ଜନବସତି ଉପରେ ୧୧ କେ.ଭି. ବିଦ୍ୟୁତ୍‌ ତାର

ରସୁଲପୁର,୨ା୧(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ କୁଆଖିଆ ବାଜରର ଜନବହୁଳ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି। ଏଠାରେ ଜନବସତି ଉପରେ ୧୧ ଓ ୩୩ କେ.ଭି. ବିଦ୍ୟୁତ୍‌ ତାର ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। ବିଦ୍ୟୁତ୍‌ ବିଭାଗର ଟାଳଟୁଳନୀତି ଯୋଗୁ ବଜାରର ଅନେକ ସ୍ଥାନରେ ବିଦ୍ୟୁତ୍‌ ସେବା ପ୍ରଦାନ ଆଳରେ ଧନଜୀବନ ବିପଦ ମଧ୍ୟକୁ ଠେଲି ହୋଇଯାଇଛି। ଏଭଳି ସମସ୍ୟା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗର ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଉଛି। ହେଲେ ଏହାର ପ୍ରତିକାର ଦିଗରେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଆଶୁ ପଦକ୍ଷେପ ନିଆଯାଉ ନାହିଁ। ବିଭାଗ ପକ୍ଷରୁ ବିଦ୍ୟୁତ୍‌ ଦେୟ ଆଦାୟରେ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ସେହି ପରିମାଣରେ ମରାମତି ଓ ବିଦ୍ୟୁତ୍‌ ସେବା ପ୍ରଦାନ କରାଯାଉ ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ବଜାର ଅଞ୍ଚଳରେ ବିଦ୍ୟୁତ୍‌୍‌ ସରବରାହକୁ ମାଟିତଳେ କେବୁଲ ଜରିଆରେ ସଞ୍ଚାଳନ କରିବା ସହ ଖୋଲା ଆକାଶ ଓ ବାସସ୍ଥାନ ଉପରେ ଯାଇଥିବା ବିଦ୍ୟୁତ୍‌ ତାରକୁ କେବୁଲିଙ୍ଗ କରାଯାଇ ଧନଜୀବନକୁ ସୁରକ୍ଷା ଦେବା ଦିଗପେଦକ୍ଷେପ ଗ୍ରହଣ କରିବାକୁ ବଜାର ବ୍ୟବସାୟୀ, ସ୍ଥାୟୀ ବାସିନ୍ଦା ଓ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
ସୂଚନା ମୁତାବକ, ୧ ଏପ୍ରିଲ ୨୦୨୧ରୁ ଟାଟା ପାୱାର ହାତକୁ ବିଦ୍ୟୁତ୍‌ ବିଭାଗକୁ ଟେକି ଦିଆଯାଇଛି। ବିଦ୍ୟୁତ୍‌ ସରବରାହ କାର୍ଯ୍ୟ କମ୍ପାନୀ ହାତକୁ ନେବା ଅବଧି ୨୧ ମାସ ବିତିସାରିଲାଣି। ମାତ୍ର ସେବାରେ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ଟାଟା ପାଓ୍ବାର ବିଦାୟୀ କମ୍ପାନୀ ନେସ୍କୋ ପକ୍ଷରୁ ଉପଭୋକ୍ତାଙ୍କ ନାଁରେ ଥିବା ବକେୟା ବିଲକୁ ଆଦାୟ କରିବାରେ ଅଧିକ ଗୁୁରୁତ୍ୱ ଦେଉଛି। କମ୍ପାନୀ ସହ ଚୁକ୍ତି ବେଳେ ନିରନ୍ତର ବିଦ୍ୟୁତ୍‌ ସେବା, ଜନବସତି, ଛକ ବଜାର, ସହରାଞ୍ଚଳ ଆଦି ସ୍ଥାନରେ ସୁରକ୍ଷିତ ବିଦ୍ୟୁତ୍‌ ସଞ୍ଚାଳନ, ବିଦ୍ୟୁତ୍‌ ଚୋରିକୁ ରୋକିବା ପାଇଁ ବିଦ୍ୟୁତ୍‌କୁ କେବୁଲିଂ କରିବା, ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡି କେନ୍ଦ୍ର, ହାଟ, ବାଜର, ଜଙ୍ଗଲ, ନଦୀ, କୃଷିକ୍ଷେତ ଆଦି ସ୍ଥାନରେ ସୁରକ୍ଷିତ ବିଦ୍ୟୁତ୍‌ ସରବରାହକୁ ଗୁରୁତ୍ୱ ଦିଆଯିବାକୁ ନିୟମ ରହିଛି। ହେଲେ ଏ ଦିଗରେ ଟାଟା ପାୱାର ଆଦୌ ଯତ୍ନବାନ ରହିଥିବା ଭଳି ମନେ ହେଉନାହିଁ। ବଡ଼ ଗଛ ଭିତରେ ଦେଇ ଯାଇଥିବା ବିଦ୍ୟୁତ୍‌ ତାରକୁ ସୁରକ୍ଷିତ ରଖିବା ପାଇଁ ବିଭାଗ କଣ୍ଡକ୍ଟର ବ୍ୟବହାର କରିବା ବଦଳରେ ଗଛକୁ କାଟି ସଫା କରିଦେଇ ପରିବେଶ ପ୍ରତି ପ୍ରତିକୂଳ ସ୍ଥିତି ସୃଷ୍ଟି କରୁଛି। ବଜାର ଅଞ୍ଚଳରେ ବିଦ୍ୟୁତ୍‌ ତାର ତଳେ ବହୁ ଜନବସତି ଗଢି ଉଠିଲାଣି। ଅନେକ ସ୍ଥାନରେ ବିଦ୍ୟୁତ୍‌ ତାର ଛାତ ଉପର ଦେଇ ଗତି କରିଛି। ଉକ୍ତ ଘରେ ବସବାସ କରୁଥିବା ଜନସାଧାରଣ ଛାତ ଉପରକୁ ଆସିଲେ ସେମାନଙ୍କ ଜୀବନ ପ୍ରତି ଭୟ ରହୁଛି। ଦୁର୍ବଳ ବିଦ୍ୟୁତ୍‌ ତାରରୁ ନିଆଁ ଝୁଲ ଉଡି ଅଗ୍ନିକାଣ୍ଡ ଭଳି ଅବସ୍ଥା ଉପୁଜୁଛି। ଏହାର ପ୍ରତିକାର ପାଇଁ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଷଣ କରାଯାଉଛି। ଏ ଦିଗରେ ବିଭାଗ ସହଯୋଗ କରିବା ବଦଳରେ ଅଭିଯୋଗକାରୀଙ୍କୁ ନିଜସ୍ବ ଖର୍ଚ୍ଚରେ ମରାମତି କରିବାକୁ ପରାମର୍ଶ ଦେଇ ଚୁପ୍‌ ବସିଯାଉଛି। ଜନବସତି ସ୍ଥାନରେ ବିଦ୍ୟୁତ୍‌ ତାରଗୁଡିକୁ କେବୁଲିଂ କରିବାକୁ ନିୟମ ରହିଛି। ତାକୁ ବିଭାଗ ପକ୍ଷରୁ ଆଦୌ କାର୍ଯ୍ୟକାରୀ କରାଯାଉ ନାହିଁ। ବଜାର ଅଞ୍ଚଳରେ ବିପଦ ସଂକୁଳ ଅବସ୍ଥାରେ ଝୁଲୁଥିବା ବିଦ୍ୟୁତ୍‌ ମିଟର ବକ୍ସଗୁଡିକୁ ଠିକ୍‌ ଭାବେ ସ୍ଥାନିତ କରାଯାଇ ପାରିନାହିଁ। କୁଆଖିଆ ବଜାରଠାରୁ ମାତ୍ର ୫୦୦ମିଟର ଦୂରରେ ବିଦ୍ୟୁତ୍‌ ଡିଭିଜନ ଓ ସବଡିଭିଜନ କାର୍ଯ୍ୟାଳୟ ଏବଂ ବଜାର ଉପରେ କୁଆଖିଆ ସେକ୍ସନ ଅବସ୍ଥିତ। ଏହିଭଳି ତ୍ରୁଟି ବିଚ୍ୟୁତି ସର୍ବଦା ବିଭାଗୀୟ ଅଧିକାରୀଙ୍କ ନଜରରେ ପଡୁଛି। ହେଲେ ସେଥିରେ ସୁଧାର ଆଣିବାରେ ବିଭାଗ ପକ୍ଷରୁ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଉ ନାହିଁ। ଏନେଇ ଟାଟା ପାୱାରର କୁଆଖିଆ ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ସୀତାଶୁଂ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ବଜାର ଅଞ୍ଚଳ ଘର ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଥିବା ତାରଗୁଡ଼ିକୁ ଘର ମାଲିକମାନେ ନିଜସ୍ବ ଖର୍ଚ୍ଚରେ ସ୍ଥାନାନ୍ତର କରିବେ। ସେମାନେ ତା’ର ତଳେ କାହିଁକି ଘର କରୁଥିଲେ ବୋଲି ସେ ଓଲଟା ପ୍ରଶ୍ନ କରିବା ସହ ଲୋକେ ଯଦି ଭାବୁଛନ୍ତି ବିଭାଗ କରୁନାହିଁ ତେବେ ସେମାନେ କୋର୍ଟର ଆଶ୍ରୟ କାହିଁକି ନେଉନାହାନ୍ତି ବୋଲି ଶତପଥୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?