ୟୁକ୍ରେନ୍‌ର ୪ ଅଞ୍ଚଳରେ ଗଣଭୋଟ

କିଭ୍‌/ମସ୍କୋ,୨୪ା୯: ମସ୍କୋ ଦଖଲରେ ଥିବା ୪ ଅଞ୍ଚଳ ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆ ରୁଷିଆରେ ସାମିଲ ହେବ ନା ପୂର୍ବବତ୍‌ ୟୁକ୍ରେନ୍‌ରେ ରହିବ ତାହା ହେଉଛି ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ। ଏହାର ଉତ୍ତର ପାଇବା ପାଇଁ ଏହି ୪ ୟୁକ୍ରେନୀୟ ଭୂଖଣ୍ଡରେ ଶୁକ୍ରବାରଠାରୁ ଗଣଭୋଟ ଆରମ୍ଭ ହୋଇଛି, ଯାହାକି ୫ ଦିନ ଧରି ଚାଲିବ। ଗଣଭୋଟ ମସ୍କୋ ସପକ୍ଷରେ ଗଲେ ୟୁକ୍ରେନ୍‌ର ୧୫% ଭାଗ ଆସୁଥିବା ଏହି ଅଞ୍ଚଳର ମିଶ୍ରଣ ରୁଷିଆ ଭୂଖଣ୍ଡ ସହ ହେବ। ତେଣୁ କିଭ୍‌ ପକ୍ଷରୁ ଗଣଭୋଟକୁ ବିରୋଧ କରାଯାଇଛି। ଏହି ବେଆଇନ ତଥା ଅବୈଧ ମତଦାନ ପ୍ରକ୍ରିୟା ଯୋଗୁ ଆଗକୁ ଉତ୍ତେଜନା ଆହୁରି ବୃଦ୍ଧି ପାଇବ ବୋଲି ୟୁକ୍ରେନ୍‌, ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସମେତ ଜାତିସଂଘ ମଧ୍ୟ ନିନ୍ଦା କରିଛି।
ରୁଷିଆ ୭ ମାସ ଧରି ଯୁଦ୍ଧକରି ୟୁକ୍ରେନ୍‌ଠାରୁ ୪ ଅଞ୍ଚଳ ଛଡ଼ାଇନେଇଛି। ସେହି ଅଞ୍ଚଳଗୁଡ଼ିକରେ ଗଣଭୋଟ କରାଉଛି। ଯେଉଁମାନେ ଏହି ମତଦାନରେ ସାମିଲ ହେଉନାହାନ୍ତି ଦଣ୍ଡିତ ହେବେ ବୋଲି ମସ୍କୋ ପକ୍ଷରୁ ଧମକ ଦିଆଯାଇଛି। ଲୁହାନ୍‌ସ୍କ ଗଭର୍ନର ସେର୍ହି ଗଇଡାଇ କହିଛନ୍ତି, ଷ୍ଟାରୋବିଲ୍‌ସ୍କରେ ରୁଷୀୟ ଅଧିକାରୀମାନେ ଲୋକଙ୍କୁ ସହର ଛାଡ଼ି ଯିବାକୁ ଦେଉ ନାହାନ୍ତି। ସଶସ୍ତ୍ର ଗୋଷ୍ଠୀ ଘର ଘର ଯାଇ ଲୋକଙ୍କୁ ରୁଷିଆ ସପକ୍ଷରେ ଭୋଟ ଦେବାକୁ ବାଧ୍ୟ କରୁଛନ୍ତି। ଯୁଦ୍ଧ ପୂର୍ବ ଜନସଂଖ୍ୟାର ଅଧିକାଂଶ ଗଣପଳାୟନ କରିଥିବାରୁ କୌଣସି ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ଏହି ୪ ଅଞ୍ଚଳରେ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରାଯାଇ ନାହିଁ। ନିର୍ବାଚନଗୁଡ଼ିକୁ ନିରୀକ୍ଷଣ କରୁଥିବା ଅର୍ଗାନାଇଜେଶନ୍‌ ଫର୍‌ ସିକ୍ୟୁରିଟି ଇନ୍‌ ୟୁରୋପ(ଓଏସ୍‌ସିଇ) ପକ୍ଷରୁ କୁହାଯାଇଛି ଯେ, ଏହି ରେଫରେଣ୍ଡମ୍‌ର ପରିଣାମ ଯାହା ଆସୁନା କାହିଁକି, ତାହା ବୈଧ ହେବ ନାହିଁ। ଅନ୍ୟପକ୍ଷେ ସ୍ଥାନୀୟ ଲୋକଙ୍କୁ ନିଜ ମତ ପ୍ରକାଶ ପାଇଁ ଏହା ଏକ ସୁଯୋଗ ବୋଲି ମସ୍କୋ କହିଛି। ପ୍ରକାଶ ଯେ, ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆ ଦଖଲ ପରଠାରୁ ସେଠାରେ ମସ୍କୋ ନିଜ ପ୍ରଶାସକମାନଙ୍କୁ ନିଯୁକ୍ତ କରିଛି। ୨୦୧୪ରେ ମଧ୍ୟ ରୁଷିଆ କ୍ରିମିଆ ଦଖଲ କରିବା ପୂର୍ବରୁ ସେଠାରେ ଗଣଭୋଟ କରାଇଥିଲା, ଯାହାର ପରିଣାମକୁ କୌଣସି ଅନ୍ତର୍ଜାତୀୟ ସଙ୍ଗଠନ ସ୍ବୀକୃତି ଦେଇନାହିଁ।

ପୁଟିନ୍‌ଙ୍କୁ ରୁଷିଆରେ ବିରୋଧ

୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ପାଇଁ ପଠାଇବାକୁ ଘୋଷଣା କରିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ନିଜ ଦେଶରେ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଜୋରଜବଦସ୍ତ ସେନାରେ ସାମିଲ କରାଯିବା ଭୟରେ ଯୁବପିଢ଼ି ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ୧୮ରୁ ୫୫ ବର୍ଷୀୟଙ୍କୁ ରୁଷିଆରେ ବିମାନ ଟିକେଟ ଦିଆଯାଉ ନାହିଁ। ଡାକ୍ତର, ଶିକ୍ଷକ ଓ ବ୍ୟାଙ୍କ କର୍ମଚାରୀମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ମସ୍କୋ ପକ୍ଷରୁ କୁହାଯାଇଛି। ଫଳରେ ସେମାନେ ସୀମା ଦେଇ ଖସିଯିବାକୁ ଉଦ୍ୟମ କରୁଛନ୍ତି। ଏଥିଯୋଗୁ ରୁଷିଆ ସୀମାଗୁଡ଼ିକରେ ଟ୍ରାଫିକ୍‌ ଜାମ ହୋଇଛି। ପୁଟିନ୍‌ଙ୍କ ନିଷ୍ପତ୍ତି ପ୍ରତିବାଦରେ ରୁଷିଆର ୩୦ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ବିକ୍ଷୋଭକାରୀଙ୍କୁ ରୁଷିଆ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri