ନିର୍ବାଚିତ ପରେ ନୀରବଦ୍ରଷ୍ଟା

ଅନୁଗୋଳ ଅଫିସ,୧୬ା୭ ଅନୁଗୋଳ ସହରରୁ ହଟାଯିବ ଜବରଦଖଲ। ବିଶେଷକରି ବର୍ଷା ଜଳ ନିଷ୍କାସନ ପଥରେ ଥିବା ସମସ୍ତ ଅବରୋଧକୁ ଉଚ୍ଛେଦ କରାଯିବ। ସହରକୁ ବର୍ଷାଦିନେ ଜଳବନ୍ଦୀରୁ ମୁକ୍ତ କରିବା ଦିଗରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ଗତ ପୌର ନିର୍ବାଚନ ବେଳେ ପ୍ରାର୍ଥୀମାନେ ପୌରାଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ନିର୍ବାଚିତ ହେବାର ୩ ମାସ ପରେ ବି ଉକ୍ତ ପ୍ରତିଶ୍ରୁତି ପୂରଣ ଦିଗରେ ସେପରି ବଳିଷ୍ଠ ପଦକ୍ଷେପ ନିଆଯାଇ ନାହିଁ। ଏପରି କି ପୌର ପରିଷଦର ୨ଟି ବୈଠକରେ ଏ ନେଇ ପ୍ରସ୍ତାବ ଲିପିବଦ୍ଧ ହୋଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ବର୍ଷା ଋତୁ ଆସିଯାଇଥିବା ବେଳେ ନିର୍ବାଚିତ ପ୍ରତିନିଧିମାନେ ନୀରବଦ୍ରଷ୍ଟା ସାଜିବାକୁ ନେଇ ସହରବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅନୁଗୋଳ ପୌରାଞ୍ଚଳରେ ଜବରଦଖଲ ସହରବାସିନ୍ଦାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ରାସ୍ତାଠାରୁ ଆରମ୍ଭ କରି ଡ୍ରେନ୍‌ଗୁଡ଼ିକୁ ଅକ୍ତିଆର କରାଯାଇଥିବାରୁ ଯାତାୟାତ ଓ ବର୍ଷା ଜଳ ନିଷ୍କାସନରେ ପ୍ରତିବନ୍ଧକ ଦେଖାଦେଉଛି। ଏହି କାରଣରୁ ହରିମହୁରୀ ଛକ, ବଜାରଛକ, ଗାନ୍ଧୀମାର୍ଗ, ବଜାର ଛକରୁ ମେଡିକାଲ ଛକ, ଅମଲାପଡ଼ା ମାର୍କେଟ କମ୍ପ୍ଲେକ୍ସ, ଶିମିଳିପଡ଼ା, ବଣିଆବାହାଳ, ସୌଭାଗ୍ୟନଗର, ତାମ୍ରିତ କଲୋନୀ କାଳୀ ମନ୍ଦିର ନିକଟ, ହେମସୁରପଡ଼ା ଶୁକୁଆସାହି ଆଦି ଅଞ୍ଚଳରେ ବର୍ଷା ହେଲେ ଲୋକମାନଙ୍କୁ ନାକେଦମ୍‌ ହେବାକୁ ପଡ଼ୁଛି। ସେହିପରି ବଣିଆବାହାଳ, ହାତୀଶାଳପଡ଼ା, ରାଧାରମଣପଡ଼ା କାଠଗୋଲା ସାହି, ଡିଆସିଛକ, ଶିମିଳିପଡ଼ା ଆଦି ଅଞ୍ଚଳରେ ବର୍ଷା ପାଣି ଲୋକଙ୍କ ଘରେ ପଶୁଥିବା ଦେଖିବାକୁ ମିଳୁଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଦୀର୍ଘବର୍ଷ ହେଲା ଦାବି ଉଠୁଛି। ଏପରି କି ଦୀର୍ଘବର୍ଷ ଧରି ପ୍ରଶାସକଙ୍କ ହାତରେ ଥିବା ପୌର ପରିଷଦ ନିର୍ବାଚିତ ପ୍ରତିନିଧିଙ୍କ ହାତକୁ ଗଲା ପରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସହରବାସୀ ଆଶା କରିଥିଲେ। ନିର୍ବାଚନ ବେଳେ ମଧ୍ୟ ପ୍ରାର୍ଥୀମାନେ ଏପରି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ଦିଗରେ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ପୂର୍ବଭଳି ବହୁ ବ୍ୟବସାୟୀ ଓ ମୁଷ୍ଟିମେୟ ବ୍ୟକ୍ତିଙ୍କ ଅକ୍ତିଆରରେ ଡ୍ରେନ୍‌ ଅଞ୍ଚଳ ରହିଥିବାରୁ ସହରବାସୀ ସମସ୍ୟାରେ ପଡ଼ୁଛନ୍ତି। ପୌର କର୍ତ୍ତୃପକ୍ଷ କେତେକ ସ୍ଥାନରେ ଉଚ୍ଛେଦ କରୁଥିଲେ ମଧ୍ୟ ତାହା ପୁଣି ଜବରଦଖଲକୁ ଚାଲିଯାଉଛି। ଏ ଦିଗରେ ସ୍ଥାୟୀ ପଦକ୍ଷେପ ନେବାରେ ବିଫଳ ପୌର ପ୍ରଶାସନ କେବଳ ବର୍ଷା ଛାଡ଼ିବା ପରେ ସହରରେ ଜେସିବି ବୁଲାଇ ଡ୍ରେନ୍‌ ସଫା କରି ଚୁପ୍‌ ବସିଯାଉଛି। କାଉନସିଲ ଗଠନ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍‌ ହେବ ବୋଲି ଟେଣ୍ଡର ବାହାରିଥିଲା। ତେବେ ନିର୍ବାଚନ ପରେ ପୌର କର୍ତ୍ତୃପକ୍ଷ ଓ ନଗରପାଳଙ୍କ ମଧ୍ୟରେ ତାଳମେଳ ଠିକ୍‌ ନ ରହିବାରୁ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲାନାହିଁ। ସହରରେ ବର୍ଷା ପାଣି ପଶିବା ପରେ ଏହି କାର୍ଯ୍ୟ କରାଯିବ ବୋଲି ମଧ୍ୟ କୁହାଗଲା। କିନ୍ତୁ ସେ ଦିଗରେ ପଦକ୍ଷେପ ଏଯାଏ ନିଆଯାଇ ନାହିଁ। ଓଲଟା ଏହାର ସମାଧାନ ରାସ୍ତା ଖୋଜାଗଲା ବେଳେ ଭୋଟବ୍ୟାଙ୍କ ଖସିଯିବା ଆଶଙ୍କା କରି କେତେଜଣ ନିର୍ବାଚିତ ପ୍ରତିନିଧି ଏଥିରେ ବାଧକ ସାଜୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?