଗୋଟିଏ ପ୍ରକାର କାମ ହେଉଥିବା ବେଳେ ଅଫିସ କାଗଜପତ୍ରରେ ସବୁ ଓଲଟା ଦେଖିବାକୁ ମିଳୁଛି । ଉକ୍ତ ଯୋଜନାରେ ଶ୍ରମିକମାନଙ୍କ ରୋଜଗାର ଉପରେ ଗୁରୁତ୍ୱ ଦିଆଯାଇଛି ା ହେଲେ ଶ୍ରମିକଙ୍କ ବଦଳରେ ମେଶିନରେ କାମ କରାଯାଇ ଅନୁଦାନ ହରିଲୁଟ କରାଯାଉଛି ା ଏଠାରେ କାପ୍ତାପଲି ପଞ୍ଚାୟତକୁ ଉଦାହରଣ ଭାବେ ନିଆଯାଇଛି ା ସେଠାରେ କାମ ନ ହୋଇ ୨ ବର୍ଷ ତଳର ପୁରୁଣା କାମକୁ ଦେଖାଇ ଏମ୍‌ଜିଏନ୍‌ଆରଇଜିଏସ୍‌ ଅନୁଦାନ ଆତ୍ମସାତ୍‌ ହୋଇଥିବା ଅଭିଯୋଗ ହେଉଛି ।
କାପ୍ତାପଲି ପଞ୍ଚାୟତର ବଡତାମନାଡୁ ଆଦିବାସୀ ଗ୍ରାମଟି ପାହାଡ଼ ତଳେ ରହିଛି । ବର୍ଷାଦିନେ ଗ୍ରାମରେ ପାହାଡ଼ ପାଣି ପଶି ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ଥାଏ । ତେଣୁ ଗ୍ରାମର ସୁରକ୍ଷା ଦୃଷ୍ଟିରୁ ପାଣି ଗାଁ ଭିତରକୁ ନ ପଶିବା ପାଇଁ ପାହାଡ଼ ତଳେ ଟ୍ରେଞ୍ଚ ଖୋଳିବା ପାଇଁ ଏହି ଯୋଜନାରେ ୪ା୧ା୨୦୨୧ରେ ୮ ଲକ୍ଷ ୩୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା ା ଏହାପରେ ୧ା୮ା୨୦୨୧ରେ ଜେସିବିରେ କାମ ଆରମ୍ଭ କରାଯାଇଥିଲା । ସେହି କାମ ବାବଦକୁ ଠିକାଦାର ପ୍ରାୟ ୩ ଲକ୍ଷ ୨୦ ହଜାର ଟଙ୍କା ବିଲ କରି ନେଇଥିଲେ । କିନ୍ତୁ ଚଳିତ ବର୍ଷ କୌଣସି କାମ ନ କରି ସେହି ୨ବର୍ଷ ପୂର୍ବରୁ ପୁରୁଣା କାମକୁ ଦେଖାଇ ଅନୁଦାନ ଲୁଟିବାରେ ଲାଗିଛନ୍ତି କେତେଜଣ ବିଭାଗୀୟ କର୍ମଚାରୀ ଓ ଅଧିକାରୀ । ୨ ବର୍ଷର ପୁରୁଣା କାମ ପାଇଁ ଉକ୍ତ ସ୍ଥାନରେ ଜଙ୍ଗଲ ସୃଷ୍ଟି ହୋଇଥିବା ବେଳେ ଗତ ୧୨ା୧ା୨୩ ରୁ ୧୮ା୧ା୨୩ ରିଖ ପର୍ଯ୍ୟନ୍ତ ଶ୍ରମିକଙ୍କ ଜବ୍‌ କାର୍ଡ ମାଧ୍ୟମରେ ପ୍ରାୟ ୬୭ ହଜାର ଟଙ୍କା ଆତ୍ମସାତ୍‌ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ କାର୍ଯ୍ୟର ବିଲ ପାଇଁ ୨୬ ପ୍ରତିଶତରୁ ୨୮ ପ୍ରତିଶତ ପିସି ଦିଆଯାଉଛି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ା ପିସି ଦେଲେ ସବୁ ସମ୍ଭବ ବୋଲି ଜଣେ ଠିକାଦାର ନିଜର ନାମ ଗୋପନ ରଖି କହିଛନ୍ତି ା କାର୍ଯ୍ୟ କରିବା ଏବଂ ବିଲ୍‌ ବାବଦରେ କାପ୍ତାପଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସସ୍ମିତ ଶୁଭଦର୍ଶନ ମହାପାତ୍ରଙ୍କୁ ପଚାରିବାରେ ମୁଁ ୫ ମାସ ହେଲା ଉକ୍ତ ପଞ୍ଚାୟତରେ ଯୋଗଦେଇ କାମ କରୁଛି ା କେଉଁ ବିଲ ହେଉଛି ତାହା ମୁଁ ଜାଣି ନାହିଁ ।
ସବୁ ଜିଆରଏସ୍‌ କରୁଛନ୍ତି ବୋଲି ସେ କହିଛନ୍ତି ା ମତାମତ ପାଇଁ ଜିଆରଏସ୍‌ ସୁଶ୍ରୀ ପଲ୍ଲବିଙ୍କୁ ଫୋନ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ । ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ପୂର୍ବରୁ ଯଦି ବିଲ ହୋଇ ନ ଥିବ ତେବେ ଏବେ ବିଲ ହେଉଥିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?