ପୃଥିବୀ ମୁହାଁ ସୌରଝଡ଼, ଜିପିଏସ୍‌ ସିଷ୍ଟମ୍‌-ମୋବାଇଲ ନେଟଓ୍ବାର୍କ-ସାଟେଲାଇଟ୍‌ ଟିଭି ଉପରେ ପ୍ରଭାବ ଆଶଙ୍କା…

ଓ୍ବାଶିଂଟନ, ୧୪।୪ : ସୂର୍ଯ୍ୟଙ୍କଠାରୁ ବାହାରୁଥିବା ଏକ ଉତ୍ତାପ ତରଙ୍ଗ ଝଡ଼ ପ୍ରବଳ ବେଗରେ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଏହା ଯୋଗୁ ଜିପିଏସ ସିଷ୍ଟମ, ମୋବାଇଲ ନେଟୱାର୍କ ଏବଂ ସାଟେଲାଇଟ ଟିଭି ପ୍ରଭାବିତ ହେବ ବୋଲି କୁହାଯାଉଛି। ସୌରଝଡ଼ ଯୋଗୁ ପୃଥିବୀର ଉତ୍ତର ଏବଂ ଦକ୍ଷିଣ ମେରୁରେ ଆଲୋକର ପରିମାଣ ବଢ଼ିପାରେ। ଏହି ଝଡ ଦ୍ୱାରା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପ୍ରଭାବିତ ହୋଇପାରେ।

ଉତ୍ତର କିମ୍ବା ଦକ୍ଷିଣ ମେରୁ ନିକଟରେ ରାତିର ଆକାଶରେ ସୁନ୍ଦର ଆଲୋକ ଦୃଶ୍ୟମାନ ହେବ। ଆମେରିକାର ସ୍ପେସ ଏଜେନ୍ସି କହିଛି ଯେ ଗତ କିଛି ବର୍ଷ ମଧ୍ୟରେ ସୂର୍ଯ୍ୟରେ ବହୁତ କମ ପରିବର୍ତ୍ତନ ହେବାର ଲକ୍ଷ୍ୟ କରାଯାଇଛି। ମାତ୍ର ୨୦୨୫ ବେଳକୁ ବହୁ ପରିବର୍ତ୍ତନ ଆସିବାର ଆଶଙ୍କା ରହିଛି।

ଆମେରିକାର ସ୍ପେସ ଏଜେନ୍ସି ନାସା ଅନୁଯାୟୀ, ଏହି ସୌରଝଡ଼ ଘଣ୍ଟା ପ୍ରତି ୧.୬ ମିଲିୟନ କିଲୋମିଟର ବେଗରେ ପୃଥିବୀ ଆଡକୁ ମାଡ଼ି ଆସୁଛି। କିଛି ସମୟ ମଧ୍ୟରେ ଏହାର ବେଗ ଅଧିକ ତୀବ୍ର ହେବ। ଝଡ଼ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରବେଶ କରିବା ମାତ୍ରେ ସାଟେଲାଇଟ୍‌ ସଙ୍କେତଗୁଡ଼ିକ ବ୍ୟାହତ ହେବ, ଯାହା ଜିପିଏସ, ଟିଭି, ମୋବାଇଲ ନେଟୱାର୍କର କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

ଆମେରିକାର ସ୍ପେସ ଏଜେନ୍ସି ନାସା ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ସୂର୍ଯ୍ୟ ପୃଷ୍ଠରେ ବିଭିନ୍ନ ରାସାୟନିକ ବିସ୍ଫୋରଣ ଘଟିଥାଏ। ସେଥିରୁ ଅତ୍ୟଧିକ ଉଜ୍ଜ୍ୱଳ ଆଲୋକ ସହିତ ବହୁ ପରିମାଣର ଶକ୍ତି ବାହାରି ଥାଏ। ଫଳରେ ଘଣ୍ଟା ପ୍ରତି ବହୁ ମିଲିୟନ ମାଇଲ ବେଗରେ ଏକ ବିଲିୟନ ଟନ ଚୁମ୍ବକୀୟ ଶକ୍ତି ମହାକାଶକୁ ବ୍ୟାପିଥାଏ। ଏହାକୁ ଜିଓମ୍ୟାଗ୍ନେଟିକ ଝଡ କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

କାଉଡ଼ିଆ ଯାତ୍ରା କେବେଠୁ ଆରମ୍ଭ ହୋଇଥିଲା ଜାଣନ୍ତୁ …

ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ । ଏହି ମାସରେ କାଉଡ଼ିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଶହ ଶହ ବର୍ଷ ଧରି...

ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଭେଟିଲେ ମୋଦି. ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ

ୱାଶିଂଟନ,୨୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଭାରତୀୟ ସମୟ ଅନୁଯାୟୀ ଶୁକ୍ରବାର ସକାଳୁ ସେ ଆମେରିକାର ଉପରାଷ୍ଟ୍ରପତି...

ସ୍ପେସ୍‌ ଷ୍ଟେଶନରେ ସୋଲାର ପ୍ୟାନେଲ

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌) ବାହାରେ ପ୍ରଥମ ସୋଲାର ପ୍ୟାନେଲ ଲଗାଇବାରେ ମହାକାଶଚାରୀ ସଫଳ ହୋଇଛନ୍ତି। ଏହା ସୌର ଶକ୍ତି ଅବଶୋଷଣ କରି ପ୍ରତିଦିନର ବୈଜ୍ଞାନିକ ଅନୁସନ୍ଧାନ...

ଏକାଥରକେ ପିଇଦେଲେ ୧୦ ବୋତଲ ମଦ, ଜାଣନ୍ତୁ ପରିଣାମ କ’ଣ ହେଲା

ଚାଇନାର ଜଣେ ବ୍ୟକ୍ତି ୧୦ ବୋତଲ ମଦ ଏକାଥରକେ ପିଇଦେଇଥିଲେ। ଏହାର ପରିଣାମ ଯାହା ହେଲା ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଚାଇନାର ହୁ...

ଶିକ୍ଷୟିତ୍ରୀଙ୍କ ପାଠପଢା ଶୈଳୀକୁ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା, ଶାହାରୁଖ

ପାଟନା,୨୬।୧: ବିହାର ଶିକ୍ଷା ବ୍ୟବସ୍ଥା ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ସେଠାକାର ଜଣେ ଶିକ୍ଷୟିତ୍ରୀଙ୍କ ପାଠପଢା ଶୈଳୀ ଭାଇରାଲ ହେବାରେ ଲାଗିଛି। ସରକାରୀ ସ୍କୁଲର...

ଭାରତଠାରୁ ସହାୟତା ନେବ କି ନାହିଁ ଚିନ୍ତା କରୁଛି ପାକିସ୍ତାନ

ଇସଲାମାବାଦ,୩୧ା୮: କିଛି ସପ୍ତାହ ଧରି ପାକିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଛି। ବନ୍ୟା ଯୋଗୁ ଦେଶରେ ବିସ୍ଥାପିତ ହୋଇଥିବା ହଜାର ହଜାର...

ମଙ୍ଗଳ ଗ୍ରହରେ ବିରଳ ଦୃଶ୍ୟ: ମଣିଷ ଏବଂ ପିରାମିଡ୍‌ ଦେଖି ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଦୀର୍ଘବର୍ଷ ଧରି ପୃଥିବୀର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ଖୋଜୁଥିଲେ। ଏହି ସନ୍ଧାନରେ ଅନେକ ମହାକାଶଯାନ ମଧ୍ୟ ମଙ୍ଗଳ ଗ୍ରହକୁ ପଠାଯାଇଛି। ବେଳେବେଳେ ମଙ୍ଗଳ...

ବିବାହ କଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ପୂର୍ବତନ ସ୍ତ୍ରୀ

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ସ୍ତ୍ରୀ ମାକେଞ୍ଜି ସ୍କଟ ଜଣେ ଶିକ୍ଷକଙ୍କୁ ବିବାହ କରିଛନ୍ତି। ଆମେରିକାର ସିଏଟଲରେ...

Advertisement
Archives

Model This Week