ମୃତବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି

ବଲାଙ୍ଗୀର ଅଫିସ, ୩।୭: ଜମି ଜାଲିଆତିକୁ ନେଇ ବାରମ୍ବାର ଖବର ଶୀର୍ଷକରେ ରହିଆସିଥିବା ବଲାଙ୍ଗୀର ତହସିଲ ଅଫିସ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏଥର ଜଣେ ମୃତବ୍ୟକ୍ତିଙ୍କ ନଁାରେ ଜମି ବିକ୍ରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏଥିରେ ତହସିଲଦାରଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ହେବା ପରେ ଘଟଣାଟି ଆଲୋଡ଼ନ ସୃଷ୍ଟି କରିଛି। ଘଟଣା ଜଣାପଡ଼ିବା ପରେ ଜିଲାପାଳ ଚଞ୍ଚଳ ରାଣା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ବଲାଙ୍ଗୀର ସହର ଉପକଣ୍ଠ ଧୁମାମରା ଗ୍ରାମର ଅବ୍‌ଦୁଲ ଷାଣ୍ଢ ଟାଉନ୍‌ ଥାନାରେ ଜୁନ୍‌ ୧୬ରେ ତାଙ୍କର ଜମି ଜାଲିଆତି କରି ବିକ୍ରି କରାଯାଇଥିବା ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୨୪୯/୨୨) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଅବ୍‌ଦୁଲଙ୍କ ଅଭିଯୋଗ ଯେ, ସେମାନେ କୌଣସି ଜମି ବିକ୍ରି କରିନାହାନ୍ତି। କିଛିଦିନ ତଳେ କେତେକ ଲୋକ ତାଙ୍କ ଜମି ମାପଚୁପ କରିଥିଲେ। ସେମାନଙ୍କୁ ପଚାରିବାରୁ ଧୁମାମରାର ହର୍ଷ ଷାଣ୍ଢ ନାମକ ଜଣେ ବ୍ୟକ୍ତି ଲାବଣୀ ପୃଷ୍ଟିଙ୍କୁ ଜମି ବିକ୍ରି କରିଥିବା ଜଣାପଡ଼ିଥିଲା। ଅବ୍‌ଦୁଲଙ୍କ କହିବା ହେଲା, ତାଙ୍କ ପିତା ହର୍ଷ ଷାଣ୍ଢଙ୍କର ୨୦୦୫ରୁ ମୃତ୍ୟୁ ହୋଇଛି। ୨୦୨୨ ଜାନୁୟାରୀରେ ତାଙ୍କ ନାମରେ କିଏ ଜମି ବିକ୍ରି କଲା ଏକଥା ସେ ଜାଣିନାହାନ୍ତି। ଘଟଣାକୁ ନେଇ ସେ ତହସିଲଦାର ଏବଂ ସବ୍‌ରେଜିଷ୍ଟ୍ରି ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ୧୬ ତାରିଖରେ ଅବଦୁଲ ଟାଉନ୍‌ ଥାନାରେ ୯ ଜଣଙ୍କ ନଁାରେ ଅଭିଯୋଗ କରିଥିଲେ। ପରେ ପୋଲିସ ବଲାଙ୍ଗୀର ତହସିଲଦାର ମଘବନ ବାଗ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଘଟଣା ପ୍ରଘଟ ପରେ ସବ୍‌ରେଜିଷ୍ଟ୍ରି ଅଫିସ ଏବଂ ତହସିଲ ଅଫିସ୍‌ର ଏକ ର଼୍ୟାକେଟ୍‌ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। ମୃତ ହର୍ଷ ଷାଣ୍ଢଙ୍କ ନଁାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ସବ୍‌ରେଜିଷ୍ଟ୍ରି ଅଫିସରେ ଠିଆ କରାଇ ଏବଂ ତାଙ୍କ ଫଟୋ ଲଗାଇ ସାକ୍ଷୀ ସାହାଯ୍ୟରେ ଜମି ରେଜିଷ୍ଟ୍ରି କରାଯାଇଥିବା ଜଣାପଡ଼ିଥିଲା। ଷାଣ୍ଢଙ୍କ ଜମିରୁ ପ୍ରାୟ ଦେଢ଼ ଏକରରୁ ଊର୍ଦ୍ଧ୍ୱ ଜମିି ବିକ୍ରି କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ତହସିଲଦାର ବାଗ୍‌ଙ୍କୁ ତାଙ୍କ ମୋବାଇଲ ଫୋନ୍‌ (୯୪୩୯୨୩୯୦୨୦)ରେ ଯୋଗାଯୋଗ କରାଯାଇଥିଲା। ହେଲେ ଫୋନ୍‌ ସୁଇଚ୍‌ ଅଫ୍‌ ଥିତ୍ବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: କୌଣସି ସ୍ଥାନରେ ନାହିଁ ଡଷ୍ଟବିନ୍‌

ନୟାଗଡ଼ ଅଫିସ,୨୦ା୧୨: ନୟାଗଡ଼ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ସହରର ବିଭିନ୍ନ ସ୍ଥାନରେ ପୂର୍ବରୁ ଡଷ୍ଟବିନ୍‌ ଥିବାବେଳେ ବର୍ତ୍ତମାନ ଏହାକୁ କାଢ଼ିନିଆଯାଇଛି। ଏ ନେଇ...

ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ପୂର୍ବତନ ଉପବାଚସ୍ପତି, ବିଧାୟକ

ଛତ୍ରପୁର,୧୧ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ୧୯ ନଂ. ଜୋନ୍‌ ଜିଲାପରିଷଦ ସଭ୍ୟ ପାଇଁ ବିଜେଡି ପ୍ରାର୍ଥୀ ରଶ୍ମିତା ନାହାକଙ୍କ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି।...

୪ ଦଶନ୍ଧିର ଦାବି, ହୋଇପାରୁନି ଘୁମୁସର ଜିଲା

ବ୍ରହ୍ମପୁର ଅଫିସ,୯ା୧୨:ରାଜ୍ୟରେ ନୂଆ ଜିଲା ଗଠନ ଦାବି ସମ୍ପ୍ରତି ବଢ଼ିବାରେ ଲାଗିଛି। ଆସନ୍ତା ୨୦୨୩ରେ ପଦ୍ମପୁରକୁ ଜିଲା ମାନ୍ୟତା ଦିଆଯିବ ବୋଲି ନବୀନ ପଟ୍ଟନାୟକ ସୂଚନା...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

ଠାକୁରମୁଣ୍ଡା,୨୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ହାତୀଗଡ଼ା ପଞ୍ଚାୟତ ଅଧୀନ ରାଣୀଭୋଳ ଗଁାରେ ବୁଧବାର ସକାଳେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କୁ ପିଟି...

ଜଳିଗଲା ୬ ଦୋକାନ

ଭଦ୍ରକ ଅଫିସ, ୧ା୫-ଭଦ୍ରକ ଜିଲା ୧୬ନଂ. ଜାତୀୟ ରାଜପଥ ରାଣୀତାଲ ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ଟି ଦୋକାନ ଜଳିଯାଇଛି। ଅଗ୍ନିକାଣ୍ଡରେ...

ମାନିଲେନି ସେଣ୍ଟ୍ରାଲ ଜୁ ଅଥରିଟି ନିର୍ଦ୍ଦେଶ:ମାନ୍ୟତା ହରାଇବ କପିଳାସ ଚିଡ଼ିଆଖାନା

ଢେଙ୍କାନାଳ ଅଫିସ,୧୭ା୧୨ବନ ବିଭାଗର ଚରମ ଅବହେଳା, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ମାନ୍ୟତା ହରାଇବାକୁ ଯାଉଛି ଢେଙ୍କାନାଳ ଜିଲାର କପିଳାସ ଚିଡ଼ିଆଖାନା। ଏ ନେଇ ନୂଆଦିଲ୍ଲୀସ୍ଥିତ...

କୋଭିଡ ନିୟମ କଡାକଡି ପାଳନ ନିର୍ଦ୍ଦେଶ: ଚାଲିଚାଲି ଯାଇ ସ୍ଥିତି ପରଖିଲେ ଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ମହାମାରୀ ନେଇ ଲକ୍‌ଡାଉନ୍‌ ଉଠି ନ ଥିବା ବେଳେ କଟକଣା କୋହଳ ହୋଇଛି। ଏଣୁ ସମସ୍ତେ କୋଭିଡ ନିୟମ ମାନିବାକୁ ବାଧ୍ୟତାମୂଳକ ଏହାକୁ...

ମିଳିଲା ଜାମିନ, ହେଲେ ଜେଲ୍‌ରେ ମୁକୁଳି ପାରିବେନି

କଟକ ଅଫିସ,୧୮।୧୨ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ସହିତ ଅନ୍ୟ ଦୁଇଟି ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି...

Advertisement
Archives

Model This Week