ନିମନ୍ତ୍ରିତ ଅତିଥି ହୋଇ ଆସିଛ ନୀରବରେ ବସ…ବିଧାୟିକା ଉପାସନାଙ୍କୁ ମୁହଁତୋଡ ଜବାବ ଦେଲେ ସରପଞ୍ଚ

ବ୍ରହ୍ମଗିରି,୩୧ା୧୨(ସ୍ବାଧୀନ ଚମ୍ପତ୍ତିରାୟ):ବ୍ରହ୍ମଗିରି ବ୍ଲକ୍‌ରେ ସୋମବାର ଏକ ଅପ୍ରୀତିକର ପରିସ୍ଥିତ ଦେଖିବାକୁ ମିଳିଛି, ଯାହା ବ୍ରହ୍ମଗିରିରେ ପ୍ରଥମ ଘଟଣା। ପଞ୍ଚାୟତ ସମିତି ବୈଠକରେ ଜନ ପ୍ରତିନିଧିମାନେ ୨ ଗୋଷ୍ଠୀ ପରସ୍ପର ଆକ୍ଷେପ ପ୍ରତିଆକ୍ଷେପ ଯୋଗୁ ଆରମ୍ଭରୁ ଶେଷ ଯାଏ ହୋହଲ୍ଲା ହୋଇଥିଲା। ପ୍ରକାଶଥାଉକି, ବ୍ରହ୍ମଗିରି ବ୍ଲକ୍‌ରେ ପଞ୍ଚମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୨ବର୍ଷ ଧରି ବ୍ରହ୍ମଗିରି ବ୍ଲକ୍‌ରେ ପଞ୍ଚାୟତ ସମିତି ବୈଠକ ବନ୍ଦ ଥିଲା। ଗତ ୨୦ ତାରିଖରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏକ ରିଭ୍ୟୁ ମିଟିଂ ଡାକିଥିଲେ। କିନ୍ତୁ ବିଜେଡି ସମର୍ଥତ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ବ୍ଲକ୍‌ରେ ପ୍ରଥମେ ସମିତି ବୈଠକ ହେଉ ବୋଲି ଦାବି କରିଥିଲେ। ସେମାନଙ୍କ ଦାବି ଅନୁଯାୟୀ ସୋମବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ, ବିଧାୟିକା ପ୍ରମୁଖ ଯୋଗଦେଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବୈଠକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୧୦ ମିନିଟ୍‌ ବୈଠକ ହୋଇପାରି ନ ଥିଲା। ଭାଜପା ସମର୍ଥତ୍ତ ଜନ ପ୍ରତିନିଧି ଓ ବିଜେଡି ସମର୍ଥତ୍ତ ଜନପ୍ରତିନିଧିମାନେ ପରସ୍ପରକୁ ବିଭିନ୍ନ କଥାରେ ସମାଲୋଚନା କରି ହୋହଲ୍ଲା ଓ ପାଟିତୁଣ୍ଡ କରିଥିଲେ। ଏଭଳିକି ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଜଣେ ବିଜେଡି ସମର୍ଥତ୍ତ ସରପଞ୍ଚ ବିଧାୟିକାଙ୍କୁ ଜବାବ ଦେଇ କହିଥିଲେ, ତୁମେ ଏହି ବୈଠକରେ ନିମନ୍ତ୍ରିତ ଅତିଥି ତେଣୁ ନୀରବ ବସ ା ଏନେଇ ବିଧାୟିକାଙ୍କୁ ହୋଇଥିବା ଅପମାନକୁ ବିରୋଧ କରି ଭାଜପା ସମର୍ଥତ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଧାରଣାରେ ବସି ରହିଥିଲେ। ଅପରପକ୍ଷରେ ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା ବିଧାୟିକା ତାଙ୍କୁ ଅପମାନ କରିଥିବା ନେଇ ବିଧାୟିକାଙ୍କ ନାମରେ ଏକ ଅଭିଯୋଗ ଆଣିଥିଲେ। ଫଳରେ ସଭା ମଧ୍ୟରେ ହୋହଲ୍ଲା ଯୋଗୁ ବୈଠକ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?