Posted inଜାତୀୟ

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଶନିବାର ବିଳମ୍ବିତ ରାତିରୁ ଛାତ୍ରୀଛାତ୍ର କ୍ୟାମ୍ପସ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିବା ସାଙ୍ଗକୁ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଦିଲ୍ଲୀ-ଅମୃତସର ଜାତୀୟ ରାଜପଥକୁ ସେମାନେ ଅବରୋଧ କରିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଆନ୍ଦୋଳନକାରୀ ଛାତୀଛାତ୍ରଙ୍କ ଅଭିଯୋଗକ୍ରମେ ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ବଳାତ୍କାର ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଥିବା ପୋଲିସ କହିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବହୁସଂଖ୍ୟାରେ ଛାତ୍ରୀଛାତ୍ର ୟୁନିଭର୍ସିଟିର ଝରକା କାଚ, ମାଟି ଫୁଲକୁଣ୍ଡ ଭାଙ୍ଗିବା ସହ ପୋଡ଼ାଜଳା କରୁଥିବା ଦେଖାଯାଇଛି। ଆମେ ନ୍ୟାୟ ଚାହୁଁ ବୋଲି ସେମାନେ ସ୍ଲୋଗାନ ଦେଉଥିବା ଶୁଣାଯାଇଛି। ଏପରିକି ମୁହଁରେ ରୁମାଲ ବାନ୍ଧିଥିବା କେତେଜଣ ବିକ୍ଷୋଭକାରୀ ୟୁନିଭର୍ସିଟି ମଲ୍‌ରେ ଥିବା ଦୋକାନ ଓ ଅନ୍ୟ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ ଓ କେତେଜଣ ତେଜରାତି ଦୋକାନରୁ ଜିନିଷ ନେଇଯାଉଥିବା ଦେଖାଯାଇଛି। କ୍ୟାମ୍ପସ୍‌ ପରିସରରେ ଥିବା ଏକ ଏଟିଏମ୍‌ କିଓସ୍କ ଏବଂ କେତେକ ଗାଡ଼ିକୁ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଛନ୍ତି।
ଜାତୀୟ ରାଜପଥକୁ ଛାତ୍ରୀଛାତ୍ର ଅବରୋଧ କରିବାରୁ ଗାଡ଼ିଗୁଡ଼ିକୁ ଫଗଓ୍ବାରା-ଜନ୍ଦିଆଲା ରୋଡ଼ରେ ଛଡ଼ାଯାଇଥିଲା। ରାସ୍ତାରେ ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଅଟକି ରହିବା ସହ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ରବିବାର ଅପରାହ୍ନ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଥିଲା।
ଅଭିଯୋଗ ଅନୁଯାୟୀ, ୟୁନିଭର୍ସିଟି ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କୁ ୩ ଦିନ ପୂର୍ବରୁ ଜଣେ ପାଣି ମିସ୍ତ୍ରୀ ବଳାତ୍କାର କରିଥିଲେ। ଏନେଇ ହଷ୍ଟେଲ ଓ୍ବାଡେନ୍‌ଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିଲେ। ଭଙ୍ଗାରୁଜା ପରେ ୟୁନିଭର୍ସିଟି କ୍ୟାମ୍ପସ୍‌ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। କପୁରଥାଲା ଏସ୍‌ଏସ୍‌ପି ଗୌରବ ତୁରାଙ୍କ କହିବା ଅନୁଯାୟୀ ଶନିବାର ରାତି ୧ଟା ୪୫ ମିନିଟ୍‌ରେ ଛାତ୍ରୀଛାତ୍ର ଏଲ୍‌ପିୟୁ କ୍ୟାମ୍ପସ୍‌ରେ ଏକାଠି ହେବା ସହ ରାସ୍ତା ଅବରୋଧ କରିଥିବା ଖବର ମିଳିଥିଲା। ଘଟଣାସ୍ଥଳକୁ ସମସ୍ତ ରେଞ୍ଜ୍‌ର ଏସ୍‌ଏସ୍‌ପି ଓ ପୋଲିସ ଫୋର୍ସ ପହଞ୍ଚତ୍ଥିଲେ। ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଛାତ୍ରୀଛାତ୍ର ଆଉ କେତେକ ଦାବି ନେଇ ମଧ୍ୟାହ୍ନ ୧୨ଟାରେ ବୈଠକ କରିଥିଲେ। ସମ୍ପୂର୍ଣ୍ଣ ହଷ୍ଟେଲ କର୍ମଚାରୀ ମହିଳା ରହିବାକୁ ଛାତ୍ରୀମାନେ ଦାବି କରିଥିବାବେଳେ ପରିଚାଳନା କର୍ତ୍ତୃପକ୍ଷ ତାହା ପୂରଣ କରିବେ ବୋଲି ଡିଆଇଜି କହିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ତେଲଙ୍ଗାନାର ଜଣେ ଛାତ୍ରୀ ୧୫ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ତାଙ୍କ ମୋବାଇଲ ଫୋନ୍‌କୁ ଫୋରେନ୍‌ସିକ ପରୀକ୍ଷା ପାଇଁ ପଠାଯାଇଛି। ଯଦି କୌଣସି ଅସାଧୁ କାର୍ଯ୍ୟ ଘଟିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯବ ବୋଲି ଡିଆଇଜି କହିଛନ୍ତି। ଅନ୍ୟ ପକ୍ଷରେ ଛାତ୍ରୀଙ୍କୁ ବଳାତ୍କର ଘଟଣା ସମ୍ପର୍କରେ ଜାଣି ନ ଥବା ଏଲ୍‌ପିୟୁ କୁଳପତି ଯଶପାଲ ସିଂ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ TVK ବିଧାୟକ

ଚେନ୍ନାଇ,୨୭।୧୧: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗମ’ (TVK)ର କାଲ୍ଲାକୁରିଚି ବିଧାୟକ ସି. ଅରୁଲ ଭିଗ୍ନେଶଙ୍କୁ ଶୁକ୍ରବାର ସଂଧ୍ୟାରେ…

ଏଥର ସଂସଦରେ ପାସ୍‌ ହେଇଯିବ ସୀମା ନିର୍ଦ୍ଧାରଣ ବିଲ୍‌? ଭାଜପା ଖେଳିଦେଲା ବଡ଼ ଗେମ୍‌, ବିରୋଧୀ କାବା

ନୂଆଦିଲ୍ଲୀ,୨୭।୧୧: ସଂସଦର ମୌସୁମୀ ଅଧିବେଶନର ଆଗାମୀ କାର୍ଯ୍ୟାନୁଷ୍ଠାନ ବଢ଼ାଇବା ପାଇଁ ସରକାର ଅନୁରୋଧ କରିଛନ୍ତି। ସଂସଦୀୟ ମନ୍ତ୍ରୀ କିରେନ ରିଜିଜୁଙ୍କ ଅନୁଯାୟୀ, ଏହି ପଦକ୍ଷେପ ଜରୁରୀ କାମକାଜ…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍‌କୁ ମିଳିଲା ମଞ୍ଜୁରୀ, ଏହାସହ…

ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି କେନ୍ଦ୍ର କ୍ୟାବିନେଟ ବୈଠକ। ପ୍ରାୟ ୪୦ ମିନିଟ ଧରି ଚାଲିଥିବା ଏହି ବୈଠକରେ ସଂସଦର ଆଗାମୀ କାର୍ଯ୍ୟଧାରା…

ନିଜ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଦେଲେ ଦୁଇ ଭାଇ, ଏମିତି ସାମ୍ନାକୁ ଆସିଲା ପ୍ରକୃତ ଘଟଣା…

ରାଞ୍ଚି,୨୭ା୧୧: ଝାଡ଼ଖଣ୍ଡର ଗୁମଲା ଜିଲାରେ ଦୁଇ ଯାଆଙ୍କ ମଧ୍ୟରେ ଥିବା ପୁରୁଣା ବିବାଦକୁ କେନ୍ଦ୍ର କରି ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଦୁଇ ଭାଇଙ୍କୁ ଗିରଫ…

ଡିଜେ ଗୀତରେ ନାଚୁଥିବା ବେଳେ ଟଳିପଡ଼ିଲେ ସେନା କର୍ମଚାରୀ, ତାପରେ…

ଲକ୍ଷ୍ନୌ,୨୭ା୧୧: ବିବାହ ଉତ୍ସବର ଖୁସି ମୁହୂର୍ତ୍ତକରେ ଶୋକରେ ପରିଣତ ହୋଇଗଲା। ଡିଜେ ଗୀତରେ ପତ୍ନୀଙ୍କ ସହ ନାଚୁଥିବା ବେଳେ ହଠାତ୍‌ ଟଳିପଡ଼ିଲେ ଭାରତୀୟ ସେନାର ଜଣେ କର୍ମଚାରୀ।…

‘ଯୋଗୀ ନଥିଲେ ଉତ୍ତରପ୍ରଦେଶ ନାହିଁ’, ଯୋଗୀଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, ଚାରିଆଡେ ଚର୍ଚ୍ଚା

ଲକ୍ଷ୍ନୌ,୨୭।୧୧: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ…

ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଅପଡେଟ୍‌! ଡିସେମ୍ବରରୁ ନୂଆ ନିୟମ, ବୁକିଂ ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୧: ପ୍ରତ୍ୟେକ ଘରର ରୋଷେଇ ଘରର ବଜେଟ ବହୁ ପରିମାଣରେ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ନିର୍ଭର କରିଥାଏ। ଯଦି ଆପଣ ଇଣ୍ଡେନ (Indane), ଏଚ୍ପି ଗ୍ୟାସ…

ନେଟଫ୍ଲିକ୍ସକୁ କେନ୍ଦ୍ରର ନିର୍ଦ୍ଦେଶ, ଭାରତରେ ପାକିସ୍ତାନୀ ଓ୍ବେବସିରିଜ୍ ମନା

ନୂଆଦିଲ୍ଲୀ,୨୭।୧୧(ପି.ଟି.): ନେଟ୍‌ଫ୍ଲିକ୍ସର ପ୍ରଥମ ପାକିସ୍ତାନୀ ଶୋ’ ‘ଜୋ ବଚେ ହୈଁ ସଙ୍ଗ ସମେଟ୍‌ ଲୋ’ ଭାରତରେ ରିଲିଜ୍‌୍‌ ହେବା ସମ୍ଭାବନାକୁ ନେଇ ଏକାଧିକ ଅଭିଯୋଗ ମିଳିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?