ବାଇକ୍‌ରେ କାମକୁ ଯାଉଥିଲେ ଯୁବକ, ଧକ୍କା ଦେଲା ଟ୍ରାକ୍ଟର: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଥୁଆମୂଳ ରାମପୁର, ୭।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଟ୍ରାକ୍ଟର ଓ ବାଇକ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଆହତ ଯୁବକ ଜଣକ କର୍ଲାପାଟ ଅଞ୍ଚଳ ଅନ୍ତର୍ଗତ ଭେଜିଗୁଡ଼ା ଗ୍ରାମର କାଳିଆ ନାଏକଙ୍କ ପୁଅ ସିଦ୍ଧାନ୍ତ ନାଏକ (୨୬) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସିଦ୍ଧାନ୍ତ ନିଜ ଗ୍ରାମରୁ ପଲସର ବାଇକ (ଓଡ଼ି-୦୮-ୟୁ-୫୯୭୦) ଯୋଗେ ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ‘ମାଁ ଦୁର୍ଗା ହୋଟେଲ’କୁ କାମ କରିବା ପାଇଁ ଆସୁଥିଲେ। ପେଟ୍ରୋଲ ପମ୍ପ ନିକଟରେ ତାଙ୍କ ବାଇକ ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଧକ୍କା ପରେ ସିଦ୍ଧାନ୍ତ ରାସ୍ତା ଉପରେ ପଡ଼ି ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲେ। ଦୁର୍ଘଟଣାର କାରଣକୁ ନେଇ ପ୍ରତ୍ୟକ୍ଷଦର୍ଶୀ ଓ ଆହତ ଯୁବକଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି। କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଟ୍ରାକ୍ଟରଟି ରାସ୍ତା କଡ଼ରେ ଅଟକିଥିବା ବେଳେ ବାଇକ୍‌ଟି ଆସି ତାହାକୁ ଧକ୍କା ଦେଇଥିଲା।

ଅନ୍ୟପକ୍ଷରେ, ସିଦ୍ଧାନ୍ତଙ୍କ କହିବା ଅନୁସାରେ, ଟ୍ରାକ୍ଟରଟି ପେଟ୍ରୋଲ ପମ୍ପରୁ ହଠାତ୍‌ ମୁଖ୍ୟ ରାସ୍ତାକୁ ଚାଲିଆସିଥିଲା। ଫଳରେ ଟ୍ରାକ୍ଟରକୁ ଏଡ଼ାଇବା ପାଇଁ ସୁଯୋଗ ନପାଇ ସେ ଟ୍ରାକ୍ଟରର ପଛପଟେ ଧକ୍କା ଦେଇ ତଳେ ପଡ଼ିଯାଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ ତାଲବନ୍ଧ ପଡ଼ାର କେତେକ ସଚେତନ ଯୁବକ ସିଦ୍ଧାନ୍ତଙ୍କୁ ଉଦ୍ଧାର କରିଥିଲେ। ସେମାନେ ତୁରନ୍ତ ଏକ ଅଟୋ ଯୋଗେ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ।

ଦୁର୍ଘଟଣାରେ ସିଦ୍ଧାନ୍ତଙ୍କ ମୁହଁ ଓ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଜିଭର କିଛି ଅଂଶ କଟିଯାଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ଶକ୍ତି ସାଗର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଛନ୍ତି। ଖବର ପାଇ ଥୁଆମୂଳ ରାମପୁର ଥାନା ଏସଆଇ ସନ୍ତୋଷ କୁମାର ସେଠୀ ମେଡିକାଲରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କୁ ଏହି ଶେଷ ମେସେଜ କରିଥିଲେ ନାନା ପାଟେକର, ନିଜର ଯନ୍ତ୍ରଣା ପ୍ରକାଶ କରି…

ମୁମ୍ବାଇ: ଭାରତୀୟ ସିନେ ଜଗତର ଭେଟେରାନ ଅଭିନେତା ନିଜର ଦମଦାର ଅଭିନୟ, ଅନନ୍ୟ ଡାଏଲଗ୍‌ କହିବା ଶୈଳୀରେ ବେଶ୍‌ ପରିଚିତ ଥିବା ନାନା ପାଟେକରଙ୍କ ବୁଧବାର ବିଳମ୍ବିତ…

ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍‌: କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦର ପ୍ରଭାବ

କର୍ଲାମୁଣ୍ଡା, ୮।୧୦(ପ୍ରଦୀପ କୁମାର ସାହୁ): ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ବନ୍ଦ ଯୋଗୁ ସକାଳୁ ବ୍ଲକର…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଗର୍ଜନ, ମହାକାଳପଡ଼ାରେ ପଡ଼ିଲା ପ୍ରଭାବ

ମହାକାଳପଡ଼ା,୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଇଣ୍ଡି ମେଣ୍ଟ ଓ ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଗର୍ଜିଛନ୍ତି ଇଣ୍ଡି…

ନାନା ପାଟେକରଙ୍କ ବିୟୋଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବତନ୍ତ୍ର ବାର୍ତ୍ତା: କହିଲେ,‘ତାଙ୍କର ସ୍ପଷ୍ଟବାଦୀ ଓ ସୁସ୍ପଷ୍ଟ ମତ…’

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ନାନା ପାଟେକରଙ୍କ ଭଳି ଗଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?