ବେଧଡ଼କ ଚାଲିଛି ଇଟାଭାଟି ଓ ବାଲି ଚାଲାଣ, ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳରେ ମାଫିଆ ସକ୍ରିୟ

ଜଗନ୍ନାଥପ୍ରସାଦ,୧୪।୪(ଡି.ଏନ.ଏ.) ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳରେ ବେଧଡକ ଭାବେ ଚାଲିଛି ବେଆଇନ ଇଟାଭାଟି ଓ ବାଲି ଚୋରାଚାଲାଣ। ଜଙ୍ଗଲ ନଦୀ କୂଳରେ ଲୁଚା ଛପାରେ ଚାଲିଥିଲା। ବର୍ତ୍ତମାନ ରାଜ୍ୟ ରାଜପଥ, ଗ୍ରାମ ନିକଟ ଓ ସ୍କୁଲ ପରିବେଶ ନିକଟରେ ହୁତୁ ହୁତୁ ହୋଇ ଜଳୁଛି ଇଟା ଭାଟି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଭାଟିର ଗରମ ପବନ ଗାଁ ଲୋକେ ଯାହା ଅସୁବିଧାର ସାମ୍ନା କରୁଥିଲେ ଏଥିରୁ ସ୍କୁଲର ପିଲା ମଧ୍ୟ ବାଦ ପଡି ନାହାନ୍ତି। ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳ ଦେଇ ବୋଡା ନଦୀ ପ୍ରବାହିତ। ପୂର୍ବରୁ ବନ୍ୟାଜଳ ଆସିଲେ ଏହି ନଦୀ କୂଳିଆ ଗ୍ରାମଗୁଡ଼ିକ ପାଣିରେ ଉବୁଟୁବୁ ହୋଇ ଜନଜୀବନ ନଷ୍ଟ ହେଉଥିଲା। ୨୦୧୭ରେ ତିଆରି ହୋଇଥିଲା କୁଳ ଆଡି। ତେବେ ନଦୀ ଜଳରେ ଆସୁଥିବା ପଟୁମାଟି ନଦୀପଠାରେ ଜମା ହେବା ଦ୍ୱାରା ପନିପରିବା ଚାଷ ମଧ୍ୟ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକରେ ବହୁଳ ପରିମାଣରେ ହୋଇପାରୁଥିଲା। କିନ୍ତୁ ବର୍ତ୍ତମାନ କୁଳହିଡ଼ରେ ବେଆଇନ ଭାବେ ଗଢି ଉଠିଛି ଶହଶହ ଇଟାଭାଟି ଓ ବାଲି ଢ଼ିପ। ସରକାରୀ ଜାଗାରୁ ଚୋରାରେ ବାଲିମାଟି ଉଠାଇ ବ୍ୟକ୍ତିଗତ ଜାଗାରେ ରଖି ତିଆରି ହେଉଛି ଇଟା। ଇଟା ଧୂଆଁରେ ଅତିଷ୍ଠ ନଦୀ କୂଳିଆବାସୀ। ଅନ୍ୟପକ୍ଷରେ ବାଲି ମାଫିଆ ସକ୍ରିୟ ହୋଇ ଅଞ୍ଚଳରୁ ନଦୀ ପଠାକୁ ତାଡ଼ିନେଉଛନ୍ତି। ଯଦ୍ୱାରା ବିରାଟ ଗର୍ତ୍ତ ସୃଷ୍ଟି ହୋଇ ସ୍ଥାନୀୟ କଇଥପଲ୍ଲୀ ମଶିଷ ଓ ପଶୁମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ନଦୀ ପାର୍ଶ୍ୱସ୍ଥ ଗଛ ଯାହାକି କୂଳକୁ ସୁରକ୍ଷା ଦେଉଥିଲା ମୂଳରୁ ମାଟିତଡ଼ା ହୋଇଯିବାରୁ ସେମାନେ ଧରାଶାୟୀ। ଏ ସମସ୍ତ ପରେ ବି ପ୍ରଶାସନ ନିରବ। ପ୍ରଶାସନ କିଛି ମାତ୍ରାରେ ଅର୍ଥ ଦଣ୍ଡ ଆକାରରେ ରସିଦ ଦେଇ ଦଲାଲମାନଙ୍କୁ ଏକ ପ୍ରକାର ଭିତିରିଆ ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନଦୀରେ ଆଉନାହିଁ ପଟୁମାଟି ତଥା ବାଲି। ଯାହିବି କିଛି ବାଲି ଆସୁଛି ତାକୁ ଅର୍ଥଲୋଭରେ ମାଫିଆମାନେ ଚୋରାରେ ଚାଲାଣ କରି ହେଉଛନ୍ତି ମାଲେମାଲ।
ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ବଳି ପଡୁଛନ୍ତି ନଦୀକୂଳିଆ ଗ୍ରାମବାସୀ। ଜଗନ୍ନାଥପ୍ରସାଦ, ଆଜ୍ଞା ପ୍ରସାଦ, ଜିରାବାଡି, ଲେପା, ଛାମୁଣ୍ଡା, ଶିଶୁଣ୍ଡା, ଚଢିଆପଲ୍ଲୀ, ବନ୍ତା, ସମରବନ୍ଧ, ଗେରେଡା, ମାଣପୁର, ଗୟାଗଣ୍ଡା, ଆଠପଲ୍ଲୀ ଭଳି ଅନେକ ଜାଗାରେ ବେଧଡ଼କ ଚାଲିଛି ମାଟି ଇଟା ଭାଟି। ତେବେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମାକୁ କାହିଁକି କାର୍ଯ୍ୟକାରୀ କରାଯାଉନି ତାହା ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଆସୁଛି। ମାଟି ଇଟା ବେଆଇନ ଘୋଷଣା ହୋଇଥିଲେ ମଧ୍ୟ ପ୍ରଶାସନର ବଳ ଆଗରେ ଅର୍ଥ ବଳ ଭାରି ପଡ଼ିଥିବା କାରଣରୁ କାଯର୍‌ୟାନୁଷ୍ଠାନ ନିଆଯାଉନଥିବା ଆଲୋଚନା ହେଉଛି। ଏ ସେମ୍ପର୍କରେ ତହସିଲଦାର ମନୋଜ ତ୍ରିପାଠୀଙ୍କୁ ପଚାରିବାରୁ ବେଆଇନ ଇଟା ଭାଟି ସୂଚନା ମିଳିଲେ ନିଶ୍ଚିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri