ରୁଷିଆର ଉଗ୍ରବାଦ

ଆନାଷ୍ଟାସିଆ ରାଡିନା

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ଏହାଯୋଗୁ ସେଠାରେ ଏକ ମାନବୀୟ ବିପର୍ଯ୍ୟୟ ଦେଖାଯାଇଛି। ସାରା ବିଶ୍ୱ ଏହାର ପ୍ରତ୍ୟକ୍ଷଦର୍ଶୀ ସାଜିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍‌ ନାଗରିକଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ରୁଷୀୟ ସେନା ମାରିଉପୋଲରେ ଶିଶୁ ଓ ପ୍ରସୂତି ହସ୍ପିଟାଲରେ ଲଗାତର ବୋମା ବର୍ଷଣ କରୁଛି । ଏହା ହିଁ ବିଧ୍ୱଂସକାରୀ ତଥା ଅମାନବୀୟ କାର୍ଯ୍ୟକଳାପର ଏକ ଦୃଷ୍ଟାନ୍ତ। ୟୁକ୍ରେନରେ ଗଣହତ୍ୟା ଚାଲିଛି ବୋଲି ଯାହା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହୁଛନ୍ତି ତାହାର ଏହା ଏକ ପ୍ରମାଣ। ଆକ୍ରମଣ ପରଠାରୁ କେବଳ ମାରିଉପୋଲରେ ୨,୧୦୦ ଲୋକଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ହଜାର ହଜାର ଲୋକଙ୍କୁ ପଣବନ୍ଦୀ କରି ରଖାଯାଇଛି ଓ ସହରଛାଡ଼ି ଯିବାକୁ ଦିଆଯାଉନାହିଁ। ଅନ୍ୟପକ୍ଷରେ ବିନା ସତର୍କ ସୂଚନାରେ ସେମାନଙ୍କ ଉପରେ ଆଖିବୁଜା ଗୁଳିଗୋଳା ବର୍ଷଣ କରାଯାଉଛି। ଏକ ଆକଳନରୁ ଜଣାପଡ଼ିଛି ଯେ, ୨.୮ ମିଲିୟନ ଲୋକ ୟୁକ୍ରେନ୍‌ ଛାଡ଼ିଛନ୍ତି ଏବଂ ଲକ୍ଷାଧିକ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ଭାବେ ରହିବା ପାଇଁ ଘର ଛାଡ଼ିବାରେ ଲାଗିଛନ୍ତି। ଅନେକ ସୀମାରେ ଧାଡ଼ିବାନ୍ଧି ଛିଡ଼ା ହୋଇଛନ୍ତ। ଅନେକେ ପଡୋଶୀ କିମ୍ବା ଅଜଣା ବ୍ୟକ୍ତିଙ୍କ ଘରେ ରହିଛନ୍ତି। ହଜାର ହଜାର ଗାଁରେ ଜାଳେଣି, ବିଦ୍ୟୁତ୍‌ କିମ୍ବା ପାଣି ନାହିଁ। ଲୋକମାନେ ଗାଡ଼ିଆ ପୋଖରୀ ପାଣି ପିଉଛନ୍ତି ଓ ପିଲାମାନେ ଡିହାଇଡ୍ରେଶନ ଯୋଗୁ ମୃତ୍ୟୁମୁଖରେ ପଡ଼ୁଛନ୍ତି।
ପୁଟିନ୍‌ଙ୍କ ୨୨ ବର୍ଷ ଶାସନ କାଳରେ ରୁଷିଆ ବାରମ୍ବାର ଅନ୍ୟାୟ କାର୍ଯ୍ୟ କରିଛି। ଆଣବିକ ଆକ୍ରମଣର ଧମକ ଦେଇ ବିଶ୍ୱକୁ ଭୟଭୀତ କରି ବ୍ଲାକମେଲିଂ କରୁଛି। ଚେଚେନ୍ୟା ଏବଂ ଜର୍ଜିଆରେ ରୁଷିଆର ବିଧ୍ୱଂସକ ଆକ୍ରମଣକୁ ସାରା ବିଶ୍ୱ ଦେଖିଛି ଏବଂ ଠିକ୍‌ ସମାନ ଢଙ୍ଗରେ ଏବେ ୟୁକ୍ରେନ୍‌କୁ ଆକ୍ରମଣ ଆରମ୍ଭ କରୁଛି। ରୁଷିଆ ଅନ୍ୟାୟରେ କ୍ରିମିଆ ଦଖଲ କରିଛି ଏବଂ ବିଶ୍ୱରେ ଅନ୍ୟ ଦେଶ ବିରୋଧରେ ଛାୟା ଯୁଦ୍ଧ ଚଳାଇଛି। ରୁଷିଆ ସମର୍ଥିତ ସିରିଆର ଅବସ୍ଥା ନ କହିବା ଭଲ। ସେଠାରେ ମୋଟ ଜନସଂଖ୍ୟାର ୯୦% ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଏଭଳି ସ୍ଥିତିରେ ସିରିଆର ୧୭.