Posted inଫୁରସତ

ରୋଜଗାରର ଭିନ୍ନ ଉପାୟ ବାଛି ନେଲେ ଦେହଜୀବୀ

ନୂଆଦିଲ୍ଲୀ: ଦେହଜୀବୀଙ୍କ କଥା ମନକୁ ଆସିଲେ ଆପାଣାଛାଏଁ ଏକ ଛବି ନଜରକୁ ଆସିଯାଏ। ଏମାନଙ୍କର ରୋଜଗାରର ମାଧ୍ୟମ ମଧ୍ୟ ଗୋଟିଏ ବୋଲି ଧରି ନିଆଯାଏ। ହେଲେ କରୋନା ମହାମାରୀ ଏମାନଙ୍କ ଜୀବନକୁ ବଦଳାଇ ଦେଇଛି। ଜଣାପଡିଛି କି ରାଜଧାନୀ ଦିଲ୍ଲୀର ଜେବି ରୋଡରେ ସବୁଠାରୁ ଅଧିକ ଦେହଜୀବୀ ରହୁଥିବା ବେଳେ କରୋନା ମହାମାରୀକୁ ନେଇ ଦେଶରେ ଯେତେବେଳେ ଲକ୍‌ଡାଉନ ଜାରି କରାଯାଇଥିଲା ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଠାରେ ପ୍ରାୟ ୭୫୦ ଦେହଜୀବୀ ରହୁଥିବା ବେଳେ ଲକ୍‌ଡାଉନ ପରେ ପରେ କେତେଜଣ ନିଜ ନିଜ ଘରକୁ ଫେରି ଯାଇଥିବା ବେଳେ ଯେଉଁମାନେ ଏଠାରେ ରହିଯାଇଥିଲେ ସେମାନଙ୍କ ପାଇଁ ସମୟ କାଟିବା କାଠିକର ପାଠ ହୋଇଯାଇଥିଲା। ଏହାପରେ ସେମାନେ ବିଭିନ୍ନ ଏନ୍‌ଜିଓ ସହ ଯୋଗାଯୋଗ କରି ମାସ୍କ ତିଆରି କରିବା ଆରମ୍ଭ କରି ଦେଇଥିଲେ। ଏବେ ଏମାନଙ୍କ ମଧ୍ୟରୁ କେତେଜଣ ମାସ୍କ ତିଆରି ସମ୍ପୂର୍ଣ୍ଣ ରୂପେ ଶିଖି ଯାଇଥିବା ବେଳେ ନିଜ କୋଠିରେ ରହି ମାସ୍କ ତିଆରି କରିବାକୁ ଇଚ୍ଛା ପ୍ରକାଶ କରିଥିବା କୁହାଯାଏ। କରୋନା ମହାମାରୀ ଭୟରେ ଏମାନଙ୍କ ରୋଜଗାର ଏକ ପ୍ରକାର ଠପ୍‌ ହୋଇ ଯାଇଥିବାରୁ ଏବେ ଏମାନେ ରୋଜଗାରର ଭିନ୍ନ ପନ୍ଥା ବାଛି ନେଇଥିବା କୁହାଯାଉଛି। ଏବେ ମାସ୍କ, ସାନିଟାଇଜର ଆଦିର ବହୁଳ ବ୍ୟବହାର ହେଉଥିବାରୁ ଏହା ପ୍ରସ୍ତୁତ କରି ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି ଏମାନେ।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ୍‌ରେ ଗପୁ ଗପୁ ସନ୍ତାନ ଜନ୍ମ ଦେଲେ ମହିଳା

ଲଣ୍ଡନ,୮।୫: ବ୍ରିଟେନ୍‌ରେ ରହୁଥିବା ଜଣେ ମହିଳା ମାତ୍ର ୨୭ ସେକେଣ୍ଡରେ ସନ୍ତାନ ଜନ୍ମ ଦେଇଛନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ। ୨୯ ବର୍ଷୀୟା ସୋଫି କୁହନ୍ତି, ସେ ଏହି...

