ୟୁକ୍ରେନ୍‌ର ୪ ଅଞ୍ଚଳରେ ଗଣଭୋଟ

କିଭ୍‌/ମସ୍କୋ,୨୪ା୯: ମସ୍କୋ ଦଖଲରେ ଥିବା ୪ ଅଞ୍ଚଳ ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆ ରୁଷିଆରେ ସାମିଲ ହେବ ନା ପୂର୍ବବତ୍‌ ୟୁକ୍ରେନ୍‌ରେ ରହିବ ତାହା ହେଉଛି ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ। ଏହାର ଉତ୍ତର ପାଇବା ପାଇଁ ଏହି ୪ ୟୁକ୍ରେନୀୟ ଭୂଖଣ୍ଡରେ ଶୁକ୍ରବାରଠାରୁ ଗଣଭୋଟ ଆରମ୍ଭ ହୋଇଛି, ଯାହାକି ୫ ଦିନ ଧରି ଚାଲିବ। ଗଣଭୋଟ ମସ୍କୋ ସପକ୍ଷରେ ଗଲେ ୟୁକ୍ରେନ୍‌ର ୧୫% ଭାଗ ଆସୁଥିବା ଏହି ଅଞ୍ଚଳର ମିଶ୍ରଣ ରୁଷିଆ ଭୂଖଣ୍ଡ ସହ ହେବ। ତେଣୁ କିଭ୍‌ ପକ୍ଷରୁ ଗଣଭୋଟକୁ ବିରୋଧ କରାଯାଇଛି। ଏହି ବେଆଇନ ତଥା ଅବୈଧ ମତଦାନ ପ୍ରକ୍ରିୟା ଯୋଗୁ ଆଗକୁ ଉତ୍ତେଜନା ଆହୁରି ବୃଦ୍ଧି ପାଇବ ବୋଲି ୟୁକ୍ରେନ୍‌, ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସମେତ ଜାତିସଂଘ ମଧ୍ୟ ନିନ୍ଦା କରିଛି।
ରୁଷିଆ ୭ ମାସ ଧରି ଯୁଦ୍ଧକରି ୟୁକ୍ରେନ୍‌ଠାରୁ ୪ ଅଞ୍ଚଳ ଛଡ଼ାଇନେଇଛି। ସେହି ଅଞ୍ଚଳଗୁଡ଼ିକରେ ଗଣଭୋଟ କରାଉଛି। ଯେଉଁମାନେ ଏହି ମତଦାନରେ ସାମିଲ ହେଉନାହାନ୍ତି ଦଣ୍ଡିତ ହେବେ ବୋଲି ମସ୍କୋ ପକ୍ଷରୁ ଧମକ ଦିଆଯାଇଛି। ଲୁହାନ୍‌ସ୍କ ଗଭର୍ନର ସେର୍ହି ଗଇଡାଇ କହିଛନ୍ତି, ଷ୍ଟାରୋବିଲ୍‌ସ୍କରେ ରୁଷୀୟ ଅଧିକାରୀମାନେ ଲୋକଙ୍କୁ ସହର ଛାଡ଼ି ଯିବାକୁ ଦେଉ ନାହାନ୍ତି। ସଶସ୍ତ୍ର ଗୋଷ୍ଠୀ ଘର ଘର ଯାଇ ଲୋକଙ୍କୁ ରୁଷିଆ ସପକ୍ଷରେ ଭୋଟ ଦେବାକୁ ବାଧ୍ୟ କରୁଛନ୍ତି। ଯୁଦ୍ଧ ପୂର୍ବ ଜନସଂଖ୍ୟାର ଅଧିକାଂଶ ଗଣପଳାୟନ କରିଥିବାରୁ କୌଣସି ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ଏହି ୪ ଅଞ୍ଚଳରେ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରାଯାଇ ନାହିଁ। ନିର୍ବାଚନଗୁଡ଼ିକୁ ନିରୀକ୍ଷଣ କରୁଥିବା ଅର୍ଗାନାଇଜେଶନ୍‌ ଫର୍‌ ସିକ୍ୟୁରିଟି ଇନ୍‌ ୟୁରୋପ(ଓଏସ୍‌ସିଇ) ପକ୍ଷରୁ କୁହାଯାଇଛି ଯେ, ଏହି ରେଫରେଣ୍ଡମ୍‌ର ପରିଣାମ ଯାହା ଆସୁନା କାହିଁକି, ତାହା ବୈଧ ହେବ ନାହିଁ। ଅନ୍ୟପକ୍ଷେ ସ୍ଥାନୀୟ ଲୋକଙ୍କୁ ନିଜ ମତ ପ୍ରକାଶ ପାଇଁ ଏହା ଏକ ସୁଯୋଗ ବୋଲି ମସ୍କୋ କହିଛି। ପ୍ରକାଶ ଯେ, ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆ ଦଖଲ ପରଠାରୁ ସେଠାରେ ମସ୍କୋ ନିଜ ପ୍ରଶାସକମାନଙ୍କୁ ନିଯୁକ୍ତ କରିଛି। ୨୦୧୪ରେ ମଧ୍ୟ ରୁଷିଆ କ୍ରିମିଆ ଦଖଲ କରିବା ପୂର୍ବରୁ ସେଠାରେ ଗଣଭୋଟ କରାଇଥିଲା, ଯାହାର ପରିଣାମକୁ କୌଣସି ଅନ୍ତର୍ଜାତୀୟ ସଙ୍ଗଠନ ସ୍ବୀକୃତି ଦେଇନାହିଁ।

ପୁଟିନ୍‌ଙ୍କୁ ରୁଷିଆରେ ବିରୋଧ

୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ପାଇଁ ପଠାଇବାକୁ ଘୋଷଣା କରିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ନିଜ ଦେଶରେ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଜୋରଜବଦସ୍ତ ସେନାରେ ସାମିଲ କରାଯିବା ଭୟରେ ଯୁବପିଢ଼ି ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ୧୮ରୁ ୫୫ ବର୍ଷୀୟଙ୍କୁ ରୁଷିଆରେ ବିମାନ ଟିକେଟ ଦିଆଯାଉ ନାହିଁ। ଡାକ୍ତର, ଶିକ୍ଷକ ଓ ବ୍ୟାଙ୍କ କର୍ମଚାରୀମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ମସ୍କୋ ପକ୍ଷରୁ କୁହାଯାଇଛି। ଫଳରେ ସେମାନେ ସୀମା ଦେଇ ଖସିଯିବାକୁ ଉଦ୍ୟମ କରୁଛନ୍ତି। ଏଥିଯୋଗୁ ରୁଷିଆ ସୀମାଗୁଡ଼ିକରେ ଟ୍ରାଫିକ୍‌ ଜାମ ହୋଇଛି। ପୁଟିନ୍‌ଙ୍କ ନିଷ୍ପତ୍ତି ପ୍ରତିବାଦରେ ରୁଷିଆର ୩୦ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ବିକ୍ଷୋଭକାରୀଙ୍କୁ ରୁଷିଆ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri