Posted inଜାତୀୟ

ଅନଲାଇନରେ କରିହେବ ଅମରନାଥ ଦର୍ଶନ

ଜମ୍ମୁ,୩ ।୭: ଏବେ ଘରେ ବସି ଶ୍ରଦ୍ଧାଳୁମାନେ ବାବା ବର୍ଫାନି ବା ଅମରନାଥଙ୍କ ଦର୍ଶନ ଓ ପୂଜା କରିପାରିବେ । ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ ପକ୍ଷରୁ ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଅନଲାଇନ ପ୍ରସାଦ ବି ମଗାଇପାରିବେ । ପବିତ୍ର ଗୁମ୍ଫାର ପୂଜାରୀ ଏହାକୁ ଭକ୍ତଙ୍କ ନାମରେ ଚଢାଇବେ । ଭୋଳାନାଥଙ୍କ ପ୍ରସାଦ ଭକ୍ତଙ୍କ ଘରେ ପହଞ୍ଚିଯିବ ।
ସିଇଓ ନିତିଶ୍ୱର କୁମାର କହିଛନ୍ତି, ଅନଲାଇନ ସେବା ବୋର୍ଡର ଅଫିସିଆଲ ୱେବସାଇଟ ସହ ସମ୍ବନ୍ଧିତ ଆପ୍ଲିକେଶନ ସହ ଲିଙ୍କ କରି ଏହି ସୁବିଧା ନିଆଯାଇ ପାରିବ । ଭକ୍ତ ୧,୧୦୦ ଟଙ୍କା ଦେଇ ଭର୍ଚୁଆଲ ପୂଜାରେ ବି ସାମିଲ ହୋଇପାରିବେ । ସେହିପରି ୧,୧୦୦ ଟଙ୍କା ପ୍ରସାଦ ବୁକିଂରେ ଶ୍ରୀ ଅମରନାଥଙ୍କ ୫ଗ୍ରାମର ଚାନ୍ଦି କଏନ, ୨,୧୦୦ ଟଙ୍କାର ପ୍ରସାଦ ବୁକିଂରେ ୧୦ ଗ୍ରାମର ଚାନ୍ଦି କଏନ ଓ ୫,୧୦୦ ଟଙ୍କା ବୁକିଂରେ ବିଶେଷ ହୱନଙ୍କ ପ୍ରସାଦ ଓ ଭର୍ଚୁଆଲ ପୂଜାର କମ୍ବିନେଶନ ମିଳିବ ।
ପୂଜାର ହୱନ ପୂଜାରୀଙ୍କ ଦ୍ୱାରା ପବିତ୍ର ଗୁମ୍ଫାରେ ବୈଦିକ ମନ୍ତ୍ର, ଶ୍ଳୋକ ଜପ ସହ ଭକ୍ତଙ୍କ ନାମ ଓ ଗୋତ୍ର ଉଚ୍ଚାରଣ କରି ପୂଜା କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri