Posted inTrending, ଖେଳ

IPLରୁ ସନ୍ନ୍ୟାସ ପରେ ପ୍ରଥମଥର ମୁହଁ ଖୋଲିଲେ ଧୋନୀ, ଖୋଲିଲେ ସାଂଘାତିକ ରହସ୍ୟ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୨୮।୧୧: କ୍ରିକେଟ ଦୁନିଆରେ ୭ ନମ୍ବର କଥା ଉଠିଲେ ପ୍ରଥମେ ମନକୁ ଆସନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଧୋନୀଙ୍କ ସହ ୭ ନମ୍ବରର ସମ୍ପର୍କ ଏତେ ଲୋକପ୍ରିୟ ଯେ, ସୋସିଆଲ ମିଡିଆରେ ପ୍ରଶଂସକମାନେ ପ୍ରତ୍ୟେକ ଘଟଣାରେ ଏହି ସଂଖ୍ୟାର ସଂଯୋଗ ଖୋଜିଥାନ୍ତି। ଏପରିକି କୌଣସି ଦଳ ୬୧ ରନ୍ରେ ଜିତିଲେ ମଧ୍ୟ ୬+୧=୭ କରି ‘ଥାଲା ଫର୍‌ ଏ ରିଜନ’ ଟ୍ରେଣ୍ଡ ସହ ଯୋଡି ଦେଇଥାନ୍ତି ପ୍ରଶଂସକ।

ତେବେ ନିଜ ଜର୍ସି ନମ୍ବର ୭କୁ ନେଇ ପ୍ରଥମଥର ପାଇଁ ଏକ ବଡ଼ ଖୁଲାସା କରିଛନ୍ତି ଧୋନୀ। ଜଣେ ନମ୍ବରୋଲୋଜି ବିଶେଷଜ୍ଞ ତାଙ୍କୁ ଜର୍ସି ନମ୍ବର ୭ ବଦଳାଇ ଅନ୍ୟ ଏକ ନମ୍ବର ରଖିବାକୁ ପରାମର୍ଶ ଦେଇଥିଲେ ବୋଲି ସେ କହିଛନ୍ତି।

ଏକ ଶୋ’ରେ ଧୋନୀଙ୍କୁ ‘ଥାଲା ଫର୍‌ ଏ ରିଜନ’ ଟ୍ରେଣ୍ଡ ସମ୍ପର୍କରେ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ଏହା ମୋ ପ୍ରଶଂସକମାନେ ଆରମ୍ଭ କରିଥିଲେ। ଏହା କିପରି ଆରମ୍ଭ ହେଲା ମୁଁ ଜାଣିନାହିଁ। କୌଣସି ନା କୌଣସି ଉପାୟରେ ୭ ନମ୍ବର ଆସିଯାଏ। ଯଦି ନଆସେ, ତେବେ ପ୍ରଶଂସକମାନେ ଯୋଗ, ବିୟୋଗ, ଗୁଣନ କିମ୍ବା ଭାଗ କରି ୭ ଆଣିଦିଅନ୍ତି।

ଭାରତୀୟ ଦଳ ପାଇଁ ଡେବ୍ୟୁ କରିବା ସମୟରେ ତାଙ୍କୁ ଜର୍ସି ନମ୍ବର ବାଛିବାକୁ କୁହାଯାଇଥିଲା। ଏହାର ଉତ୍ତରରେ ସେ ୭ ନମ୍ବର ଜର୍ସି ଚାହିଁଥିଲେ। ଏହାର କାରଣ ଥିଲା ତାଙ୍କ ଜନ୍ମଦିନ ଜୁଲାଇ ୭ ତାରିଖ। ସେ କହିଥିଲେ, ମୋର ଜନ୍ମ ୭ ଜୁଲାଇରେ ହୋଇଥିଲା। ତେଣୁ ମୁଁ କହିଥିଲି, ଯଦି ୭ ନମ୍ବର ଖାଲି ଅଛି ତେବେ ମୋତେ ଦିଅନ୍ତୁ। ଭାଗ୍ୟବଶତଃ ସେତେବେଳେ ଏହି ନମ୍ବର ଖାଲି ଥିଲା ଏବଂ ମୋତେ ମିଳିଗଲା।

ଧୋନୀ ଆହୁରି କହିଥିଲେ ଯେ, ଜଣେ ନମ୍ବରୋଲୋଜି ବିଶେଷଜ୍ଞ ତାଙ୍କୁ ଜର୍ସି ନମ୍ବର ୭ ବଦଳାଇ ଅନ୍ୟ ନମ୍ବର ରଖିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଧୋନୀ ଏହି ପରାମର୍ଶକୁ ଭିନ୍ନ ଢଙ୍ଗରେ ଉତ୍ତର ଦେଇଥିଲେ।

ସେ କହିଥିଲେ, ମୁଁ ତାଙ୍କୁ ପଚାରିଥିଲି, ସାର୍‌, ଏହା କେଉଁଠି ଯାଇ ଅଟକିବ? ଆଜି ମୁଁ ୭କୁ ବଦଳାଇ ୧୧ କରିଦେବି, ପରେ ଆଉ ଏକ ନମ୍ବର ରଖିବି। ମୁଁ ନିଜେ ଭୁଲ କରିଚାଲିବି ଏବଂ ଦୋଷ ନମ୍ବର ଉପରେ ଲଦିଦେବି। ଯଦି ମୁଁ ଭଲ ଅଭ୍ୟାସ କରିବି ଏବଂ ପରିଶ୍ରମ କରିବି, ତେବେ ମୋତେ କୌଣସି ନମ୍ବର ଉପରେ ନିର୍ଭର କରିବାର ଆବଶ୍ୟକତା ନାହିଁ। ଧୋନୀଙ୍କ ଏହି ବୟାନରୁ ସ୍ପଷ୍ଟ ଯେ, ଭାଗ୍ୟ ଅପେକ୍ଷା ପରିଶ୍ରମ ଓ ଅଭ୍ୟାସ ଉପରେ ତାଙ୍କର ଅଧିକ ବିଶ୍ୱାସ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କ’ଣ ଖାଆନ୍ତି ବୈଭବ ସୂର୍ଯ୍ୟବଂଶୀ: ଲମ୍ବା ଛକା ପଛର ରହସ୍ୟ…

ନୂଆଦିଲ୍ଲୀ,୨୮।୧୧: ନିଜର ବିସ୍ଫୋରକ ବ୍ୟାଟିଂ ଓ ଲମ୍ବା ଲମ୍ବା ଛକା ପାଇଁ ଚର୍ଚ୍ଚାରେ ରହିଛନ୍ତି ଭାରତର ଯୁବ କ୍ରିକେଟ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୧୫ ବର୍ଷ…

ମହାରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ନ୍ୟୁଜିଲାଣ୍ଡ ବିପକ୍ଷରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ବଡ଼ ସ୍କୋର କରିପାରି ନ ଥିଲେ ମଧ୍ୟ ଭାରତୀୟ ଉଇକେଟ୍‌କିପର ବ୍ୟାଟର ରିଷଭ ପନ୍ତ ଏକ ବଡ଼…

ଏହି ଦିନ ବ୍ୟାଙ୍କ ଧର୍ମଘଟ ଡାକରା: କେଉଁ ସେବା ଚାଲିବ, କେଉଁଟା ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୧୧: ଆସନ୍ତା ସପ୍ତାହରେ ବ୍ୟାଙ୍କ ଶାଖାକୁ ଯାଇ ଚେକ ଜମା କରିବା, ନଗଦ ଟଙ୍କା ଉଠାଇବା କିମ୍ବା ଅନ୍ୟ କୌଣସି ଜରୁରୀ କାମ କରିବାର ଯୋଜନା ଥିଲେ…

ରୋହିତ ପୁଣି ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍‌ଟେନ: ଖୁସି ହୋଇ ନୀତା ଅମ୍ବାନୀ କହିଲେ ମନର କଥା, ୨୦୧୧ରୁ…

ନୂଆଦିଲ୍ଲୀ,୨୮।୧୧: ଆଇପିଏଲ ୨୦୨୭ ପାଇଁ ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ ରୋହିତ ଶର୍ମା। ଏହି ନିଷ୍ପତ୍ତିକୁ ନେଇ ଦଳର ମାଲିକାଣୀ ନୀତା ଅମ୍ବାନୀ ବେଶ ଖୁସି…

୩ ମାସ ପରେ ବି କାର୍ଯ୍ୟକାରୀ ହେଲାନି ଜିଲାପାଳଙ୍କ ନିର୍ଦ୍ଦେଶ: ଜାଲ ପ୍ରମାଣପତ୍ରରେ ଉତ୍ତରାଧିକାରୀ ସାର୍ଟିଫିକେଟ ହାସଲ ଅଭିଯୋଗ

କଟକ ସଦର, ୨୮।୧୧ (ସୁଶାନ୍ତ କୁମାର ଜେନା): ଜାଲ ମୃତ୍ୟୁ ପ୍ରମାଣପତ୍ର ଓ ନକଲି ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ଆଧାରରେ ଉତ୍ତରାଧିକାରୀ ପ୍ରମାଣପତ୍ର ହାସଲ ଅଭିଯୋଗ। ଏହି…

ଶୂନରେ ଆଉଟ ହୋଇ ଲଜ୍ଜାଜନକ ରେକର୍ଡ କଲେ ଜୟସ୍ବାଲ, WTCରେ ବିରାଟ କୋହଲିଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରାଇଷ୍ଟଚର୍ଚ୍ଚର ହାଗଲି ଓଭାଲ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଶନିବାର (୨୮ ନଭେମ୍ବର) ଭାରତୀୟ ଦଳକୁ ଆରମ୍ଭରୁ ଝଟକା ଲାଗିଛି।…

ଘର ସମ୍ମୁଖରେ ଥିବା ଅଟୋକୁ ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ

ପାଟଣା, ୨୮।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଟାଇଁସିରା ଗ୍ରାମରେ ଅଭାବନୀୟ ଘଟଣା। ଘର ସମ୍ମୁଖରେ ରଖାଯାଇଥିବା ଏକ ଅଟୋକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ: ଏହି ଦିନଠାରୁ ହେବ…

ଦାରିଙ୍ଗବାଡ଼ି, ୨୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ିରେ ଆୟୋଜିତ ହେବ ଶୀତ ମହୋତ୍ସବ-୨୦୨୭। ଏହି ମହୋତ୍ସବକୁ ଆକର୍ଷଣୀୟ ଓ ଧୁମ୍‌ଧାମରେ ପାଳନ କରିବା ଲକ୍ଷ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?