ବେଆଇନ କୋଠା ନିର୍ମାଣ ଯାଞ୍ଚ ହେବ

ପୁରୀ ଅଫିସ ୧୨ା୧୨: ପୁରୀ ବଡ଼ଦାଣ୍ଡରୁ ଆରମ୍ଭକରି ବେଳାଭୂମି ପର୍ଯ୍ୟନ୍ତ ଅନେକ ବେଆଇନ କୋଠା ନିର୍ମାଣ ହୋଇଛି। କେଉଁଠି ପିକେଡିଏ ନିୟମ ତ ଆଉ କେଉଁଠାରେ ସିଆର୍‌ଜେଡ୍‌ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ବେଆଇନ କୋଠା ନିର୍ମାଣ ଚାଲିଛି। ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ବେଆଇନ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି। ଜିଲାପାଳଙ୍କ ନେତୃତ୍ୱରେ ପିକେଡିଏ, ପୁରୀ ପୌରସଂସ୍ଥା, ପୋଲିସ ଏବଂ ରାଜସ୍ବ ବିଭାଗକୁ ନେଇ ଏକ ଟିମ୍‌ ଗଠିତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ସହରରେ ଥିବା ହୋଟେଲ ଓ ଲଜ୍‌ଗୁଡ଼ିକରେ ଏହି କମିଟି ପକ୍ଷରୁ ଯାଞ୍ଚ ପକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ବେଳାଭୂମି ନିକଟରେ ଅନେକ ହୋଟେଲ ସିଆର୍‌ଜେଡ୍‌ ନିୟମ ଉଲ୍ଲଂଘନ କରିଥିଲେ ସୁଦ୍ଧା ପିକେଡିଏ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ବେଆଇନ ନିର୍ମାଣ ସଂଖ୍ୟା ବଢିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନ ଏହା ବିରୋଧରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ସାଧାରଣରେ ସ୍ବାଗତ କରାଯାଇଛି। ବିଶେଷକରି ପୁରୀ ବେଳାଭୂମିରେ ସିଆର୍‌ଜେଡ୍‌ ନିୟମ ଅନୁସାରେ କୂଳରୁ ୫୦୦ ମିଟର ଦୂରରେ ନିର୍ମାଣ ହେବା କଥା। ତେବେ ଏହା ଉଲ୍ଲଂଘନ କରାଯାଇ ୩୦୦ ମିଟର ଭିତରେ ଅନେକ ହୋଟେଲ ଓ ଲଜିଂ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ତେଣୁ ବଡ଼ଦାଣ୍ଡରୁ ଆରମ୍ଭ କରି ବେଳାଭୂମିରେ ହୋଟେଲ ଓ ଲଜ ଉପରେ ଚଢ଼ାଉ କରାଯିବ। ବେଳାଭୂମିରେ ସିଆର୍‌ଜେଡ୍‌ ଏବଂ ପିକେଡିଏ ନିୟମ ଉଲ୍ଲଂଘନକାରୀଙ୍କ ହୋଟେଲ ଯାଞ୍ଚ କରିବା ପରେ ତାଙ୍କର ତଥ୍ୟ ରଖାଯିବ। କେଉଁ ସବୁ ହୋଟେଲ କି’ କି ନିୟମ ଉଲ୍ଲଂଘନ କରିଛନ୍ତି ତାହାର ତଥ୍ୟ କମିଟି ପ୍ରସ୍ତୁତ କରାଯିବ। ଏହାପରେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ବଡ଼ଦାଣ୍ଡରେ ମଧ୍ୟ ପିକେଡିଏ ନିୟମ ଉଲଙ୍ଘନ କରି ହୋଟେଲ, କୋଠା ଓ ଶପିଙ୍ଗ ମଲ ନିର୍ମାଣ ହୋଇଛି। ତେଣୁ ଏହି ଟିମ୍‌ ସମ୍ପୃକ୍ତ ବେଆଇନ ନିର୍ମାଣ ଉପରେ ଯାଞ୍ଚ କରିବ। ତଥ୍ୟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଜିଲାପାଳ ସମର୍ଥ ବର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri