‘ଆଗ ଓବିସିଙ୍କୁ ସଂରକ୍ଷଣ ଦିଅ, ପରେ ନିର୍ବାଚନ’

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମେ ପଛୁଆବର୍ଗ ତଥା ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଉ। ତା’ପରେ ନିର୍ବାଚନ ପ୍ରକ୍ରିୟା ଆଗକୁ ନେବାକୁ ଭାଜପା ବିଧାୟକମାନେ ବୁଧବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟପାଳ ଓ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭାଜପା ବିଧାୟକମାନେ ଭେଟିଛନ୍ତି।
ରାଜ୍ୟପାଳଙ୍କୁ ଭେଟିବା ପରେ ଲଳିତେନ୍ଦୁ କହିଛନ୍ତି, ରାଜ୍ୟର ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ଓବିସି ବର୍ଗ । ମାତ୍ର ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନରେ ସେମାନଙ୍କୁ ସଂରକ୍ଷଣ ଦେଲେନାହିଁ। ଏବେ ପଞ୍ଚାୟତ ନିର୍ବାଚନ ଆଗେଇ ନେଉଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ କରିବା ପରେ ନିର୍ବାଚନ ପ୍ରକ୍ରିୟା ଆଗେଇବା ପାଇଁ ବିଧାୟକଙ୍କ ପକ୍ଷରୁ ରାଜ୍ୟପାଳଙ୍କ ପାଖରେ ଦାବି କରାଯାଇଛି ା ବିଶେଷ ଭାବେ ଏ ପ୍ରସଙ୍ଗରେ ହସ୍ତକ୍ଷେପକରି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ରାଜ୍ୟର ପଛୁଆବର୍ଗ ସମ୍ପ୍ରଦାୟଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତି। ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସି ବର୍ଗ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ପାଇଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହି ସଂରକ୍ଷଣ ଦେବାରେ କେଉଁଠି ଅସୁବିଧା ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି, ଡିସେମ୍ବର ୨୭ରେ ଜିଲା ପରିଷଦର ଚିଠା ତାଲିକା ଏବଂ ଡିସେମ୍ବର ୨୯ରେ ପଞ୍ଚାୟତ ସମିତି ଓ ସରପଞ୍ଚ ପଦ ପାଇଁ ପଛୁଆବର୍ଗଙ୍କ ନିମନ୍ତେ ସଂରକ୍ଷଣ ନ ରଖି ଚିଠା ତାଲିକା ଜାରି କରାଯାଇଛି। ତେବେ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ବିକାଶ ପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ କରିବା ପାଇଁ ଭାରତୀୟ ସମ୍ବିଧାନରେ ଉଲ୍ଲେଖ ରହିଥିବା ବେଳେ ରାଜ୍ୟ ସରକାର ଆଗାମୀ ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦେବାର ବ୍ୟବସ୍ଥା ନ କରିବା ଦୁଃଖର ବିଷୟ। ଏହି ବର୍ଗର ବିନା ସ୍ଥାନ ସଂରକ୍ଷଣରେ ନିର୍ବାଚନ ପ୍ରକ୍ରିୟାକୁ ଆଗେଇବା ସମ୍ବିଧାନର ମୂଳ ଲକ୍ଷ୍ୟର ବିପରୀତ ଦିଗକୁ ସୂଚାଉଛି। ଏହାଦ୍ୱାରା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଓବିସି ସମ୍ପ୍ରଦାୟଙ୍କୁ ନିର୍ବାଚିତ ହେବାର ସୁଯୋଗରୁ ବଞ୍ଚିତ କରାଯାଉଛି। ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ଦେବା ନେଇ ଗତ ୨୭ରେ ଏକ ରିଭ୍ୟୁ ପିଟିଶନ ଦାୟର କରାଯାଇଛି। ରାଜ୍ୟ ସରକାର ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନ କରି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆଗକୁ ନେବା ପରିତାପର ବିଷୟ। ଏପରି ନିର୍ବାଚନ ଆଗାମୀ ୫ ବର୍ଷ ପାଇଁ ଓବିସି ବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବ। ନିର୍ବାଚନ କମିଶନରଙ୍କୁ ଏହି ସମସ୍ତ ବିଷୟରେ ଭାଜପା ଅବଗତ କରାଇଥିବା ଲଳିତେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର

ବେତନଟୀ, ୧୬।୧୦(ସ୍ବ.ପ୍ର.): ବାଲେଶ୍ୱର-ବାରିପଦା ରାସ୍ତାର ୧୮ନଂ. ଜାତୀୟ ରାଜପଥର କଳମା ଛକ ନିକଟ ଜଙ୍ଗଲରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଛାତ୍ରୀଙ୍କ ସହ...

ବାବୁସାନ୍‌ଙ୍କୁ ଜେରା

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଆଜି ବାବୁସାନ୍‌ ମହାନ୍ତିଙ୍କ ଜନ୍ମଦିନ। ତେବେ ଜନ୍ମଦିନରେ ବାବୁସାନ୍‌ ଶନିବାର ଖାଳବେଳ ଥାନାରେ ପହଞ୍ଚତ୍ଛନ୍ତି। ମା’ ଅପରାଜିତା ମହାନ୍ତିଙ୍କ ସହ ସେ ଥାନାରେ ପହଞ୍ଚିଥିବା...

ମହାପ୍ରଭୁଙ୍କୁ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ

ପୁରୀ ଅଫିସ,୧୦।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ବଳଗଣ୍ଡି ଛକରୁ କାର୍‌ରୁ ଓହ୍ଲାଇ ବଡଦାଣ୍ଡରେ ଚାଲି...

ପ୍ରକୃତି ମିଶ୍ରଙ୍କୁ ଘଣ୍ଟାଏ ଜେରା

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ମାମଲା ଥମିବାର ନାଁ ନେଉନାହିଁ। ଘଟଣାର ୩ ଦିନ ପରେ ପ୍ରକୃତି ଘରକୁ ଫେରିଥିବା...

୬ରେ ଓଡ଼ିଶା ଆସିବେ ଆନ୍ନା ହଜାରେ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ...

‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ: ମିନତି ବେହେରା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରରେ ନାରୀଙ୍କୁ ଅସମ୍ମାନ କରାଯାଇଛି। ଏ ନେଇ ନବନିଯୁକ୍ତ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ମଙ୍ଗଳବାର ପ୍ରତିକ୍ରିୟା...

ଏରସମାରେ ବ୍ୟାପିଲା ଝାଡ଼ାବାନ୍ତି: ତିନି ଦିନରେ ୧୧୮ ଆକ୍ରାନ୍ତ

ଏରସମା,୨୭ା୬(ସ୍ବ.ପ୍ର.): ଏରସମା ବ୍ଲକ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ତିନ ଦିନ ଭିତରେ ବ୍ଲକର ବିଭିନ୍ନ ସ୍ଥାନରୁ ୧୧୮ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଏରସମା ଗୋଷ୍ଠୀ...

ମହାକାଳପଡ଼ା ଡଙ୍ଗା ଭାସିଯିବା ଘଟଣା: ଉଦ୍ଧାରକାରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ମହାକାଳପଡ଼ା,୨୧ା୮(ବ୍ୟୁରୋ/ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ବାହାକୁଦ ଘାଟରେ ଭାସିଯାଇଥିବା ଯାତ୍ରୀବାହୀ ଡଙ୍ଗାରୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀଙ୍କୁ ଶୁଭେଚ୍ଛା ଓ...

Advertisement
Archives

Model This Week