Posted inଖେଳ

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଗୋଟିଏ ବି ମ୍ୟାଚ୍‌ରେ ସୁଯୋଗ ନ ମିଳିବା ପରେ ଟେଷ୍ଟ ସିରିଜ୍‌ରେ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜାଙ୍କୁ ଦଳରେ ସ୍ଥାନ ନ ମିଳିବା ନେଇ ପ୍ରଶ୍ନ ଉଠିଥିଲା। ଏବେ ଦ୍ୱିତୀୟ ଟେଷ୍ଟରେ କନକସନ୍‌ ସବ୍‌ଷ୍ଟିଚ୍ୟୁଟ୍‌ ଭାବେ ପ୍ରସିଦ୍ଧ କୃଷ୍ଣାଙ୍କୁ ଖେଳାଇବା ନିଷ୍ପତ୍ତିକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି ।

କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ମଧ୍ୟ ମହମ୍ମଦ ସିରାଜଙ୍କୁ ପ୍ଲେଇଂ ଏକାଦଶରେ ସ୍ଥାନ ମିଳି ନଥିଲା। ଏହାକୁ ନେଇ ଦଳ ପରିଚାଳନା କମିଟିକୁ ସମାଲୋଚନା କରାଯାଇଥିଲା। ମ୍ୟାଚ୍‌ର ତୃତୀୟ ଦିନରେ ଆକାଶ ଦୀପ ଆହତ ହେବା ପରେ କନକସନ୍‌ କାରଣରୁ ତାଙ୍କୁ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା। ତାଙ୍କ ବଦଳରେ କନକସନ୍‌ ସବ୍‌ଷ୍ଟିଚ୍ୟୁଟ୍‌ ଭାବେ ପ୍ରସିଦ୍ଧ କୃଷ୍ଣାଙ୍କୁ ଖେଳାଇବାକୁ ଭାରତୀୟ ଦଳ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ପରେ ସିରାଜଙ୍କୁ ଅଣଦେଖା କରାଯାଇଥିବା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଭାଷ୍ୟକାର ଭାବେ ମ୍ୟାଚ୍‌ର ବିଶ୍ଳେଷଣ କରୁଥିବା ବେଳେ ଗାଭାସ୍କର ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, ପ୍ରସିଦ୍ଧ କୃଷ୍ଣା ଖେଳିଥିବା ପ୍ରାୟ ୬ରୁ ୧୨ଟି ଟେଷ୍ଟ ମ୍ୟାଚ୍‌ରେ କେବେ ଗୋଟିଏ ଇନିଂସରେ ୫ଟି ୱିକେଟ୍ ନେଇଥିବା ମୋର ମନେ ପଡ଼ୁନାହିଁ। ଅଂଶୁଲ କାମ୍ବୋଜ ମଧ୍ୟ ଏପରି କରିନାହାନ୍ତି। ଗାଭାସ୍କରଙ୍କ ମତରେ, ଏହି ସୁଯୋଗରେ ମହମ୍ମଦ ସିରାଜଙ୍କୁ ଖେଳାଇବା ଉଚିତ ଥିଲା। ନ୍ୟୁଜିଲାଣ୍ଡର ବ୍ୟାଟର୍‌ମାନଙ୍କ ପାଇଁ ସିରାଜଙ୍କ ବୋଲିଂ ଏକ ନୂଆ ଅନୁଭବ ହୋଇଥାନ୍ତା। ଏହା ସହିତ ସିରାଜ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳି ନଥିବାରୁ ସେ ଅନ୍ୟ ବୋଲରଙ୍କ ତୁଳନାରେ ଅଧିକ ସତେଜ ଥିଲେ ବୋଲି ଗାଭାସ୍କର ଯୁକ୍ତି ବାଢ଼ିଥିଲେ।

ସିରାଜଙ୍କୁ ସମଗ୍ର ଟେଷ୍ଟ ସିରିଜ୍‌ରେ ତାଙ୍କ ଫର୍ମକୁ ଆଧାର କରି ସୁଯୋଗ ଦିଆଯାଇନଥିବା କୁହାଯାଉଛି । ପ୍ରଥମ ଟେଷ୍ଟ ପରେ ଅଧିନାୟକ ଶୁବମନ ଗିଲ୍‌ ମଧ୍ୟ ଏହି କଥା କହିଥିଲେ । ତେବେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ସିରାଜଙ୍କୁ ବାଦ୍‌ ଦିଆଯିବା ପରେ ଦଳର ଚୟନକୁ ନେଇ ପ୍ରଶ୍ନ ଉଠିଛି । ପ୍ରଥମ ଟେଷ୍ଟର ଶେଷ ଦିନରେ ଯଶପ୍ରୀତ ବୁମ୍‌ରା, ଅଂଶୁଲ କାମ୍ବୋଜ, ଆକାଶ ଦୀପ ଓ ପ୍ରସିଦ୍ଧ କୃଷ୍ଣାଙ୍କ ମିଳିତ ଉଦ୍ୟମ ସତ୍ତ୍ୱେ ନ୍ୟୁଜିଲାଣ୍ଡ ଦଳକୁ ଅଲ୍‌ଆଉଟ୍‌ କରିବାରେ ଭାରତ ସଫଳ ହୋଇନଥିଲା। ସେହି ମ୍ୟାଚ୍‌ରେ ପ୍ରସିଦ୍ଧ, ଆକାଶ ଓ ଅଂଶୁଲ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଏହା ପରେ ପ୍ରସିଦ୍ଧଙ୍କୁ ଦ୍ୱିତୀୟ ଟେଷ୍ଟର ପ୍ଲେଇଂ ଏକାଦଶରୁ ବାଦ୍‌ ଦିଆଯାଇଥିଲା। ଏଭଳି ସ୍ଥିତିରେ କନକସନ୍‌ ସବ୍‌ଷ୍ଟିଚ୍ୟୁଟ୍‌ ଭାବେ ତାଙ୍କୁ ପୁଣି ସୁଯୋଗ ଦିଆଯିବା ନିଷ୍ପତ୍ତିକୁ ଗାଭାସ୍କର ସମାଲୋଚନା କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

ଶାଳୀଙ୍କ ନିର୍ବନ୍ଧ ଭୋଜିକୁ ଯାଇଥିଲେ: ଦୁର୍ଘଟଣାରେ ଚାଲିଗଲା ଭିଣୋଇଙ୍କ ଜୀବନ

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମଠାରୁ ପଳାସପୁର ରାସ୍ତା ସିଙ୍ଗପୁର ଗ୍ରାମ ମା’ତାରିଣୀ ମନ୍ଦିର ନିକଟରେ ରବିବାର ସାରେ ଏକ ଦୁର୍ଘଟଣା…

୧୮ ଟ୍ରେନ ବାତିଲ, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୨୯।୧୧: ଚକ୍ରଧରପୁରରେ ଆଧୁନିକୀକରଣ ପାଇଁ ଏକାଧିକ ଟ୍ରେନ ବାତିଲ କରାଯାଇଥିବା ନେଇ ରବିବାର ରେଲୱେ ପକ୍ଷରୁ କୁହାଯାଇଛି। ଡିସେମ୍ବର ୧୭ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ୧୮ଟି ଟ୍ରେନ୍‌ର ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?