Posted inTrending, ଖେଳ

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ବିରାଟ କୋହଲିଙ୍କ ସହ ମିଶି ସେ ୧୩୨ ବଲ୍‌ରୁ ୧୫୧ ରନ୍‌ର ଭାଗୀଦାରି ଗଢ଼ି ଭାରତକୁ ସହଜ ବିଜୟ ଦେଇଥିଲେ।

ଗିଲଙ୍କ ଏହି ପ୍ରଦର୍ଶନ ଏହି ପ୍ରଦର୍ଶନ ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବ୍ୟାଟର୍‌ ଭାବେ ନିଜକୁ ପ୍ରମାଣିତ କରିବା ସହ ଅଧିନାୟକ ଭାବେ ମଧ୍ୟ ସେ ଦଳକୁ ଆଗେଇ ନେଉଛନ୍ତି। ତେବେ ପୂର୍ବତନ ଭାରତୀୟ କ୍ରିକେଟର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କ ମତରେ, ଗିଲ ଗୋଟିଏ ଦୃଷ୍ଟିରୁ ଅନଲକି ବା ଦୁର୍ଭାଗ୍ୟଶାଳୀ।

ଅଶ୍ୱିନଙ୍କ ମତରେ, ଗିଲ ଦିନିକିଆ କ୍ରିକେଟ୍‌ରେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟାଟର। କିନ୍ତୁ ବର୍ତ୍ତମାନ ଦିନିକିଆ ମ୍ୟାଚ ସଂଖ୍ୟା ଧୀରେଧୀରେ କମୁଥିବାରୁ ଏହି ଫର୍ମାଟ୍‌ରେ ଗିଲଙ୍କ ପାଇଁ ଅଧିକ ରେକର୍ଡ କରିବାର ସୁଯୋଗ ମଧ୍ୟ କମିପାରେ। ଏହା ତାଙ୍କୁ ବିରାଟ କୋହଲିଙ୍କ ଭଳି ଦିନିକିଆ କ୍ରିକେଟ୍ର ବଡ଼ ରେକର୍ଡ ନିକଟରେ ପହଞ୍ଚିବାରେ ପ୍ରଭାବ ପକାଇପାରେ।

ଗିଲଙ୍କ ସଟ ସିଲେକ୍ସନକୁ ମଧ୍ୟ ଅଶ୍ୱିନ ପ୍ରଶଂସା କରିଛନ୍ତି। ତାଙ୍କ ମତରେ, ବର୍ତ୍ତମାନ ଦିନିକିଆ କ୍ରିକେଟ୍‌ର ବିରାଟ କୋହଲିଙ୍କ ନିକଟତମ ଭାବେ ଯେଉଁ ବ୍ୟାଟରଙ୍କୁ ଦେଖାଯାଉଛି, ସେ ହେଉଛନ୍ତି ଗିଲ।

ଗିଲ ଦିନିକିଆ କ୍ରିକେଟ୍‌ରେ ୧୦ଟି ଶତକ ପୂରଣ କରିସାରିଛନ୍ତି। ସବୁଠାରୁ କମ ଇନିଂସରେ ୧୦ଟି ଦିନିକିଆ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟର୍‌ ଭାବେ ସେ ରେକର୍ଡ କରିଛନ୍ତି। ବିଶ୍ୱସ୍ତରରେ ମଧ୍ୟ ସେ ଦ୍ରୁତତମ ୧୦ ଶତକ ହାସଲକାରୀଙ୍କ ମଧ୍ୟରେ ରହିଛନ୍ତି। ଗିଲ ୬୭ଟି ଦିନିକିଆ ଇନିଂସରେ ୧୦ଟି ଶତକ ହାସଲ କରିଥିବା ବେଳେ ହାଶିମ ଆମ୍‌ଲା ୫୭ ଏବଂ କ୍ୱିଣ୍ଟନ ଡି’କକ ୫୫ଟି ଇନିଂସରେ ଏହି ସଫଳତା ହାସଲ କରିଥିଲେ। ଗିଲ ଏପର୍ଯ୍ୟନ୍ତ ମାତ୍ର ୬୮ଟି ଦିନିକିଆ ମ୍ୟାଚ ଖେଳି ୩୪୮୯ ରନ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟାଟିଂ ହାରାହାରି ୬୦ରୁ ଅଧିକ। ସେ ୧୦ଟି ଶତକ ଓ ୨୦ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ତାଙ୍କ ଷ୍ଟ୍ରାଇକରେଟ ମଧ୍ୟ ପ୍ରାୟ ୧୦୧ ରହିଛି।

ଦିନିକିଆ କ୍ରିକେଟ୍‌ରେ ଗିଲଙ୍କ ଏହି ପ୍ରଦର୍ଶନ ତାଙ୍କ ଦକ୍ଷତାର ପ୍ରମାଣ ଦେଉଛି। ଆଗାମୀ ଦିନରେ ସେ ଏହି ଫର୍ମାଟ୍‌ରେ ଆଉ କେତେ ରେକର୍ଡ ନିଜ ନାମରେ କରିପାରୁଛନ୍ତି, ତାହା ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?