ବିଦ୍ୱାନ୍‌ ବ୍ୟକ୍ତି, ପ୍ରଗତିଶୀଳ ସମାଜ ଲାଗି ଚେଷ୍ଟା କରିଥାଏ: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଜଣେ ବିଦ୍ୱାନ୍‌ ବ୍ୟକ୍ତି ହିଁ ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜ ଗଠନ କରିବାକୁ ଚେଷ୍ଟା କରିଥାଏ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସୋମବାର ଡୁନ୍‌ ସ୍କୁଲ ପକ୍ଷରୁ ଆୟୋଜିତ ୮୨ତମ ଇଣ୍ଡିଆନ ପବ୍ଲିକ୍‌ ସ୍କୁଲ କନ୍‌ଫରେନ୍ସ(ଆଇପିଏସ୍‌ସି) ପ୍ରିନ୍ସିପାଲ୍ସ କନ୍‌କ୍ଲେଭରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷାନୀତି(୨୦୨୦) ସାମାଜିକ ଏବଂ ଆର୍ଥତ୍କ ଅନଗ୍ରସର ବର୍ଗର ପିଲାଙ୍କୁ ବିଶେଷ ଧ୍ୟାନଦେବା ସହ ସର୍ବବ୍ୟାପୀ ଓ ସମାବେଶୀ ଶିକ୍ଷା ଉପରେ କେନ୍ଦ୍ରୀଭୂତ। ଏକ ଶ୍ରେଣୀଗୃହରେ ସମାନ ପ୍ରକାର ଶିକ୍ଷା ସମସ୍ତଙ୍କୁ ଅସଂଖ୍ୟ ଅନୁଭବ ଏବଂ ଦୃଷ୍ଟିକୋଣରୁ ଲାଭାନ୍ବିତ କରିବା ସହ ଦେଶ ସାମ୍ନାରେ ଆସୁଥିବା ବିଭିନ୍ନ ଆହ୍ବାନକୁ ବୁଝାଇବାରେ ସକ୍ଷମ ହୋଇଥାଏ। ଆମ ଶ୍ରେଣୀଗୃହ ସମାନ ହେବା ଜରୁରୀ ା ଦେଶର ସବୁ ପିଲାଙ୍କୁ ସର୍ବୋତ୍ତମ ଶିକ୍ଷା ମିଳୁ, ଏହା ସୁନିଶ୍ଚିତ କରିବା ପାଇଁ ଆଉ କ’ଣ କରାଯାଇପାରିବ, ଏହା ଉପରେ ବିଚାରବିମର୍ଶ କରିବା ଦରକାର ା ଏକ ବିଦ୍ୱାନ୍‌ ବ୍ୟକ୍ତି ହିଁ ଭଲ, ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜର ଗଠନ କରିଥାଏ। ଏହି ଜ୍ଞାନକୁ ଶିଖିବା, ଏହାକୁ ପ୍ରୟୋଗ କରିବା ଏବଂ ଆଗକୁ ବଢ଼ାଇବାର ଜିଜ୍ଞାସା ମାନବ ସମାଜକୁ ଅଗ୍ନି ଅନୁସରଣରୁ ଚାଷ ପର୍ଯ୍ୟନ୍ତ, ଆକାଶରେ ଉଡ଼ିବାଠାରୁ ଆରମ୍ଭ କରି ଗ୍ରହକୁ ଯିବାର ବାଟ ବତାଇଲା। ଏହା ଉପରେ ଗୁରୁତ୍ୱାରୋପକରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କ କର୍ତ୍ତବ୍ୟ ହେଉଛି ଆମମାନଙ୍କ ପିଲାଙ୍କୁ ଶିକ୍ଷାର ମୌଳିକ ଅଧିକାର ଦେବା ପାଇଁ ସବୁଠୁ ଭଲ କାମ କରିବାର ଆବଶ୍ୟକତା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ମହାରାଜ ସାଗର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର: କେମିତି ହେଲା ମୃତ୍ୟୁ ଛାନ୍‌ଭିନ ଚଳାଇଛି ପୋଲିସ

ବଲାଙ୍ଗୀର,୨୫।୫ (ସୁନୀଲ କୁମାର ମହାନ୍ତି ): ଟିଟିଲାଗଡ଼ ମହାରାଜ ସାଗର ପରିସର ମଧ୍ୟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି । ମହାରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri