ଛତ୍ରପୁରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଛତ୍ରପୁର,୨୪ା୯ (ଡି.ଏନ.ଏ.): ଛତ୍ରପୁର ଏନ୍‌ଏସିର ସାଧାରଣ ପରିଷଦ ବୈଠକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ପୌରୋହିତ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା,ଉପାଧ୍ୟକ୍ଷ ଜି.ପାପା ରାଓ, ନିର୍ବାହୀ ଅଧିକାରୀ ଉମାଶଙ୍କର ନାୟକ ମଞ୍ଚାସୀନ ଥିଲେ। ବୈଠକରେ ପରିମଳ, ରିକାପଲ୍ଲୀସ୍ଥିତ କଲ୍ୟାମଣ୍ଡପ,ପ୍ରତ୍ୟେକ ୱାର୍ଡରେ ଆବଶ୍ୟକ ପଡୁଥିବା ଉନ୍ନତୀକରଣ ଉପରେ ଆଲୋଚନା ହୋଇଥିଲା । ବିଶେଷକରି ଛତ୍ରପୁରରେ ପରିମଳ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡିଥିବା ସମସ୍ତ କାଉନସିଲରମାନେ କହିଥିଲେ। ଏପରିକି ଗତ ବୈଠକରେ ପରିମଳ ସୁଧାର ଆସିବା ପାଇଁ ଯେଉଁ ସବୁ କାର୍ଯ୍ୟପନ୍ଥା ସ୍ଥିର ହୋଇଥିଲା ତାହା ଏବେ ବି କାର୍ଯ୍ୟକାରୀ ହୋଇନଥିବା ନେଇ କାଉନସିଲରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ବୈଠକରେ ପ୍ରତି ଓାର୍ଡରେ ୩ରୁ ୪ ଜଣ ସଫେଇ କର୍ମଚାରୀ ନିୟୋଜିତ ହୋଇ ଡ୍ରେନ୍‌ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସଫେଇ ଉପରେ କାର୍ଯ୍ୟକାରୀ କରାଯିବା ଉପରେ କୁହାଯାଇଥିଲା, କିନ୍ତୁ ତାହା ହେଉନାହିଁ। ସଫେଇ କର୍ମଚାରୀମାନେ ପ୍ରତ୍ୟେକ ଦିନ ଆସି ନିଜ ନିଜର କାଉନସିଲରଙ୍କୁ ଦସ୍ତଖତ କରିବା ସହ କେଉଁଠି କାମ କରାଯିବ ତାହା କୁହାଯାଇଥିଲେ ବି ତାହା ନ ହୋଇ ନିଜ ମନମୁତାବକ ଠିକା ନେଇ ସଫେଇ ସଂସ୍ଥା କାମ କରୁଛି। ଫଳରେ ପରିମଳ ଦିନକୁ ଦିନ ବିଗିଡି ଯାଉଛି। ପରିମଳ ନୂଆ ଟେଣ୍ଡର ପ୍ରକାଶ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ା ତାହା ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଥିଲେ। ଛତ୍ରପୁର ରିକାପଲ୍ଲି କଲ୍ୟାଣୀ ମଣ୍ଡପ କାର୍ଯ୍ୟକାରୀ କରାଯିବାକୁ ଯେଉଁ ବ୍ୟକ୍ତି ନେଇଛି ଆଗାମୀ ଦିନରେ ତାଙ୍କ ସହ ଆଲୋଚନା କରାଯାଇ କିପରି କାର୍ଯ୍ୟକ୍ଷମ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଛତ୍ରପୁର ସହରର ବହୁ ସ୍ଥାନରେ ଏନ୍‌ଏସି ପକ୍ଷରୁ ବିନା ପ୍ଲାନିଂ କରି ଡ୍ରେନ କାମ କରାଯାଉଛି। ଫଳରେ ତାର କୌଣସି ସୁଫଳ ମିଳୁନାହିଁ। ଏପରିକି ୧ ନଂ. ୱାର୍ଡରେ ଏହି ସମସ୍ୟା ରହିଥିବା କାଉନ୍‌ସିଲର କହିଥିଲେ।
ହରିଶ୍ଚନ୍ଦ୍ର ଯୋଜନାରେ ଠିକ୍‌ ଲୋକଙ୍କୁ ସହାୟତା ରାଶି ମିଳୁ ନ ଥିବା ନେଇ ୯ନଂ. କାଉନସିଲର ଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ବଜରଙ୍ଗି ସାହିର ସମସ୍ତ ଲୋକ ୯ନଂ. ଭୋଟର ଉକ୍ତ ଅଞ୍ଚଳରେ ଏନ୍‌ଏସି କୌଣସି ଦୃଷ୍ଟି ଦେଉନାହିଁ। ପୂର୍ବରୁ ଉକ୍ତ ଅଞ୍ଚଳରେ ଏନ୍‌ଏସି ଲାଇଟ, ରାସ୍ତା ଓ ଡ୍ରେନ କରିଥିବା ବେଳେ ଏବେ କାହିଁକି ମନାକରୁଛି । ସେମାନଙ୍କୁ ଏନଏସି ପକ୍ଷରୁ ରାଶନ କାର୍ଡ ସମେତ ସ୍ବାସ୍ଥ୍ୟ କାର୍ଡ ଏପରିକି ଉକ୍ତ ଅଞ୍ଚଳର ମହିଳାମାନେ ଏନ୍‌ଏସିର ସଂଘରେ ସାମିଲ ହୋଇଛନ୍ତି। କିନ୍ତୁ କାହିଁକି ଲୋକଙ୍କୁ ମୌଳିକ ସୁବିଧାରୁ ବାଦ ଦେଉଛି। ଫଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ମୋତେ ଆକ୍ରୋଶର ଶିକାର ହେବାକୁ ପଡୁଛି ବୋଲି ସେ କହିଥିଲେ। ଛତ୍ରପୁରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଆଲୋଚନା ସହ ପ୍ରସ୍ତାବ ଦିଆଯାଇଛି। ଖୁବ ଶୀଘ୍ର ଏକ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ୨୬ରେ ସହରକୁ ଅହିଂସା ରଥ ଆସିବ ା ଏଥିରେ ସମସ୍ତେ ସାମିଲ ହେବାକୁ କୁହାଯାଇଛି। ଛତ୍ରପୁରର ଯେଉଁ ଓ୍ବାର୍ଡରେ କୌଣସି କାମ ହେଲେ ତାହା କାଉନସିଲରମାନେ ଯେପରି ଜାଣିବେ ସେମାନଙ୍କ ମତାମତ ନିଆଯିବା ଉପରେ ବିଧାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?