Posted inଖେଳ

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ ‘ଏ’ (Pakistan ’A’) କୁ ୧ ଉଇକେଟରେ ପରାସ୍ତ କରି ଏସିଆ କପ୍‌ ରାଇଜିଂ ଷ୍ଟାର୍ସ-୨୦୨୬ ଟାଇଟଲ ହାସଲ କରିଛି।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମାତ୍ର ୨୧୬ ରନ୍‌ରେ ଅଟକି ଯାଇଥିଲା। ଜବାବରେ ଶ୍ରୀଲଙ୍କା ଦଳ ଭଲ ଆରମ୍ଭ କରିଥିଲା, କିନ୍ତୁ କ୍ରମାଗତ ଭାବେ କିଛି ଉଇକେଟ ପଡ଼ିଯିବାରୁ ଦଳ ପରାଜୟର ଆଶଙ୍କା ମଧ୍ୟରେ ଫସି ଯାଇଥିଲା। ଶେଷରେ, ଶ୍ରୀଲଙ୍କାର ଶେଷ ଯୋଡ଼ି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ଥିଲେ।

୨୧୭ ରନର ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ’ଏ’ ଦଳ ଭଲ ଆରମ୍ଭ କରିଥିଲା। ଯଦିଓ ଓପନର ଲାସିଥ କ୍ରୁସ୍ପୁଲ୍ଲେ (୨୬) ଏବଂ ସିନେଥ ଜୟବର୍ଦ୍ଧନେ (୨୦) ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ତଥାପି ତୃତୀୟ ଉଇକେଟ ପାଇଁ ନିଶାନ ମଧୁସ୍କା ଏବଂ ଅଧିନାୟକ ପବନ ରତ୍ନାୟକେଙ୍କ ମଧ୍ୟରେ ହୋଇଥିବା ୮୦ ରନର ଭାଗୀଦାରୀ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇ ଦେଇଥିଲା।

ମଦୁଶଙ୍କା ୮୭ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ୨ଟି ଛକା ଏବଂ ୬ଟି ଚୌକା ସାମିଲ ଥିଲା। ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ଶ୍ରୀଲଙ୍କାର ଇନିଂସ ଭୁଷୁଡ଼ି ପଡ଼ିଥିଲା; ସେହି ସମୟରେ ଦଳର ସ୍କୋର ଥିଲା ୩ ଉଇକେଟ ବିନିମୟରେ ୧୪୦ ରନ୍‌। ଜିତିବା ପାଇଁ ଆଉ ୭୭ ରନ୍‌ ଆବଶ୍ୟକ ଥିଲା ଏବଂ ହାତରେ ୭ଟି ଉଇକେଟ ରହିଥିଲା। ଏହା ପରେ, ନିପୁନ ଧନଞ୍ଜୟ ବିନା କୌଣସି ରନ୍‌ କରି ଆଉଟ ହୋଇଯାଇଥିଲେ। ଜାନିଥ ମାତ୍ର ୩ ରନ କରି ପାଭିଲିୟନ ଫେରିଲେ। ୧୯୮ ରନ ସ୍କୋରରେ ଦଳର ସପ୍ତମ, ଅଷ୍ଟମ ଏବଂ ନବମ ୱିକେଟ ପଡ଼ିଯାଇଥିଲା। ଏହି ସମୟରେ ବିଜୟ ପାଇଁ ଆଉ ୧୯ ରନ୍‌ ଦରକାର ଥିଲା। ଶ୍ରୀଲଙ୍କା ପାଖରେ କେବଳ ଗୋଟିଏ ଉଇକେଟ ରହିଥିଲା।

ଶେଷ ଯୋଡ଼ି ଲାହିରୁ ସମରକୋନ ଏବଂ ଗରୁକା ସଙ୍କେତ, ନିଜ ନିଜ ଉଇକେଟ ବଞ୍ଚାଇ ରଖିବାରେ ସଫଳ ହୋଇ ଧୀରେ ଧୀରେ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୋଇଥିଲେ। ଯଦିଓ କିଛି ବଲ ବାକି ଥିଲା, ତଥାପି ଗୋଟିଏ ଭଲ ବଲ ଶ୍ରୀଲଙ୍କାକୁ ଏହି ମ୍ୟାଚ୍‌ ହରାଇ ଦେଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

ଶାଳୀଙ୍କ ନିର୍ବନ୍ଧ ଭୋଜିକୁ ଯାଇଥିଲେ: ଦୁର୍ଘଟଣାରେ ଚାଲିଗଲା ଭିଣୋଇଙ୍କ ଜୀବନ

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମଠାରୁ ପଳାସପୁର ରାସ୍ତା ସିଙ୍ଗପୁର ଗ୍ରାମ ମା’ତାରିଣୀ ମନ୍ଦିର ନିକଟରେ ରବିବାର ସାରେ ଏକ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?