Posted inଜାତୀୟ

ଶାଢ଼ି ପିନ୍ଧିଥିବା ୯ ଜଣ ମହିଳାଙ୍କୁ ମାରିଛି କିଲର୍‌, ସ୍କେଚ୍‌ ଜାରି କଲା ପୋଲିସ୍‌

ବରେଲ୍ଲୀ, ୦୮।୦୮: ବରେଲୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ଜଣେ ସିରିଏଲ୍‌ କିଲର୍‌ । ପ୍ରାୟତଃ ଏକ ନିର୍ଦ୍ଧିଷ୍ଟ ବୟସ ଗ୍ରୁପ୍‌ର ମହିଳାଙ୍କୁ ଏହି ହତ୍ୟାକାରୀ ଟାର୍ଗେଟ୍‌ କରୁଛି । ଗତ ୧୩ ମାସ ମଧ୍ୟରେ ୯ ଜଣଙ୍କୁ ଏକ ଶୈଳୀରେ ହତ୍ୟାକରୁଛି ହତ୍ୟାକାରୀ । ମୃତ ସମସ୍ତ ମହିଳାଙ୍କ ବୟସ ୪୦ ରୁ ୬୫ ବର୍ଷ ହୋଇଥିବା ବେଳେ ସମସ୍ତେ ଶାଢ଼ି ପିନ୍ଧିଥିବା ଅବସ୍ଥାରେ ସେମାନଙ୍କୁ ହତ୍ୟା କରାଯାଉଛି । ବିଶେଷ କଥା ହେଉଛି କି ହତ୍ୟାକାରୀ ମହିଳା ପିନ୍ଧିଥିବା ଶାଢ଼ିର ବ୍ୟବହାର କରି ସେମାନଙ୍କୁ ହତ୍ୟା କରୁଛି । ଯାହାକି ପୋଲିସର ନିଦ ହଜାଇଛି ।

ପୋଲିସ୍‌ର ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ବରେଲୀର ଶଶି, ଶେଷଗଡ଼ ଏବଂ ଶେରଗଡ଼ ପୋଲିସ୍‌ ଥାନା
ଅଞ୍ଚଳରୁ ୮ ଜଣ ମହିଳାଙ୍କ ହତ୍ୟା କରିଛି ଏହି ସିରିଏଲ୍‌ କିଲର୍‌ । ଏହି ଅଞ୍ଚଳ ଗୁଡ଼ିକର ସୀମା ଲଗାଲଗି ହୋଇ ରହିଛି । ସମସ୍ତ ମର୍ଡର କେସ୍‌ରେ ମୃତଦେହଗୁଡ଼ିକ ଆଖୁ କିଆରୀରୁ ଉଦ୍ଧାର କରିଛି ପୋଲିସ୍‌ । ମୃତଦେହ ଗୁଡ଼ିକ ଦେହରୁ ଶାଢ଼ି ଖୋଲା ଅବସ୍ଥାରେ ମଳିଥିବା ବେଳେ ହତ୍ୟାକାରୀ ସେମାନଙ୍କୁ କୌଣସି ଶାରୀରିକ ନିର୍ଯ୍ୟାତନା ଦେଇନାହିଁ ବୋଲି ପୋଲିସ୍‌ କହିଛି । ମହିଳାମାନେ ପିନ୍ଧିଥିବା ଶାଢ଼ିରେ ହତ୍ୟାକାରୀ ସେମାନଙ୍କ ତଣ୍ଟି ଚିପି ମାରୁଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିିଛି ।

ଗତ ବର୍ଷ ଜୁଲାଇ, ଅଗଷ୍ଟ, ଅକ୍ଟୋବରରେ ୩ ଟି ମର୍ଡର ହୋଇଥିବା ବେଳେ ନଭେମ଼୍ବରରେ ୨ ଟି ମର୍ଡର ହୋଇଥିଲା । ତେବେ ଅଷ୍ଟମ ମର୍ଡର ପରେ ୩୦୦ ପୋଲିସ୍‌ଙ୍କୁ ନେଇ ୧୪ଟି ଟିମ୍‌ କରାଯାଇଥିଲା । ଏମାନେ ସମସ୍ତେ ଉକ୍ତ ଅଞ୍ଚଳରେ ସାଧା ପୋଷାକରେ ପାଟ୍ରୋଲିଂ କରୁଥିବା ବେଳେ ପରେ ହତ୍ୟାକାରୀ ବୋଧ ହୁଏ ପୋଲିସ୍‌ ସଂପର୍କରେ ଜାଣିପାରି ହତ୍ୟା କରିବାକୁ ସାହାସ କରୁନଥିବା ପୋଲିସ୍‌ କହିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?