୫ ମିଲିୟନ ଲୋକଙ୍କ ମଧ୍ୟରୁ ୧୪.୬ ମିଲିୟନ ମାନବୀୟ ସହାୟତା ଆବଶ୍ୟକ କରନ୍ତି ବୋଲି ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ସାମ୍ପ୍ରତିକ ସ୍ଥିତିରେ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଏବଂ ମାନବୀୟ ଆଇନଗୁଡ଼ିକର ବାରମ୍ବାର ଉଲ୍ଲଂଘନ ହେଉଥିବାବେଳେ ୟୁକ୍ରେନ୍‌ ଏବେ ତା’ ଆକାଶ ସୀମାକୁ ସୁରକ୍ଷିତ ରଖିବା ପାଇଁ ଅସ୍ତ୍ରଶସ୍ତ୍ର ଓ ମିଶାଇଲ ଆବଶ୍ୟକ କରୁଛି। ମିଲିଟାରୀ, ଆର୍ଥିକ ଏବଂ ମାନବୀୟ ସହାୟତା ଯୋଗାଇ ଦେଲେ ପର୍ଯ୍ୟାପ୍ତ ହେବ ନାହିଁ। ବରଂ ଆହୁରି ଅଧିକ ବୈଧ ପଦକ୍ଷେପ ନେଇ ପୁଟିନଙ୍କୁ ବିଶ୍ୱରେ ଏକଘରିଆ କରିବାର ଆବଶ୍ୟକତା ରହିଛି। ଏହା ହିଁ ୟୁକ୍ରେନ୍‌ ପାଇଁ ଆବଶ୍ୟକ । ଏଥିପାଇଁ ଆଣ୍ଟି କରପଶନ ପଲିସି ବା ଦୁର୍ନୀତି ବିରୋଧୀ ନୀତି ଉପରେ ଗଠିତ ୟୁକ୍ରେନ୍‌ ପାର୍ଲାମେଣ୍ଟ କମିଟି ସ୍ବର ଉଠାଇଛି। ବିଦେଶ ବ୍ୟାଙ୍କରେ କଳାଟଙ୍କା ଜମା ରଖିବା ପ୍ରକ୍ରିୟା(ମନି ଲଣ୍ଡରିଂ)ରୁ ରୁଷିଆକୁ ବହିଷ୍କାର କରିବା ସହ ବିପଦ ସୃଷ୍ଟିକାରୀ ଦେଶ ଭାବେ କଳାତାଲିକାଭୁକ୍ତ କରିବାକୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ନିକଟରେ ଏହି କମିଟି ଦାବି କରିଛି। ତେବେ କଳାଟଙ୍କା ଜମା ରଖିବା ଓ ଉଗ୍ରବାଦକୁ ପାଣ୍ଠି ଯୋଗାଣ ବିରୋଧରେ ଲଢ଼େଇ କରୁଥିବା ଏହି ଅନ୍ତର୍ଜାତୀୟ ସଂସ୍ଥା ରୁଷିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅସମ୍ଭବ । ଏପରିକି ଯୁଦ୍ଧରେ ମରିଉପୋଲ ଭଳି ଯେଉଁ ସବୁ ଅପରାଧ ଘଟାଇଛି, ତା’ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ଏଫ୍‌ଏଟିଏଫ୍‌ ବିଫଳ ହୋଇଛି। ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ବିପଦ ସୃଷ୍ଟି କରୁଥିତ୍ବା କଳାଟଙ୍କା ଜମା କରିବା ଏବଂ ଉଗ୍ରବାଦକୁ ପାଣ୍ଠି ଯୋଗାଇବା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ୧୯୮୯ରେ ଜି୭ ଦ୍ୱାରା ଏଫ୍‌ଏଟିଏଫ୍‌ ଗଠନ କରାଯାଇଥିଲା। ଏଥିରେ ରୁଷିଆ ସମେତ ୩୯ ସଦସ୍ୟ ରହିଛନ୍ତି। ଏହା ବାଦ୍‌ ବିଭିନ୍ନ ଦେଶର ବିଭିନ୍ନ କ୍ଷେତ୍ରରୁ ୨୦୦ ସଦସ୍ୟ ମଧ୍ୟ ରହିଛନ୍ତି। ଯେଉଁ ଦେଶ ମନି ଲଣ୍ଡରିଂ ଏବଂ ଉଗ୍ରବାଦକୁ ପାଣ୍ଠି ଯୋଗାଣ ବିରୋଧରେ ଦୁର୍ବଳ ଆଇନ ଲାଗୁ କରି ଅନ୍ତର୍ଜାତୀୟ ଅର୍ଥବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରେ, ସେହି ଦେଶକୁ ଠାବ କରି ତାହାକୁ ବିପଜ୍ଜନକ ଦେଶ ଭାବେ ତାଲିକାଭୁକ୍ତ କରିବା ଦାୟିତ୍ୱ ମଧ୍ୟ ଏଫ୍‌ଏଟିଏଫ୍‌ର। ଏହି କ୍ରମରେ ମନିଲଣ୍ଡରିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯୋଗୁ ୨୦୦୦ରେ ରୁଷିଆ କଳା ତାଲିକାଭୁକ୍ତ ହୋଇଥିଲା, କିନ୍ତୁ ତାହାକୁ ୨୦୦୨ରେ ହଟାଇ ନିଆଗଲା।
ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଏକ ପ୍ରକାର ଉଗ୍ରବାଦ ବୋଲି କହିବା ଭୁଲ ହେବ ନାହିଁ। ରୁଷିଆର ପ୍ରତ୍ୟକ୍ଷ ନେତୃତ୍ୱରେ ଡୋନେସ୍କ ଏବଂ ଲୁହାନସ୍କ ଆଜକୁ ୮ ବର୍ଷ ହେଲା ଉଗ୍ରବାଦ କାର୍ଯ୍ୟକଳାପ ଜାରି ରଖିଛି। ଫେବୃୟାରୀ ୨୪ରୁ ଜୋରଦାର ଯୁଦ୍ଧ ହେବା ପରଠାରୁ ରୁଷିଆ ଜନବସତି, ହସ୍ପିଟାଲ, ପାଗଳଖାନା, ବାଲ୍‌ବିହାର ଉପରେ ଆକ୍ରମଣ କରିଛି। ଏପରି କି ଚେର୍ନୋବିଲ ଏବଂ ଜାପୋରିଝ୍ୟାର ଆଣବିକ ଶକ୍ତି କେନ୍ଦ୍ର ଓ କ୍ୱିଭ ଜଳଭଣ୍ଡାର ମଧ୍ୟ ଆକ୍ରମଣରୁ ବାଦ ପଡ଼ିନାହିଁ। ଏହି ସବୁ କାର୍ଯ୍ୟକଳାପ ଉଗ୍ରବାଦକୁ ପ୍ରତିପାଦିତ କରୁଛି।
ଏହି ସବୁ କାର୍ଯ୍ୟ ଉଗ୍ରବାଦକୁ ପାଣ୍ଠି ଯୋଗାଣ ଧାରା ବନ୍ଦ କରିବା ଲାଗି ଜାତିସଂଘ ଦ୍ୱାରା ୧୯୯୯ରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ଆଣବିକ ଉଗ୍ରବାଦ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀ (୨୦୦୫)ର ବୁଝାମଣାର ଉଲ୍ଲଂଘନ କରିଛି। ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବ ୧୩୭୩ (୨୦୧୩) ଅନୁଯାୟୀ ପ୍ରତ୍ୟେକ ରାଷ୍ଟ୍ର ଉଗ୍ରବାଦ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଇବା ବନ୍ଦ କରିବା ଦରକାର, ହେଲେ ରୁଷିଆ ଲୁହାନସ୍କ ଓ ଡୋନେସ୍କରେ ଏହା ଖୋଲାଖୋଲି ଭାବେ କରିଆସୁଛି। ଏଭଳି ସ୍ଥିତିରେ ମଧ୍ୟ ରୁଷିଆ ଏଫ୍‌ଏଟିିଏଫ୍‌ର ସଦସ୍ୟ ରହିଆସିଛି, ଯାହା ଅନ୍ତର୍ଜାତୀୟ ନିୟମର ଆଉ ଏକ ଅବମାନନା। ଏଫ୍‌ଏଟିଏଫର ଅଧ୍ୟକ୍ଷ ମାରୁସ୍‌ ପ୍ଲିୟର ଏବଂ ଜି୭ ଦେଶ ସମୂହ ରୁଷିଆକୁ ଏଥିରୁ ବହିଷ୍କାର କରିବା ଲାଗି ପଦକ୍ଷେପ ନେବା ଦରକାର। ମନି ଲଣ୍ଡରିଂ ଏବଂ ଉଗ୍ରବାଦୀ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଣ ବନ୍ଦ ଲାଗି ଦୃଢ଼ ରଣନୀତି ଗ୍ରହଣ କରୁନଥିତ୍ବା ଦେଶଗଡ଼ିକୁ ଯେଭଳି ବିପଜ୍ଜନକ ଦେଶ ଭାବେ ଚିହ୍ନିତ କରାଯାଉଛି ସେହିଭଳି ରୁଷିଆକୁ କରାଯିବା ଉଚିତ।
ଏଫ୍‌ଏଟିଏଫ୍‌ ଏଯାବତ୍‌ ୟୁକ୍ରେନ୍‌ ସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକଟ କରିଛି ଏବଂ ଏହାର ସାଂଗଠନିକ ପରିସରରେ ରୁଷିଆ ଭୂମିକାକୁ ସମୀକ୍ଷା କରୁଛିି ବୋଲି ସୂଚନା ଦେଇଛି। ତେବେ ଏହା ଜୁନ୍‌ ଭିତରେ ପୁନର୍ବାର ବୈଠକ ହୋଇପାରିବେ ନାହିଁ ।
ଏଫ୍‌ଏଟିଏଫ୍‌ ସେହି କାର୍ଯ୍ୟସୂଚୀ ବଦଳାଇବ ନାହିଁ ବୋଲି ଜଣାପଡ଼ୁଛି। ଏଭଳି ନିଷ୍କ୍ରିୟତା ପୁଟିନଙ୍କ ସପକ୍ଷରେ ଯାଉଛି ବୋଲି ବୁଝିବାକୁ ହେବ। ଅନ୍ତର୍ଜାତୀୟ ବୁଝମଣାଗୁଡ଼ିକୁ ଠିକ୍‌ ସମୟରେ ଯଦି ଠିକ୍‌ ଭାବେ ପାଳନ ନ ହୁଏ ଓ ଲାଗୁ କରା ନ ଯାଏ, ତେବେ ସେଗୁଡ଼ିକର କୌଣସି ଗୁରୁତ୍ୱ ରହିବ ନାହିଁ। ସତ୍ୟ ସାମ୍ନାକୁ ଆସିଛି, ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ନ ହେଲେ ଆଗାମୀ ଦିନରେ ରୁଷିଆକୁ ରୋକିବା କେବେ ବି ସମ୍ଭବ ହେବ ନାହିଁ। ନାଗରିକମାନଙ୍କୁ ଲଗାତର ଆକ୍ରମଣ କରାଯାଉଥିବାରୁ ପାଶ୍ଚତ୍ୟ ଦେଶଗୁଡ଼ିକ ମାନବୀୟ ବିପର୍ଯ୍ୟୟର କାରଣ ଦର୍ଶାଇ ପୁଟିନଙ୍କୁ ନିୟନ୍ତ୍ରଣ କରିପାରିବେ। କିନ୍ତୁ ପ୍ରଥମେ ଏଫ୍‌ଏଟିଏଫ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବା ହିଁ ସବୁଠୁ ଭଲ ହେବ।
ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍‌ରୋଭ ମାରିଉପୋଲ ହସ୍ପିଟାଲ ବମିଂକୁ ‘ଦୁଃଖଦାୟକ’ କହି ଠିକ୍‌ କରିଛନ୍ତି। ହେଲେ ଆଗକୁ ଆଉ ଏଭଳି କେବେ ହେବ ନାହିଁ ବୋଲି ନିଶ୍ଚିତ କରିବା ପାଇଁ ପାଶ୍ଚାତ୍ୟ ପଦକ୍ଷେପ ନେବା ଆବଶ୍ୟକ।
ଆଣ୍ଟି କରପ୍‌ଶନ ପଲିସି କମିଟି (ୟୁକ୍ରେନ ପାର୍ଲାମେଣ୍ଟ)ର ମୁଖ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri