ଚାଷୀଙ୍କୁ ଦେଖି ଦୌଡ଼ିଲେ କୁନ୍ଦୁରା ଲାମ୍ପସ କର୍ମଚାରୀ

ଜୟପୁର, ୨୧ା୩(ନି.ପ୍ର.):କୋରାପୁଟ ଜିଲା କୁନ୍ଦୁରା ଲାମ୍ପରେ ଜାଲ ଦସ୍ତଖତ କରି ଚାଷୀଙ୍କ ବହୁ ପରିମାଣର ଟଙ୍କା ଲୁଟ୍‌ ହୋଇଛି। ଏହା ଜାଣିବା ପରେ ଚାଷୀ ଚିନ୍ତାରେ ପଡିଛନ୍ତି। ଏ ସମ୍ପର୍କରେ ଜାଣିବାକୁ ଚାଷୀମାନେ କୁନ୍ଦୁରା ଲାମ୍ପସକୁ ଯିବାରୁ ଚାଷୀଙ୍କୁ ଦେଖି ଲାମ୍ପ କର୍ମଚାରୀମାନେ କାର୍ଯ୍ୟାଳୟରେ ତାଲା ପକାଇ ଦୌଡି ପଳାଇଥିଲେ। ଶେଷରେ ଚାଷୀମାନେ ଜୟପୁରସ୍ଥିତ ଉପ ନିବନ୍ଧକ ସମବାୟ ସମିତି ସମୂହଙ୍କ କାଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଡିଆରସିଏସ୍‌ଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟରେ ଦାବିପତ୍ର ଦେଇଛନ୍ତି ା ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଆମେ ଝଡଙ୍ଗା, ପ୍ରଧାନିପୁଟ, ଲିମା ଅଞ୍ଚଳର ଚାଷୀମାନେ କୁନ୍ଦୁରା ଲାମ୍ପସରୁ ୨୦, ୨୫ ହଜାର ଲେଖାଏ ଟଙ୍କା ଚାଷ ଋଣ ନେଇଥିଲୁ। ତେବେ ପାସ୍‌ବୁକ୍‌ ଯାଞ୍ଚ କରିବାରୁ ଆମମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ ରହିଥିବା ଜାଣିବାକୁ ପାଇଥିଲୁ। ଲାମ୍ପସକୁ ପଚାରିବାକୁ ଯିବାରୁ କର୍ମଚାରୀମାନେ ଚାବି ପକାଇ ଚାଲି ଯାଇଥିଲେ। ଏପରି ଭାବେ କୁନ୍ଦୁରା ବ୍ଲକର ୧୬ଟି ପଞ୍ଚାୟତର ଶତାଧିକ ଚାଷୀଙ୍କ ଟଙ୍କା ସେମାନଙ୍କ ଜାଲ ଦସ୍ତଖତ ଓ ବଟୁ ଚିହ୍ନ ମାରି ଉଠାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ସାର, ଔଷଧ କ୍ରୟ କରିବା ନାମରେ ମଧ୍ୟ ସେମାନଙ୍କ ନାମରେ ଋଣ କରାଯାଇଛି। ସବୁ ଚାଷୀଙ୍କ ପାସ ବୁକ ଓ ଚେକ୍‌ ବୁକ ରଖି ସେମାନଙ୍କ ନାମରେ ଦସ୍ତଖତ ଜାଲ କରି ଟଙ୍କା ଲୁଟ୍‌ କରିଛନ୍ତି ା ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଚାଷୀ ଦାବି କରିଛନ୍ତି। ଯଦି ସେମାନଙ୍କ ସମସ୍ୟା ସମାଧାନ ନ ହୁଏ ତେବେ କୁ୍‌ନ୍ଦୁରା ଲାମ୍ପସ୍‌ରେ ତାଲା ପକାଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ଡିଆରସିଏସ୍‌ କାର୍ଯ୍ୟାଳୟକୁ ଚାଷୀ ଜେନା ଲମତା, ଲକ୍ଷ୍ମଣ ସ୍ବାଇଁ, ମନଧର ନାୟକ, ସନ୍ତୋଷ କଟିଆ, ଦୀନବନ୍ଧୁ ନାୟକ, କମଳ ଲୋଚନ ଲମତା, ହରିପ୍ରିୟା ଲମତାଙ୍କ ସମେତ ଅନ୍ୟମାନେ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri