ଦ୍ୱିତୀୟ ଡଙ୍ଗା

କଂଗ୍ରେସ ୨୦୨୨ ମସିହାର ଶେଷଆଡ଼କୁ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା ଦ୍ୱାରା ମଜଭୁତ ହୋଇଥିବା କୁହାଯାଉଛି। ଏଥିସହିତ ମଲିକାର୍ଜ୍ଜୁନ ଖାର୍ଗେ ଦଳର ଅଧ୍ୟକ୍ଷ ନିର୍ବାଚିତ ହେବା ଏକ ସକାରାତ୍ମକ ବାର୍ତ୍ତା ଦେଉଛି। ଅବଶ୍ୟ ସମସ୍ତେ ଜାଣନ୍ତି ଯେ, ଖାର୍ଗେଙ୍କ ମଙ୍ଗ ଧରିଛନ୍ତି ଗାନ୍ଧୀ ପରିବାର। ଏହା ଭାଜପା ପରିସ୍ଥିତି ସହିତ ଅନେକ ସାମଞ୍ଜସ୍ୟ ରଖିଛି। ସମସ୍ତେ ଏହା ମଧ୍ୟ ଭଲ ଭାବେ ଜାଣିଛନ୍ତି ଯେ, ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡାଙ୍କର କୌଣସି ରାଜନୈତିକ ଗୁରୁତ୍ୱ ନାହିଁ। ଏଭଳି ଏକ ସର୍ବୋଚ୍ଚ ଆସନ ପାଇବାର ସମ୍ଭାବନା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ସହଯୋଗ ରହିଲେ ମିଳିପାରିବ। ଏଭଳି ସନ୍ଧିକ୍ଷଣରେ ହିମାଚଳ ପ୍ରଦେଶରେ କଂଗ୍ରେସ ଶାସନ ଅନେକାଂଶରେ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି। ସମସ୍ତେ ଭାବୁଛନ୍ତି କଂଗ୍ରେସ ତୁଳନାରେ ଭାଜପାର ପଲା ଭାରି । ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ତାଙ୍କ ଦୀର୍ଘ ପଦଯାତ୍ରା ସମୟରେ କହୁଛନ୍ତି ଯେ, ସାଧାରଣ ଭାରତୀୟ ନାଗରିକ ବ୍ୟସ୍ତ ହୋଇପଡ଼ିଲେଣି। ଏବକାର କେନ୍ଦ୍ର ଶାସନରେ ଅତିଷ୍ଠ। ନବବର୍ଷର ଅବ୍ୟବହିତ ପୂର୍ବରୁ ୩୧ ଡିସେମ୍ବର ୨୦୨୨ରେ ରାହୁଲ ଗାନ୍ଧୀ ନୂଆଦିଲ୍ଲୀଠାରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ”ତାଙ୍କ ଭାରତ ଯୋଡ଼ୋ ଯାତ୍ରା ବେଳେ ସେ ଦେଖିବାକୁ ପାଇଛନ୍ତି ଯେ ଭାଜପା ବିରୋଧରେ ଦେଶବ୍ୟାପୀ ଗୋଟେ ଅଣ୍ଡରକରେଣ୍ଟ୍‌ ବା ଭିତିରି ସ୍ରୋତ ବୋହି ଚାଲିଛି। ଯଦି ବିରୋଧୀମାନେ ଫଳପ୍ରଦ ଭାବେ ମିଶି ଏକ ବିକଳ୍ପ ଶାସନ ଲାଗି ପଥ ଦେଖାଇପାରନ୍ତେ, ତେବେ ଭାଜପା ପକ୍ଷେ ୨୦୨୪ ଲୋକ ସଭା ନିର୍ବାଚନ ଜିତିବା କଷ୍ଟକର ହୋଇପଡ଼ିବ। ତେଣୁ ବିରୋଧୀ ଦଳଗୁଡ଼ିକ ଲୋକଙ୍କ ପାଖକୁ ଯିବା ଦରକାର“ ବୋଲି ରାହୁଲ ଆହ୍ବାନ ଦେଇଛନ୍ତି।
ଇତିହାସ ପ୍ରମାଣ ଦେଇଛି, କୌଣସି ରାଜନୈତିକ ଦଳ କିମ୍ବା ରାଜନେତା ଶାସନ ମଙ୍ଗ ଧରିବାରେ ଚିରସ୍ଥାୟୀ ରହିନାହାନ୍ତି। ଶାସନରେ ତ୍ରୁଟିବିଚ୍ୟୁତି ଦେଖାଦେଲେ ଭୋଟର ସେମାନଙ୍କୁ ବଦଳାଇ ଦେଇଥାଆନ୍ତି। ୨୦୧୪ରେ ଭାଜପା ଶାସନ କ୍ଷମତାକୁ ଆସିବା ପଛରେ ଦଳର ‘ବିକାଶ ମଡେଲ’ ସ୍ଲୋଗାନ ଅପେକ୍ଷା କଂଗ୍ରେସର ଭ୍ରଷ୍ଟାଚାର ଓ କ୍ଷମତାଲିପ୍ସୁ ନେତାଙ୍କ ବ୍ୟବହାର ଦେଶବାସୀଙ୍କୁ ଅତିଷ୍ଠ କରିଥିଲା। ଅର୍ଥାତ୍‌ କୁହାଯାଇପାରେ ଯେ, ୨୦୧୪ରେ ମୁଖ୍ୟତଃ କଂଗ୍ରେସର ପରାଜୟ ଘଟିଥିଲା। ସେହି ସ୍ଥିତିରୁ ସର୍ବାଧିକ ଲାଭ ପାଇଥିବା ଭାଜପାର ଗୁଜରାଟ ମଡେଲ କେହି ଜାଣି ନ ଥିଲେ ମଧ୍ୟ କଂଗ୍ରେସ ବିରୋଧୀ ହାଓ୍ବାରେ ଦେଶର ଅନେକ ଅଞ୍ଚଳ ଭାସିଯାଇଥିଲା। ୨୦୧୬ରେ ମୋଦି ସରକାରଙ୍କ ବିମୁଦ୍ରୀକରଣଠାରୁ ଆରମ୍ଭ କରି ଆଜିର ୮.୩୦% ବେକାରୀ ସମସ୍ୟାକୁ ଜନସାଧାରଣ ସାମ୍ନା କରିଆସୁଛନ୍ତି। କେବଳ ଭୟରେ ଏବଂ ସରକାରୀ ବିରୋଧୀ ବୋଲି ଗାଳି ଶୁଣିବାକୁ ଅରାଜି ହେଉଥିବାରୁ ଜନସାଧାରଣ ହୁଏତ ନିଜର ମତ ଖୋଲାଖୋଲି ରଖୁନାହାନ୍ତି। କିନ୍ତୁ କଂଗ୍ରେସ ମଧ୍ୟ ତାହାର ନୀତି ସ୍ପଷ୍ଟ କରୁନାହିଁ। ଉଦାହରଣ ସ୍ବରୂପ, ମୋଦି ସରକାର କେବଳ ଦୁଇ ତିନୋଟି ଶିଳ୍ପପତିଙ୍କୁ ଆଖିବନ୍ଦ କରି ସମର୍ଥନ କରୁଥିବା ବେଳେ ଦେଶର ଅନେକ ବ୍ୟବସାୟ ବନ୍ଦ ହୋଇଗଲାଣି। ଏଭଳି ନୀତିକୁ ସ୍ପଷ୍ଟ ଭାବେ ବିରୋଧ କରି ବିକଳ୍ପ ନୀତି ଘୋଷଣା କରିବାର ଯଥେଷ୍ଟ ଗୁରୁତ୍ୱ ରହିଛି। କେବଳ କଥାକୁହା ବିରୋଧୀ ନେତାଙ୍କ ମୁହଁକୁ ଦେଖି ସମ୍ଭବତଃ ଭୋଟର ସମର୍ଥନ କରି ନ ପାରନ୍ତି। ଆଜି ମଧ୍ୟ ଭାରତୀୟ ରାଜନୀତିରେ ଧର୍ମର ପ୍ରାସଙ୍ଗିକତା ରହୁଛି। ସେଥିପାଇଁ ବିରୋଧୀମାନେ ସେହି ଧର୍ମକୁ ଧରି ନିଜର ଲକ୍ଷ୍ୟ ହାସଲ କରିପାରିବେ ବୋଲି ବିଶ୍ୱାସ ହେଉନାହିଁ। ଗୋଟିଏ ଡଙ୍ଗା ଭାସୁଛି। ଆଉ ଗୋଟିଏ ଡଙ୍ଗା ଭାସିଲେ ଭାରତୀୟ ଭୋଟରଙ୍କ ପାଖରେ ପସନ୍ଦ କରି ବାଛିବାର ସୁଯୋଗ ମିଳିପାରେ। ସେହି ଡଙ୍ଗାରେ ନାଉରିଆ ଗୁରୁତ୍ୱପୂର୍ଣ୍ଣ ହେବାଠାରୁ ଅଧିକ ଜରୁରୀ ହେଉଛି ଡଙ୍ଗାଟି ଦୃଢ଼ ଅର୍ଥନୈତିକ, ବୈଦେଶିକ ନୀତି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବହିର୍ବ୍ୟାପାର ନିରାପତ୍ତା ଦୃଷ୍ଟିରୁ ସୁଦୃଢ଼ ହୋଇଥିବା ଦରକାର। ତାହା ଭିତରେ ଯେମିତି ସୁବିଧାବାଦର ପାଣି ନ ପଶେ ସେ ଦିଗରେ ଖୋଲା ଆଲୋଚନା ହେବା ଦରକାର। କାରଣ ଭାରତ ବିଭିନ୍ନ ବିଶ୍ୱାସ ଏବଂ ଭିନ୍ନ ପ୍ରକାରର ଆଞ୍ଚଳିକ ରାଜନୀତିକୁ ନେଇ ଗଠିତ। ସେଥିରେ ଏକ ଭାଷା, ଏକ ନେତା, ଏକ ରାଜନୈତିକ ଦଳ ଭଳି ଧ୍ୱନିକୁ ସକ୍ରିୟ ଭାବେ ବିରୋଧ କରିବା ଅତ୍ୟନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?