Posted inଜାତୀୟ

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି । ବିଲ୍‌ ଗୃହୀତ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ୩୭୧ ଲୋକ ସଭା ସଦସ୍ୟଙ୍କ ସମର୍ଥନ ଥିବା ରବିବାର ଜଣେ ବରିଷ୍ଠ ସରକାରୀ କାର୍ଯ୍ୟକର୍ତ୍ତା କହିଥିବା ପିଟିଆଇ ଦର୍ଶାଇଛି । ସରକାରୀ ଅଧିକାରୀ ଜଣକ ଆହୁରି ଦର୍ଶାଇଛନ୍ତି ଯେ, ପ୍ରସ୍ତାବିତ ପ୍ରକ୍ରିୟାରେ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କାର୍ଯ୍ୟକାରୀ ହେବା ସହ ଅନୁସୂଚିତ ଜାତି (ଏସ୍‌ସି) ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ଆସନରେ ମଧ୍ୟ ୫୦ ପ୍ରତିଶତ ବୃଦ୍ଧି କରାଯିବ। ସୀମା ପୁନଃ ନିର୍ଦ୍ଧାରଣ ପାଇଁ ପ୍ରସ୍ତାବିତ କମିଶନରେ ଜଣେ ଅଧ୍ୟକ୍ଷ, ମୁଖ୍ୟ ନିର୍ବାଚନ କମିଶନର କିମ୍ବା ଜଣେ ନିର୍ବାଚନ କମିଶନର ଏବଂ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ରହିବେ। ଡିଏମ୍‌କେ, ଏନ୍‌ସିପି(ଏସ୍‌ପି), ବିଆର୍‌ଏସ୍‌ ଏବଂ ଅନ୍ୟ ଦଳ ସମେତ ଟିଏମ୍‌ସିରୁ ଅଲଗା ହୋଇଥିବା ୨୦ ଜଣ ଏମ୍‌ପିଙ୍କ ସମର୍ଥନ ସହ ଏନ୍‌ଡିଏ ସଂଖ୍ୟାଗରିଷ୍ଠତାର ନିକଟତର ହୋଇଛି। ଏନ୍‌ଡିଏ ପ୍ରତି ସମର୍ଥନ ସଂଖ୍ୟା ୩୭୧ରେ ପହଞ୍ଚତ୍ପାରେ ବୋଲି ଅଧିକାରୀ ଜଣକ କହିଛନ୍ତି। ବର୍ତ୍ତମାନ ୫୪୦ ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ୩୬୦ ଏମ୍‌ପିଙ୍କ ସମର୍ଥନ ଆବଶ୍ୟକ।
ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍‌, ୨୦୨୬ରେ ଲୋକ ସଭାର ସର୍ବାଧିକ ସଦସ୍ୟ ସଂଖ୍ୟା ୮୫୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ବିଭିନ୍ନ ରାଜ୍ୟରୁ ୮୧୫ ସଦସ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ୩୫ ସଦସ୍ୟ ନିମ୍ନ ସଦନକୁ ନିର୍ବାଚିତ ହେବେ। ସେହିପରି ରାଜ୍ୟ ବିଧାନସଭାଗୁଡ଼ିକର ସଦସ୍ୟ ସଂଖ୍ୟା ୫୦୦ରୁ ସର୍ବାଧିକ ୬୫୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ସଂଶୋଧିତ ଆସନ ଆବଣ୍ଟନ ଏବଂ ନିର୍ବାଚନମଣ୍ଡଳୀ ସୀମା ୨୦୫୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ସରକାର କହିଛନ୍ତି ସବୁ ରାଜ୍ୟର ଆସନ ସଂଖ୍ୟା ସମାନ ହାରରେ ବୃଦ୍ଧି କରାଯିବାକୁ ଥିବାରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ ରହିଥିବା ଚନ୍ତା ଦୂର ହେବ। ଜନସଂଖ୍ୟା ସ୍ଥିରୀକରଣ କ୍ଷେତ୍ରରେ ନିଜର ଅଗ୍ରଗତି ସତ୍ତ୍ୱେ ଲୋକ ସଂଖ୍ୟା ଆଧାରିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଦ୍ୱାରା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଆପେକ୍ଷିକ ପ୍ରତିନିଧିତ୍ୱ ହ୍ରାସ ପାଇପାରେ ବୋଲି ସେମାନଙ୍କ ମଧ୍ୟରେ ଆଶଙ୍କା ରହିଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

ଶାଳୀଙ୍କ ନିର୍ବନ୍ଧ ଭୋଜିକୁ ଯାଇଥିଲେ: ଦୁର୍ଘଟଣାରେ ଚାଲିଗଲା ଭିଣୋଇଙ୍କ ଜୀବନ

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମଠାରୁ ପଳାସପୁର ରାସ୍ତା ସିଙ୍ଗପୁର ଗ୍ରାମ ମା’ତାରିଣୀ ମନ୍ଦିର ନିକଟରେ ରବିବାର ସାରେ ଏକ ଦୁର୍ଘଟଣା…

୧୮ ଟ୍ରେନ ବାତିଲ, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୨୯।୧୧: ଚକ୍ରଧରପୁରରେ ଆଧୁନିକୀକରଣ ପାଇଁ ଏକାଧିକ ଟ୍ରେନ ବାତିଲ କରାଯାଇଥିବା ନେଇ ରବିବାର ରେଲୱେ ପକ୍ଷରୁ କୁହାଯାଇଛି। ଡିସେମ୍ବର ୧୭ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ୧୮ଟି ଟ୍ରେନ୍‌ର ଯାତ୍ରା…

ପ୍ରଥମ ‘ଟେଷ୍ଟ ଟ୍ୱେଣ୍ଟି’ ଟାଇଟଲ୍ ଜିତିଲା ସାଉଥ୍ ଏସିଆ, ବୋଲିଂରେ କମାଲ କଲେ କୋହଲିଙ୍କ ଭଣଜା

ନୂଆଦିଲ୍ଲୀ,୨୯।୧୧ ରାଜକୁମାର ଶର୍ମାଙ୍କ ମାର୍ଗଦର୍ଶନରେ ଖେଳୁଥିବା ସାଉଥ୍ ଏସିଆ ଟିମ୍ ପ୍ରଥମ ଟେଷ୍ଟ ଟ୍ୱେଣ୍ଟି ଟୁର୍ନାମେଣ୍ଟର ଟାଇଟଲ୍ ଜିତିଛି । ରବିବାର ଫାଇନାଲ୍ ମ୍ୟାଚ୍‌ରେ ଏବି ଡି’ଭିଲିୟର୍ସଙ୍କ…

ଭାରତକୁ ବଡ଼ ଧକ୍କା: ମ୍ୟାଚରୁ ଓହରିଗଲେ ଆକାଶ

ଖ୍ରୀଷ୍ଟଚର୍ଚ୍ଚ,୨୯ା୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଫାଷ୍ଟ ବୋଲର ଆକାଶ ଦୀପ୍‌ କନ୍‌କସନ୍‌ରେ ପୀଡ଼ିତ ହେବାରୁ ଭାରତକୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ବଦଳ…

ବିଜେଡିର ବରିଷ୍ଠ ନେତ୍ରୀଙ୍କ ପରଲୋକ, ଭବାନୀପାଟଣାରେ ଶୋକର ଛାୟା

ଭବାନୀପାଟଣା, ୨୯।୧୧ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ତଥା ଭବାନୀପାଟଣା ନଗର ସଭାନେତ୍ରୀ ସୁତପା ବହିଦାରଙ୍କ ପରଲୋକ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?