Posted inଜାତୀୟ

କଟକଣା ମଧ୍ୟରେ ହେବ ସିନେମା, ସିରିୟଲ୍‌ ଶୁଟିଂ

ନୂଆଦିଲ୍ଲୀ, ୨୪।୮ (ପି.ଟି.): କରୋନା ମହାମାରୀ ଯୋଗୁ ଦୀର୍ଘଦିନ ହେଲା ସିନେମା ଓ ଟିଭି ସିରିଏଲ ଶୁଟିଂ ବନ୍ଦ ରହିଥିଲାବେଳେ ଏହାକୁ ପୁଣି ଥରେ ଆରମ୍ଭ କରିବା ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ କେତେକ କଟକଣା ମଧ୍ୟରେ ଶୁଟିଂ କରିବା ପାଇଁ ରବିବାର କେନ୍ଦ୍ର ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍‌ଓପି) ଜାରି ହୋଇଛି। ଶୁଟିଂ ସେଟରେ ସାମାଜିକ ଦୂରତ୍ୱ ରକ୍ଷା କରାଯିବା ସହ ସମସ୍ତଙ୍କ ପାଇଁ ଫେସ୍‌ମାସ୍କ ବାଧ୍ୟତାମୂଳକ ହେବ। ତେବେ କ୍ୟାମେରା ସମ୍ମୁଖରେ ଅଭିନେତା ଓ ଅଭିନେତ୍ରୀମାନେ ମାସ୍କ ପିନ୍ଧିବେ ନାହିଁ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ଏସ୍‌ଓପି ଘୋଷଣା କରିଛନ୍ତି। ମହାମାରୀ ଯୋଗୁ ସିନେମା ଓ ଟିଭି ଶିଳ୍ପର ବହୁ ଲୋକ କାମଧନ୍ଦା ହରାଇଛନ୍ତି। ସିରିଏଲ ଶୁଟିଂ ପୁନଃ ଆରମ୍ଭ ହେବା ଦ୍ୱାରା ସେମାନଙ୍କୁ କାମ କରିବାର ସୁଯୋଗ ମିଳିବ ବୋଲି ମନ୍ତ୍ରୀ ଜାଭଡେକର କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ପରାମର୍ଶ ପରେ ଏସ୍‌ଓପି ଚୂଡାନ୍ତ ହୋଇଛି।
ଏସ୍‌ଓପି ଅନୁଯାୟୀ କୋଭିଡ୍‌ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଶୁଟିଂ କରାଯିବ ନାହିଁ। ସେହିପରି ବୟସ୍କ କର୍ମଚାରୀ, ଗର୍ଭବତୀ କର୍ମଚାରୀ ଏବଂ ଯେଉଁମାନଙ୍କର ଅନ୍ୟ ରୋଗ ରହିଛି ସେମାନଙ୍କ ପ୍ରତି ଅଧିକ ସାବଧାନତା ଗ୍ରହଣ କରାଯିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶନ ଅନୁଯାୟୀ ସେମାନଙ୍କୁ ସର୍ବସାଧାରଣଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସିବାକୁ ଦିଆଯିବ ନାହିଁ। ଶୁଟିଂ ସ୍ଥାନ, ସାଉଣ୍ଡ ରେକର୍ଡିଂ ଷ୍ଟୁଡିଓ ଏବଂ ଏଡିଟିଂ ପ୍ରକୋଷ୍ଠରେ ସବୁବେଳେ ଯେତେଦୂର ସମ୍ଭବ ୬ ଫୁଟ ଦୂରତା ବଜାୟ ରଖିବାକୁ ହେବ। ସେଟଅପ୍‌, କ୍ୟାମେରା ସ୍ଥାନ, କ୍ରିଉ ସଦସ୍ୟମାନଙ୍କ ସ୍ଥିିତି, ଆସନ ବ୍ୟବସ୍ଥା, ଖାଦ୍ୟ ଓ କ୍ୟାଟରିଂ ବ୍ୟବସ୍ଥା ସବୁକିଛି ସାମାଜିକ ଦୂରତା ନିୟମାବଳୀକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରିବାକୁ ହେବ। ଶୁଟିଂ ସମୟରେ ସର୍ବନିମ୍ନ କାଷ୍ଟ୍‌ ଓ କ୍ରିଉ ସଦସ୍ୟଙ୍କୁ ନେବା ଲାଗି ଏସ୍‌ଓପିରେ କୁହାଯାଇଛି। ସେଟ୍‌ରେ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ। ଆଉଟଡୋର ଶୁଟିଂ ବେଳେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗ ନେଇ ଯେତେଦୂର ସମ୍ଭବ ଦର୍ଶକ କମାଇବାକୁ ପ୍ରଡକ୍ସନ ଟିମ୍‌କୁ ପରାମର୍ଶ ଦିଆଯାଇଛି। ବିଶ୍ରାମ ସମୟରେ କିମ୍ବା ସେଟ୍‌ରେ ରହଣି ବେଳେ ମଧ୍ୟ ଦୂରତ୍ୱ ଗାଇଡ୍‌ଲାଇନକୁ ମାନିବାକୁ ହେବ। ଏକାଧିକ ସେଟ୍‌ ଥିବା ଷ୍ଟୁଡିଓ ବିଭିନ୍ନ ପ୍ରଡକ୍‌ଶନ ୟୁନିଟ ପାଇଁ ପ୍ୟାକ୍‌ଅପ୍‌ ସମୟ ସ୍ଥିର କରିବେ। ଶୁଟିଂ ସ୍ଥାନ ଓ ଅନ୍ୟ କାର୍ଯ୍ୟସ୍ଥଳରେ ନିର୍ଦ୍ଦିଷ୍ଟ ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ସେଟ୍‌ କାଫେଟେରିଆ, ମେକ୍‌ଅପ୍‌ ରୁମ୍‌, ସମ୍ପାଦନା ପ୍ରକୋଷ୍ଠ, ଭାନିଟି ଭ୍ୟାନ୍‌, ଓ୍ବାଶରୁମ୍‌ ଆଦିକୁ ନିୟମିତ ସାନିଟାଇଜ୍‌ କରାଯିବ। ଶୁଟିଂ ଆରମ୍ଭ ପୂର୍ବରୁ ଓ ପରେ ସାନିଟାଇଜ୍‌ କରିବା ଲାଗି ଏସ୍‌ଓପିରେ କୁହାଯାଇଛି। କର୍ମଚାରୀଙ୍କ ନିରାପତ୍ତାକୁ ଗୁରୁତ୍ୱ ଦେଇ ସେମାନଙ୍କୁ ଗ୍ଲୋଭ୍ସ, ବୁଟ୍‌, ମାସ୍କ, ପିପିଇ କିଟ୍‌ ଆଦି ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି। ସିନେମା ଓ ଟିଭି କାର୍ଯ୍ୟକ୍ରମ ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ନିର୍ଭର କରୁଥିବାରୁ ଅର୍ଥନୈତିକ ଦୃଷ୍ଟିରୁ ଶୁଟିଂ ପାଇଁ ଅନୁମତି ଦିଆଯିବା ଗୁରୁତ୍ୱପୂର୍ଣ୍ଣ। ସମସ୍ତେ ଏହାକୁ ଗ୍ରହଣ କରିବେ ଓ ସବୁ ରାଜ୍ୟ କାର୍ଯ୍ୟକାରୀ କରିବେ ବୋଲି ଜାଭଡେକର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri