ନୀରବତା

ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ନୂପୁର ଶର୍ମା ଓ ତାହାକୁ ସମର୍ଥନ କରିଥିବା ନବୀନ କୁମାର ଜିନ୍ଦଲ ଅଦ୍ୟାବଧି ଗିରଫ ହୋଇ ନ ଥିବାରୁ ବିବାଦ ଥମୁ ନାହିଁ। ଗତ ଶୁକ୍ରବାର ପ୍ରାର୍ଥନା ପରେ ମୁସଲମାନମାନେ ନୂପୁରଙ୍କ ମନ୍ତବ୍ୟକୁ ପ୍ରତିବାଦ କରି ରାସ୍ତାକୁ ଆସିବା ପରେ ଦେଶର ବିଭିନ୍ନ ଭାଗରେ ହିଂସାକାଣ୍ଡ ଘଟିଯାଇଛି। ସେଥିମଧ୍ୟରୁ କଂଗ୍ରେସ ସମର୍ଥିତ ଜେଏମ୍‌ଏମ୍‌ ଶାସିତ ଝାଡ଼ଖଣ୍ଡରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ସେଠାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଡଜନ୍‌ର ଅଧିକ ଆହତ ହୋଇଥିଲେ। ଅନ୍ୟପଟେ କୁହାଯାଉଛି ଯେ, ନୂପୁର ଓ ନବୀନଙ୍କୁ ଗିରଫ କରିବାର ଦାବି ପଛରେ ଅନେକ କାରଣ ରହିଛି। ତନ୍ମଧ୍ୟରୁ ସର୍ବୋଚ୍ଚ ହେଉଛି ସେହି ଦୁଇଜଣଙ୍କ ବ୍ୟକ୍ତିଗତ ସୁରକ୍ଷା। କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର କେତେକ ଅଧିକାରୀଙ୍କ ଅନୁଯାୟୀ ଏହି ଦୁଇ ଜଣଙ୍କ ଜୀବନ ପ୍ରତି ଅନେକ ବିପଦ ରହିଛି। ସେହି ବିପଦ ମୁସଲମାନ ଉଗ୍ରପନ୍ଥୀଙ୍କଠାରୁ ଉପୁଜୁ ନାହିଁ। ଏହି ଦୁଇ ଜଣଙ୍କ କୌଣସି କ୍ଷତି ଘଟିଲେ ତା’ ପାଇଁ ଦୋଷ ମୁସଲମାନଙ୍କ ଉପରେ ଦିଆଯିବ। ସେଥିରୁ ଦଙ୍ଗା ବୃଦ୍ଧି ପାଇବାର ସବୁ ସଙ୍କେତ ମିଳୁଛି। ଗୋଇନ୍ଦା ସଂସ୍ଥା ଅନୁଯାୟୀ ସାମ୍ପ୍ରଦାୟିକ ଶକ୍ତି ପାଇଁ ଏହି ଦୁଇଜଣଙ୍କ ଜୀବନ ମୂଲ୍ୟହୀନ। ସେମାନଙ୍କୁ ବାଟରୁ ହଟେଇ ଦେଲେ ଗୋଧ୍ରା ଭଳି ସ୍ଥିତି ସୃଷ୍ଟି କରିବା ଅତ୍ୟନ୍ତ ସହଜ ହୋଇଯିବ।
୧୨ ଜୁନ୍‌ରେ ରାଞ୍ଚିର ପ୍ରତିବାଦକାରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହେବା ପରେ ସେଠାରେ ପୁଣି ଉତ୍ତେଜନା ଦେଖାଦେଇଛି। ରାଞ୍ଚତ୍ ପ୍ରତିବାଦରେ ଭାଗ ନେଇ ନ ଥିବା ଦୁଇ ଜଣ ମୁସଲମାନଙ୍କୁ ଯେଭଳି ଭାବେ ବାଡ଼ିଆପିଟା କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବେ ମାନବ ଅଧିକାର ଉଲ୍ଲଂଘନ ବୋଲି କୁହାଯାଉଛି। ସେପଟେ ଭାଜପା ଶାସିତ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ଗିରଫ ହୋଇଥିବା ପ୍ରତିବାଦକାରୀଙ୍କ ଉପରେ ଦମନଲୀଳା ଚାଲିଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ବହୁଳ ଭାବେ ପ୍ରସାରିତ ହେଉଛି। ଏଥିସହିତ ବୁଲ୍‌ଡୋଜର ପୁଣି ସକ୍ରିୟ ହୋଇଉଠିଛି। ପ୍ରୟାଗରାଜ ହିଂସାର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ଜାଭେଦ ମହମ୍ମଦଙ୍କ ଘର ସମେତ ଅନେକ ପ୍ରତିବାଦକାରୀଙ୍କ ଘରକୁ ବୁଲ୍‌ଡୋଜର ମାଧ୍ୟମରେ ଧ୍ୱଂସ କରାଯାଉଥିବାର ଚିତ୍ର ପଦାକୁ ଆସିବାରେ ଲାଗିଛି। ଗତ କିଛିବର୍ଷ ଧରି ମୁସଲମାନ ସମ୍ପ୍ରଦାୟ ବିରୋଧରେ ଅନେକ କାର୍ଯ୍ୟାନୁଷ୍ଠାନ ସରକାରୀ ସ୍ତରରେ ଗ୍ରହଣ କରାଯାଉଛି। ଏପର୍ଯ୍ୟନ୍ତ ସେହି ସଂଖ୍ୟାଲଘୁ ଗୋଷ୍ଠୀଠାରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉ ନ ଥିଲା। ନୂପୁର ଶର୍ମାଙ୍କ ମନ୍ତବ୍ୟ ଉପରେ ଅନ୍ତର୍ଜାତୀୟ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସମ୍ଭବତଃ ଭାରତୀୟ ମୁସଲମାନଙ୍କ ଦମ୍ଭ ବଢ଼ିଥିବା ଭଳି ମନେହେଉଛି। ଗତ ଶୁକ୍ରବାର ମସ୍‌ଜିଦ୍‌ ପ୍ରାର୍ଥନା ପରେ ଦେଶର ଅନେକ ଭାଗରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଥିଲା। ଏଠାରେ କୁହାଯାଇପାରେ ଯେ, ଏହିଭଳି ହିଂସା ମାଧ୍ୟମରେ କେବେହେଲେ କୌଣସି ସମାଧାନ ବାହାରି ପାରିବ ନାହିଁ। ପଥର ମାଡ଼କୁ ଇଟାରେ ଜବାବ ଦେଲେ ତାହାର ଅନ୍ତ ନାହିଁ। ଉଭୟ ପଟର ମୁଣ୍ଡ ଫାଟିବା ଏକମାତ୍ର ପରିଣତି ହୋଇଥାଏ।
ଏତେସବୁ ଘଟଣା ଘଟିଯିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ପ୍ରତିକ୍ରିୟା ନ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା କଥା। ବିଭିନ୍ନ ମୁସଲମାନ ଦେଶ ତରଫରୁ କ୍ଷମା ପ୍ରାର୍ଥନା କରିବା ସକାଶେ ଆସିଥିବା ଦାବିକୁ ଭାରତ ମୁହୂର୍ତ୍ତକ ପାଇଁ ଏଡ଼ାଇ ଦେଇପାରିଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନୀରବତା ଦେଶର ବୈଦେଶିକ ସମ୍ପର୍କକୁ ଦୀର୍ଘମିଆଦୀ କ୍ଷତି ନିଶ୍ଚିତ ଭାବେ ପହଞ୍ଚାଇବ। ତୈଳ ଉତ୍ପାଦନକାରୀ ଆରବ ଦେଶଗୁଡ଼ିକ ସହ ଖରାପ ସମ୍ପର୍କ ସୃଷ୍ଟିକରି କେବଳ ଇସ୍ରାଏଲର ପଣତକାନି ଧରିଲେ ପେଗାସସ୍‌ ଭଳି ଗୋଇନ୍ଦା ସଫ୍ଟଓ୍ବେର ମିଳିପାରେ; କିନ୍ତୁ ସାଧାରଣ ନାଗରିକଙ୍କୁ ତ୍ରାହି ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?