ପୋଲିସ ଉପସ୍ଥିତିରେ ଅସ୍ଥି ଚିକିତ୍ସାକେନ୍ଦ୍ରକୁ ପଥର ମାଡ଼

ଖୁଣ୍ଟୁଣୀ,୨୫।୮(ଡି.ଏନ୍‌.ଏ.): ପୋଲିସ ଉପସ୍ଥିତିରେ ରବିବାର ସନ୍ଧ୍ୟାରେ ଆଠଗଡ଼ ଥାନା ଅଧୀନ କୁଲାଇଲୋର ଅସ୍ଥି ଚିକିତ୍ସାକେନ୍ଦ୍ର ପରିସରକୁ ତିନିଜଣ ଯୁବକ ଏକଘଣ୍ଟା ଧରି ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଚିକିତ୍ସାକେନ୍ଦ୍ରର ପରିଚାଳକ ଗିରିଶ ଚନ୍ଦ୍ର ବେଉରାୟଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୨୧୮/୨୦)ରୁଜୁକରି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ସାଢେ ୫ଟାରେ ତିନିଜଣ ଯୁବକ ଏକ କାର୍‌ରେ କୁଲାଇଲୋ ବଜାରରେ ପହଞ୍ଚି କୌଣସି କାରଣକୁ ନେଇ ପରିଚାଳକ ଗିରିଶଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସନ୍ଧ୍ୟା ସାଢେ ୬ଟାରେ ପୋଲିସ ଉପସ୍ଥିତିରେ ଉକ୍ତ ଯୁବକମାନେ ଅସ୍ଥି ଚିକିତ୍ସାକେନ୍ଦ୍ର ପରିସରକୁ ପଥର ମାଡ଼ କରିଥିଲେ। ଫଳରେ ଏଠାରେ ଚିକିତ୍ସିତ ହେଉଥିବା ରୋଗୀ ଓ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଥିଲେ। ସୋମବାର ଚିକିତ୍ସାକେନ୍ଦ୍ର ପକ୍ଷରୁ କୁଲାଇଲୋରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଚାଳକ ଗିରିଶ, ଅଧ୍ୟକ୍ଷ ପ୍ରତାପରୁଦ୍ର ବେଉରାୟ ଓ ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରଫୁଲ୍ଲ ପରିଡା ଯୋଗଦେଇ କହିଥିଲେ, ୨୦୧୯ ସେପ୍ଟେମ୍ବର ୧୯ତାରିଖ ବିଳମ୍ବିତ ରାତିରେ ଏହି ତିନି ଯୁବକଙ୍କ ସହ ଅନ୍ୟ ଦୁଇଜଣ ୩ଟି ବୋମା ପକାଇ ଅନୁଷ୍ଠାନର ବ୍ୟାପକ କ୍ଷତି କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରି ନାହିଁ। ରବିବାର ପୋଲିସ ଉପସ୍ଥିତିରେ ପଥର ମାଡ଼ ହୋଇଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଥିଲା। ଏନେଇ ଥାନାରେ ଅଭିଯୋଗ କରାଯାଇଛି। ଅନ୍ୟପଟେ ଏ ସମ୍ପର୍କରେ ଏସ୍‌ଆଇ ଶକୁନ୍ତଳା ଦାସ କହିଛନ୍ତି, ଅଭିଯୋଗକୁ ଭିତ୍ତିକରି ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

ସ୍ୱାମୀଙ୍କ ଅତ୍ୟାଚାର ସହି ନ ପାରି ଶେଷରେ ବିଷ ପିଇଦେଲେ ସ୍ତ୍ରୀ! ମା’ ଛେଉଣ୍ଡ ହୋଇଗଲା ଛୋଟ ଛୁଆ

ଲାଞ୍ଜିଗଡ଼, ୨୭।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷ ପିଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri