କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ଏହି ସମସ୍ୟା ଦିନକୁ ଦିନ ବଡିବାରେ ଲାଗିଥିବାବେଳେ ଅନେକ ସମୟରେ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ କିଏ ଶବ ହୋଇ ଫେରୁଛି ତ ପୁଣି କିଏ ପୁଣି ପଙ୍ଗୁ ହୋଇ ଘରକୁ ଫେରୁଥିବା ବେଳେ କିଏ ଅଧବାଟରୁ ନିଖୋଜ ହୋଇଯିବାର ଦୃଶ୍ୟ ବାରମ୍ବାର ଦେଖୁବାକୁ ମିଳୁଛି । ଏଭଳି ଏକ ନିଖୋଜ ହେବାର ହୃଦୟବିଦାରକ ଘଟଣା ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ଲାଖବାହାଲି ପଞ୍ଚାୟତର ସିର୍କ୍ରିଝୋଲାରୁ ।

ଗ୍ରାମର ୨୫ ବର୍ଷୀୟ ଯୁବକ ଶାର୍ସ ମାଝୀ କେରଳରେ ଦାଦନ ଖଟିବାକୁ ଯାଇ ଘରକୁ ରେଳଗାଡିରେ ଫେରୁଥିବା ବେଳେ ବାଟରେ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଦଶଦିନ ହେଲା କୌଣସି ଖୋଜ ଖବର ମିଳୁନଥିବା ଜଣାପଡିଛି । ପରିବାରର ମୁହଁରେ ହସ ଫୁଟାଇବା ଏବଂ ଦୁଇ ଓଳି ଦୁଇମୁଠା ଖାଦ୍ୟ ଯୋଗାଇବାର ସ୍ୱପ୍ନ ନେଇ ଘରଦ୍ୱାର ଛାଡ଼ି ଦୂର କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ଆଜିକୁ ୧୦ ଦିନ ବିତିଗଲାଣି, ନା ମିଳୁଛି ପୁଅର ଖୋଜଖବର, ନା ଘରକୁ ଫେରୁଛି ତାଙ୍କ ପୁଅ। ପୁଅର ଅପେକ୍ଷାରେ ମାଆଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ପରିବାରର ପ୍ରତିଟି ଦିନ ଅସହ୍ୟ ଯନ୍ତ୍ରଣା ଓ ଆଶଙ୍କା ମଧ୍ୟରେ କଟୁଛି।

ସୂଚନାନୁସାରେ ସିର୍କ୍ରିଝୋଲା ଗ୍ରାମର ୨୫ ବର୍ଷୀୟ ଯୁବକ ଶାର୍ସ ମାଝୀ କିଛି ମାସ ପୂର୍ବେ ପରିବାର ପ୍ରତିପୋଷଣ ଆଶାରେ କେରଳକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସେଠାରେ କିଛି ମାସ କାମ କରିବା ପରେ ଘରକୁ ଫେରୁଥିବା ସମୟରେ ବିଜୟୱାଡ଼ା ରେଳ ଷ୍ଟେଶନରେ ଓହ୍ଲାଇଥିଲେ। ହେଲେ ସେଠାରୁ ସେ କେଉଁଆଡ଼େ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ଜଣାପଡ଼ିଛି। ନିଖୋଜ ହେବାର ୧୦ଦିନ ବିତିଯାଇଥିଲେ ମଧ୍ୟ ଶାର୍ସଙ୍କ କୌଣସି ସନ୍ଧାନ ମିଳିପାରିନାହିଁ। ପରିବାର ଲୋକେ ତାଙ୍କ ଫେରିବା ବାଟକୁ ଚାହିଁ ବସିଥିବା ବେଳେ ପ୍ରତିଟି ଫୋନ୍ କଲ୍‌ରେ ପୁଅର ଖବର ମିଳିବ ବୋଲି ଆଶା ବାନ୍ଧି ରହିଛନ୍ତି । ଶେଷରେ ଅନ୍ୟ କୌଣସି ଉପାୟ ନପାଇ ପରିବାର ଲୋକେ ବିଜେପୁର ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ କରିବାକୁ ଉଦ୍ୟମ କରିଥିଲେ । ହେଲେ ନିଖୋଜ ଯୁବକଙ୍କ ଆଧାର କାର୍ଡ ନଥିବାରୁ ଅଭିଯୋଗ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଥାନା ପକ୍ଷରୁ କୁହାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଫଳରେ ନିରାଶ ହୋଇ ପରିବାର ସଦସ୍ୟମାନେ ଘରକୁ ଫେରି ଆସିଥିବା ଜଣାପଡ଼ିଛି। ଜଣେ ଯୁବକ ଦୀର୍ଘ ୧୦ ଦିନ ଧରି ନିଖୋଜ ଥିବାବେଳେ ତାଙ୍କ ପରିବାର ଲୋକେ ଗଭୀର ଚିନ୍ତା ଓ ଦୁଃଖରେ ଦିନ କାଟୁଛନ୍ତି । ଜଣେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପ୍ରଥମେ ତାଙ୍କ ପରିବାରକୁ ନ୍ୟାୟ ଓ ସହଯୋଗ ମିଳିବା ଜରୁରୀ। ତେଣୁ ନିଖୋଜ ଶାର୍ସ ମାଝୀଙ୍କୁ ତୁରନ୍ତ ଠାବ କରିବା ସହ ତାଙ୍କୁ ସୁରକ୍ଷିତ ଭାବେ ପରିବାର ନିକଟକୁ ଫେରାଇ ଆଣିବା ପାଇଁ ପୋଲିସ ପ୍ରଶାସନ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି ପରିବାରବର୍ଗ। ମାଆଙ୍କ ଆଖିର ଲୁହ କେବେ ଶୁଖିବ ଏବଂ ହଜିଯାଇଥିବା ପୁଅ କେବେ ଘରକୁ ଫେରିବ, ତାହାକୁ ନେଇ ଏବେ ସମସ୍ତଙ୍କ ଅପେକ୍ଷା। ଏନେଇ ବିଜେପୁର ଥାନାଧିକାରୀ ତୁଳସିରାମ ଶବର ଙ୍କୁ ପଚାରିବାରୁ ସେ ଛୁଟିରେ ଥିବା ପ୍ରକାଶ କରିଥିବାବେଳେ ଏସ ଆଇ ଶ୍ୟାମ କୁଲଶିକାଙ୍କୁ ଫୋନ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା ତେଣୁ ପ୍ରତିକ୍ରିୟା ମିଳିପାରିଲା ନାହିଁ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

ଶାଳୀଙ୍କ ନିର୍ବନ୍ଧ ଭୋଜିକୁ ଯାଇଥିଲେ: ଦୁର୍ଘଟଣାରେ ଚାଲିଗଲା ଭିଣୋଇଙ୍କ ଜୀବନ

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମଠାରୁ ପଳାସପୁର ରାସ୍ତା ସିଙ୍ଗପୁର ଗ୍ରାମ ମା’ତାରିଣୀ ମନ୍ଦିର ନିକଟରେ ରବିବାର ସାରେ ଏକ ଦୁର୍ଘଟଣା…

୧୮ ଟ୍ରେନ ବାତିଲ, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୨୯।୧୧: ଚକ୍ରଧରପୁରରେ ଆଧୁନିକୀକରଣ ପାଇଁ ଏକାଧିକ ଟ୍ରେନ ବାତିଲ କରାଯାଇଥିବା ନେଇ ରବିବାର ରେଲୱେ ପକ୍ଷରୁ କୁହାଯାଇଛି। ଡିସେମ୍ବର ୧୭ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ୧୮ଟି ଟ୍ରେନ୍‌ର ଯାତ୍ରା…

ପ୍ରଥମ ‘ଟେଷ୍ଟ ଟ୍ୱେଣ୍ଟି’ ଟାଇଟଲ୍ ଜିତିଲା ସାଉଥ୍ ଏସିଆ, ବୋଲିଂରେ କମାଲ କଲେ କୋହଲିଙ୍କ ଭଣଜା

ନୂଆଦିଲ୍ଲୀ,୨୯।୧୧ ରାଜକୁମାର ଶର୍ମାଙ୍କ ମାର୍ଗଦର୍ଶନରେ ଖେଳୁଥିବା ସାଉଥ୍ ଏସିଆ ଟିମ୍ ପ୍ରଥମ ଟେଷ୍ଟ ଟ୍ୱେଣ୍ଟି ଟୁର୍ନାମେଣ୍ଟର ଟାଇଟଲ୍ ଜିତିଛି । ରବିବାର ଫାଇନାଲ୍ ମ୍ୟାଚ୍‌ରେ ଏବି ଡି’ଭିଲିୟର୍ସଙ୍କ…

ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ବିଜେଡିର ରଣନୀତି, ଲଳିତା ନାଏକଙ୍କ ନେତୃତ୍ୱରେ ବିଶାଳ ଜନସମ୍ପର୍କ ପଦଯାତ୍ରା

କେସିଙ୍ଗା,୨୯।୧୧(ତୁମେଶ୍ବର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏବଂ ବିଧାୟିକା ପ୍ରାଥୀନି ଲଳିତା ନାଏକଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

ଭାରତକୁ ବଡ଼ ଧକ୍କା: ମ୍ୟାଚରୁ ଓହରିଗଲେ ଆକାଶ

ଖ୍ରୀଷ୍ଟଚର୍ଚ୍ଚ,୨୯ା୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଫାଷ୍ଟ ବୋଲର ଆକାଶ ଦୀପ୍‌ କନ୍‌କସନ୍‌ରେ ପୀଡ଼ିତ ହେବାରୁ ଭାରତକୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ବଦଳ…

ବାରିପଟ ବିଲରୁ ମିଳିଲା ନବଜାତ ଶିଶୁର ମୃତଦେହ; ଘଟଣାସ୍ଥଳରେ ଲୋକଙ୍କ ଭିଡ଼, ପୋଲିସର…

ଛତ୍ରପୁର, ୨୯।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ହୁମା ଫାଣ୍ଡି ଅନ୍ତର୍ଗତ ହୁମା କେଉଟ ସାହି ନିକଟସ୍ଥ ବାରିପଟ ବିଲରୁ ରବିବାର ଏକ ନବଜାତ ଶିଶୁର ମୃତଦେହ ଠାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?