ଆମ ଜଙ୍ଗଲ କାମ୍ପା ଯୋଜନାରେ ଦୁର୍ନୀତି: ଜେଲ ଗଲେ ପୂର୍ବତନ ଡିଏଫ୍‌ଓ, ଏସିଏଫ୍‌

ଭବାନୀପାଟଣା,୨୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡର ନର୍ଲା ବନ ବିଭାଗ ରେଞ୍ଜରେ ଦୁର୍ନୀତି କରି ଶେଷରେ ପୋଲିସ ହାତରେ ବନ୍ଧା ହୋଇ ଜେଲ ଯାଇଛନ୍ତି ପୂର୍ବତନ ବନ ଅଧିକାରୀ। ‘ଆମ ଜଙ୍ଗଲ କାମ୍ପା ଯୋଜନା’ରେ ୨୦୧୫-୧୬ ଓ ୨୦୧୬-୧୭ରେ ଖେରାବାଣ୍ଡି, ନର୍ଲା ଓ ସର୍ଗିଗୁଡ଼ା ସମେତ ୩ଟି ବିଟ୍‌ର ୧୪୫୦ ହେକ୍ଟର ଜଙ୍ଗଲରେ ହୋଇଥିବା ବନୀକରଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା।

ଏଥିରେ ବନବିଭାଗ ଉଚ୍ଚ ପଦାଧିକାରୀମାନେ ୨୩ ଲକ୍ଷ ୬୩ହଜାର ୯୪୦ଟଙ୍କା ଆତ୍ମସାତ କରିଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ଧରିତ୍ରୀ ଓ ଓଡିଶା ପୋଷ୍ଟରେ ଏକ ଖବର ପ୍ରକାଶ ପାଇଥିଲା। ପରେ ଲୋକାୟୁକ୍ତ ଏହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଫଳରେ ପୂର୍ବତନ ଡିଏଫଓ ଲଳିତେନ୍ଦୁ ଜେନା, ପୂର୍ବତନ ଏସିଏଫ ସୁଶାନ୍ତ ସାମନ୍ତରାୟ, ପୂର୍ବତନ ରେଞ୍ଜର ଅନ୍ତର୍ଯ୍ୟାମୀ ଦାସ, ପୂର୍ବତନ ଫରେଷ୍ଟର ସମ୍ପଦ କୁମାର, ଫରେଷ୍ଟ ଗାର୍ଡ ମାନସ ରଞ୍ଜନ ସାହୁ, ପୂର୍ବତନ ରେଞ୍ଜର ନୃତ୍ୟରାଜ ମାଝୀ ଓ ଫରେଷ୍ଟ ଗାର୍ଡ ମଧୁ ପଟେଲଙ୍କ ନାମରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ତଦନ୍ତ ପରେ ଏହା ସତ୍ୟାସତ୍ୟ ପ୍ରମାଣିତ ହୋଇଥିଲା। ସୋମବାର ପୂର୍ବତନ ଡିଏଫଓ ଏବଂ ବର୍ତ୍ତମାନର ଅତିରିକ୍ତ ପିସିସିଏଫ ଲଳିତେନ୍ଦୁ ଜେନା ଓ ଅବସରପ୍ରାପ୍ତ ପୂର୍ବତନ ଏସିଏଫ ସୁଶାନ୍ତ ସାମନ୍ତରାୟ ଭିଜିଲାନ୍ସ କୋର୍ଟରେ ଜାମିନ ପାଇଁ ହାଜର ହୋଇଥିଲେ। ତେବେ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଶ୍ରୀକାନ୍ତ ମିଶ୍ର ଉଭୟଙ୍କ ଜାମିନ ନାମଞ୍ଜୁର କରି ସେମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଥିଲେ। ତେବେ ଅନ୍ୟ ୫ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫-ଟି ଓ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା: ସ୍ବଚ୍ଛତା, ଦକ୍ଷତା ବୃଦ୍ଧି ସମସ୍ତଙ୍କ ଲକ୍ଷ୍ୟ ହେଉ

ଢେଙ୍କାନାଳ ଅଫିସ,୨୯ା୧୨ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ଜିଲାରେ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦଙ୍କ ଶେଷକୃତ୍ୟ ସମ୍ପନ୍ନ

ରାଇକିଆ,୧୯ା୬(ଡି.ଏନ୍‌.ଏ.): ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୂର୍ବ ଲଦାଖ ସୀମା ଗଲ୍‌ୱାନ୍‌ ଉପତ୍ୟକାରେ ଚାଇନା ସୈନିକଙ୍କ ଆକ୍ରମଣରେ ଦେଶ...

ଢେଙ୍କାନାଳରେ ହକି ବିଶ୍ୱ କପ୍‌କୁ ଭବ୍ୟ ସ୍ବାଗତ

ଢେଙ୍କାନାଳ ଅଫିସ,୬।୧: ହକି ବିଶ୍ବକପ୍‌କୁ ଢ଼େଙ୍କାନାଳରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଶୁକ୍ରବାର ସକାଳେ ହକି ବିଶକପ୍‌କୁ ସହରସ୍ଥିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିକଟକୁ ଅଣାଯାଇଥିଲା। ଏହି...

ମାଲବନ୍ଧ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଝରଣା ପାଣି

ତେନ୍ତୁଳିଖୁଣ୍ଟି, ୨୩।୨(ଡି.ଏନ୍‌.ଏ.): ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତର ଡଙ୍ଗାସିଲ ରାଜସ୍ବ ଗ୍ରାମର ମାଲବନ୍ଧ ଗ୍ରାମବାସୀ ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି। ଗ୍ରାମଠାରୁ ଅଧା କି.ମି. ଦୂରରେ...

ପର୍ଯ୍ୟଟନସ୍ଥଳୀରେ ହେଉ ହସ୍ତଶିଳ୍ପ ପ୍ରଦର୍ଶନ ବଜାର

ଢେଙ୍କାନାଳ ଅଫିସ, ୧୧।୬ ଢେଙ୍କାନାଳର ଇତିହାସ ଅନନ୍ୟ। ଗଡ଼ଜାତ ଆନ୍ଦୋଳନରେ ଏହି ଜିଲା ଦେଶବାସୀଙ୍କୁ ଆନ୍ଦୋଳିତ କରିଥିଲା। ଏଠାରେ ପର୍ଯ୍ୟଟନର ବିକାଶ ପାଇଁ ବ୍ୟାପକ ଭିତ୍ତିଭୂମି...

ଖୋଲିଲା ବ୍ଲୁ ଫ୍ଲାଗ୍‌ ବେଳାଭୂମି

ପୁରୀ ଅଫିସ, ୧୩।୯: ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବ୍ଲୁ ଫ୍ଲାଗ ବେଳାଭୂମି। ଶନିବାରଠାରୁ ପର୍ଯ୍ୟଟକମାନେ ଟିକେଟ୍‌ କାଟି ଏହି ପାଇଲଟ୍‌ ବ୍ଲୁ ଫ୍ଲାଗ ବେଳାଭୂମି ବୁଲିଛନ୍ତି।...

ରୋଟାରୀ କ୍ଲବ ଅନୁଗୋଳ ରୟାଲର ଅଧିଷ୍ଠାନ ଉତ୍ସବ:ସମାଜ ସେବା ବିସ୍ତାରିତ କରିବାକୁ ଆହ୍ବାନ

ଅନୁଗୋଳ ଅଫିସ, ୩୦।୭ଅନୁଗୋଳ ରୋଟାରୀ କ୍ଲବ ରୟାଲର ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ହୋଟେଲ କମଲେଶ କଣ୍ଟିନେଣ୍ଟାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ପ୍ରଭାତ କୁମାର...

କାୟା ବିସ୍ତାରିଛି ବେଆଇନ ଚିଙ୍ଗୁଡ଼ି ଘେରି

ଜଗତ୍‌ସିଂହପୁର ଅଫିସ, ୨୪।୭: ଚିଙ୍ଗୁଡ଼ି ରପ୍ତାନି କ୍ଷେତ୍ରରେ ଜଗତ୍‌ସିଂହପୁର ଜିଲାର ନାଁ ଅଛି। ବିଶେଷକରି ଏରସମା, ବାଲିକୁଦା ଓ କୁଜଙ୍ଗ ତହସିଲ ଅନ୍ତର୍ଗତ ବ୍ୟାପକ ଅଞ୍ଚଳରେ...

Advertisement
Archives

Model This Week