Posted inଜାତୀୟ

୨୩ ବର୍ଷ ତଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିଥିଲା ଏହି ଘର, ପ୍ରତିମାସରେ ଭଡ଼ା ଦେବାକୁ ପଡ଼େ…

ନୂଆଦିଲ୍ଲୀ,୨ା୭: କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋଧି ଏଷ୍ଟେଟ୍‌ସ୍ଥିତ ସରକାରୀ ବଙ୍ଗଳାରେ ରହୁଥିଲେ। ତେବେ ଜାଣନ୍ତି ପ୍ରିୟଙ୍କାଙ୍କୁ ଏହି ଘର ଭଡ଼ା ପାଇଁ ପ୍ରତିମାସରେ କେତେ ଦେବାକୁ ପଡ଼ିଥାଏ।
ସୂଚନା ଅନୁଯାୟୀ, ପ୍ରିୟଙ୍କାଙ୍କୁ ୨୧ ଫେବୃୟାରୀ ୧୯୯୭ ଅର୍ଥାତ ୨୩ ବର୍ଷ ତଳେ ଲୋଧିରୋଡ୍‌ସ୍ଥିତ ଏକ ସରକାରୀ ବଙ୍ଗଳା ଆଲର୍ଟ କରାଯାଇଥିଲା। ସେତେବେଳେ ତାଙ୍କୁ ଏସ୍‌ପିଜି ସୁରକ୍ଷା ଦିଆଯାଇଥିଲା। କିନ୍ତୁ ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ଏହି ବଙ୍ଗଳା ମିଳେ ନାହିଁ। ପ୍ରିୟଙ୍କାଙ୍କୁ ପ୍ରତିମାସରେ ଏହି ଘରଭଡ଼ା ବାବଦରେ ୩୭ ହଜାର ଟଙ୍କା ଦେବାକୁ ପଡୁଥିଲା।
ଜଣେ ଅଧିକାରୀ କୁହନ୍ତି, ୨୦୦୦ ମସିହାରେ ଏକ ନିୟମ ହୋଇଥିଲା କି ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଏସ୍‌ପିଜି ସୁରକ୍ଷା ନାହିଁ ତେବେ ତାଙ୍କୁ କୌଣସି ସରକାରୀ ବଙ୍ଗଳା ଦିଆଯାଇପାରିବ ନାହିଁ। ଏହା ପୂର୍ବରୁ ସ୍ଥିର କରାଯାଇଥିଲା କି ଏହି ବର୍ଗର ବଙ୍ଗଳା ବଜାର ଦର ତୁଳନାରେ ୫୦ ପ୍ରତିଶତ ଅଧିକ ଭଡ଼ା ଦିଆଯିବ। ପରେ ଏହାକୁ ୩୦ ପ୍ରତିଶତକୁ ହ୍ରାସ କରାଯାଇଥିଲା।
ସୂଚନାଯୋଗ୍ୟ, ମୋଦି ସରକାର ପ୍ରିୟଙ୍କା ଗାନ୍ଧୀଙ୍କୁ ଲୋଧି ଏଷ୍ଟେଟ୍‌ସ୍ଥିତ ବଙ୍ଗଳା ଖାଲି କରିବାକୁ କହିଛନ୍ତି। ଏହି ବଙ୍ଗଳା ପ୍ରିୟଙ୍କାଙ୍କୁ ଅଗଷ୍ଟରେ ଖାଲି କରିବାକୁ ପଡ଼ିବ। ଯଦି ନିର୍ଦ୍ଧାରିତ ସମୟରେ ସେ ଘର ନ ଛାଡ଼ନ୍ତି ତେବେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଜୁଲାଇ ୧୫ ଯାଏଁ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୬।୬: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ରେଲଓ୍ବେ ପରେ ଏବେ ଅନ୍ତର୍ଜାତୀୟ ଉଡାଣ ଉପରେ ରୋକୋ ଲଗାଯାଇଛି। ଅନ୍ତର୍ଜାତୀୟ ଉଡାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ କେନ୍ଦ୍ର...

‘କଂଗ୍ରେସ ମୁକ୍ତ ଭାରତ’ ପରିବର୍ତ୍ତେ ‘ଭାଜପା ମୁକ୍ତ’ ହେବାକୁ ଯାଉଛି ଦେଶ: ଶିବସେନା

ମୁମ୍ବାଇ, ୨୪।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ହୋଇଛି। ଏନେଇ ଶିବସେନା ଭାଜପାକୁ କଡ଼ା ସମାଲୋଚନା କରିଛି। ଶିବସେନା ମୁଖପତ୍ର ସାମନାରେ ଏନେଇ ଏକ...

ଜୟନ୍ତ ଚୌଧୁରୀଙ୍କୁ ପରାମର୍ଶ ଦେଲେ ଶାହ

ଲକ୍ଷ୍ନୌ,୨୯ ।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨କୁ ନେଇ ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଜାଫରନଗରରେ ଦଳର ପ୍ରଚାରରେ ଅଛନ୍ତି । ସେଠାରେ...

ପେନ୍‌ସନ୍‌ ନେବାକୁ ମନାକଲେ ଜେଟ୍‌ଲୀଙ୍କ ପରିବାର

ନୂଆଦିଲ୍ଲୀ,୧।୧୦:ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ମୃତ୍ୟୁ ପରେ ମିଳିବାକୁ ଥିବା ପେନସନ୍‌କୁ ତାଙ୍କ ପରିବାର ଲୋକେ ଦାନ କରିଦେଇଛନ୍ତି। ଜେଟଲୀଙ୍କ ସ୍ତ୍ରୀ ସଙ୍ଗୀତା ଏନେଇ ରାଜ୍ୟସଭା...

କଂଗ୍ରେସ ଡାକିଲା ଜରୁରୀ ବୈଠକ

ମୁମ୍ବାଇ,୨୩।୧୧: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଣ ମହାରାଷ୍ଟ୍ରରେ ସରକାର ଗଢିଲା ଭାରତୀୟ ଜନତା ପାର୍ଟି(ଭାଜପା)। ଆଉ ଏହାପରେ ରାଜନୀତି ହୋଇଛି ସରଗରମ। ଦେବେନ୍ଦ୍ର ଫଡ୍‌ନବିସ...

ଆଖି ବୁଜିଲେଣି ୨୬୩ ଆକ୍ରାନ୍ତ

ନୂଆଦିଲ୍ଲୀ,୧୨।୪: ଭାରତରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଲକ୍‌ଡାଉନ୍‌ ସତ୍ତ୍ୱେ କରୋନା ଭୂତାଣୁକୁ ରୋକାଯାଇପାରୁନି। ସଂକ୍ରମଣର ମାତ୍ରା ବଢ଼ି ବଢ଼ି ଚାଲିଛି। ଶନିବାର ସୁଦ୍ଧା ଦେଶରେ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କଲେ ନୀତୀଶ

ଲକ୍ଷ୍ନୌ,୨୬ ।୩: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ସମାରୋହ ଐତିହାସିକ ହୋଇଥିବା...

କୃଷକଙ୍କ ସହ ବୈଠକ ପୂର୍ବରୁ ଶାହାଙ୍କୁ ଭେଟିଲେ ନରେନ୍ଦ୍ର ତୋମାର, ପିୟୂଷ ଗୋୟଲ

ନୂଆଦିଲ୍ଲୀ,୨୯।୧୨: ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକ ସଂଘ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ୬ଷ୍ଠ ରାଉଣ୍ଡର ବୈଠକ ।...

Advertisement
Archives

Model This Week