ଏପରି ଚିତ୍ର ଯାହାକୁ ଘରେ ଟାଙ୍ଗିଲେ ବଢ଼ିଲା ଦୁଶ୍ଚିନ୍ତା, ହଜିଲା ନିଦ

ବିଶ୍ୱର ଏପରି କିଛି ଭୟଭୀତ ଚିତ୍ର ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଡ଼ରିଯିବେ । ଏହାକୁ ଦେଖିଲେ ଭୟ ଲାଗିଥାଏ ବୋଲି କୁହାଯାଏ। ଏହି...

ରାଜରାସ୍ତାରେ ନାଗ-ନେଉଳ ଲଢେଇ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ବାଘ-ସିଂହ ମଧ୍ୟରେ ଲଢେଇ ତ ଆଉ କେତେବେଳେ ଛେଳି-ବିଲେଇ ମଧ୍ୟରେ ଲଢେଇ। ବର୍ତ୍ତମାନ ରାଜରାସ୍ତା...

ପ୍ରଥମ ଦରମାରେ ବାପାଙ୍କର ପ୍ରିୟ ବହି କିଣିଥିଲି: ଲକ୍ଷ୍ମଣ କୁମାର

ଜୀବନରେ ପ୍ରଥମ ରୋଜଗାର କଥା ଭାବିଲା ମାତ୍ରକେ ମୋତେ ଅନେକ ବର୍ଷ ପଛକୁ, ମୋର ଆଦ୍ୟ କଲେଜ ଜୀବନ ପାଖକୁ ଫେରିଯିବାକୁ ପଡ଼ୁଛି। ଶୈଶବକାଳରୁ ମୋ...

ଏହି ୩ କୁକୁର ମୃତ୍ୟୁମୁଖରୁ ବଞ୍ଚାଇଥିଲେ ମାଲିକଙ୍କୁ

ଆମ ଆଖପାଖରେ ଏମିତି କିଛି ଜୀବଜନ୍ତୁ ଥା’ନ୍ତି ଯେ କି ଆମର ବହୁ ବିଶ୍ୱାସୀ ହୋଇଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ କହିଛନ୍ତି, ଯଦି ପାରୁଛ ପଶୁପକ୍ଷୀଙ୍କଠାରୁ...

ଲଦାଖ ସ୍କାଉଟ୍ସର ନିର୍ଭୀକ ପରିବାର

ଲେହ: ଭାରତର ସୀମାରେ ଜଗି ରହିଥିବା ଯବାନଙ୍କ ଭଳି ଲଦାଖ ସ୍କାଉଟ୍ସ ବେଶ୍ ପରିଚିତ । ଏମାନେ ‘ମାଟିର ପୁତ୍ର’ ଭାବେ ବେଶ୍ ଜଣାଶୁଣା ।...

ପାହାଡ଼ରେ ଭରି ରହିଛି ହୀରା: ଖୋଲିବା ଆରମ୍ଭ କଲେ ଲୋକେ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

କୋହିମା,୨୮।୧୧: ନାଗାଲାଣ୍ଡରେ ଏବେ ହୀରା ଲୋଭରେ ଲୋକେ ଏକ ପାହାଡ଼କୁ ଖୋଳିବା ଆରମ୍ଭ କରିଛନ୍ତି। ମୋନ୍‌ ଜିଲାର ଓ୍ବାନଚିଙ୍ଗ୍‌ ଗାଁରେ ଥିବା ପାହାଡ଼ରେ ହୀରା ମିଳୁଥିବାଖବର...

ବକେଟ୍‌ ଟ୍ରକ୍‌ରେ ଗଲେ ମା’ ପାଖକୁ

ଓହିଓ: ମା’ର ମମତାରେ ଏତେ ଆକର୍ଷଣ ଅଛି ଯେ, ବେଳେବେଳେ ଅସମ୍ଭବ ମନେ ହେଉଥିବା କାମ ବି ସହଜରେ ହୋଇଯାଏ। ଏହାର ଏକ ନିଛକ ଉଦାହରଣ...

Advertisement
Archives

Model This Week