Posted inTrending, ଖେଳ

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ ନୂଆ ଟୁର୍ନାମେଣ୍ଟ ଘୋଷଣା କରିଛି। ଏହି ପ୍ରତିଯୋଗିତାରେ ଟି-୨୦, ଫାର୍ଷ୍ଟ କ୍ଲାସ ଓ ଲିଷ୍ଟ-ଏତିନୋଟି ଫର୍ମାଟ୍‌ରେ ମ୍ୟାଚ ଖେଳାଯିବ।
୨୦୨୬-୨୭ ଘରୋଇ ସିଜିନ୍‌ରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ବିଶେଷ କଥା ହେଉଛି, ଡି-୩ରେ ଫ୍ରାଞ୍ଚାଇଜ ବ୍ୟବସ୍ଥା ରହିବ। ଅର୍ଥାତ୍‌ ଗୋଟିଏ ଫ୍ରାଞ୍ଚାଇଜ ଟିମ ତିନୋଟି ଫର୍ମାଟ୍‌ରେ ଖେଳିବ। ଫାର୍ଷ୍ଟ କ୍ଲାସ ଓ ଲିଷ୍ଟ-ଏ କ୍ରିକେଟ୍‌ରେ ଫ୍ରାଞ୍ଚାଇଜ ଭିତ୍ତିକ ଘରୋଇ ପ୍ରତିଯୋଗିତାର ଏହି ଧାରଣାକୁ ବିସିବି ଏକ ନୂଆ ପଦକ୍ଷେପ ଭାବେ ଉପସ୍ଥାପନ କରିଛି।
ଡି-୩ରେ ଅଂଶଗ୍ରହଣ କରିବାକୁ ୬ଟି କମ୍ପାନୀ ଫ୍ରାଞ୍ଚାଇଜ ଅଧିକାର ହାସଲ କରିଛନ୍ତି। ପ୍ରତ୍ୟେକ ଫ୍ରାଞ୍ଚାଇଜ ସହ ବିସିବି ୩ ବର୍ଷର ଚୁକ୍ତି କରିଛି। ପ୍ରତି ସିଜିନ୍‌ରେ ଏହି ଦଳଗୁଡ଼ିକ ଟି-୨୦, ଫାର୍ଷ୍ଟ କ୍ଲାସ ଓ ଲିଷ୍ଟ-ଏ ଫର୍ମାଟ୍‌ରେ ମ୍ୟାଚ ଖେଳିବେ। ଡି-୩ ପ୍ରତିଯୋଗିତା ଟି-୨୦ ଫର୍ମାଟ୍‌ରୁ ଆରମ୍ଭ ହୋଇପାରେ। ସେପ୍ଟେମ୍ବର ୧୫ରୁ ଏହା ଆରମ୍ଭ ହେବାର ସମ୍ଭାବନା ରହିଛି। ଏହା ପରେ ଜାନୁଆରୀରେ ଫର୍ଷ୍ଟ କ୍ଲାସ ଏବଂ ମେ’ ମାସରେ ଲିଷ୍ଟ-ଏ ମ୍ୟାଚ ଆୟୋଜିତ ହୋଇପାରେ। ବିସିବି ଅଧ୍ୟକ୍ଷ ତମିମ ଇକବାଲଙ୍କ ଅନୁଯାୟୀ, ବାଂଲାଦେଶର ଘରୋଇ କ୍ରିକେଟକୁ ଅଧିକ ଆକର୍ଷଣୀୟ ଓ ରୋମାଞ୍ଚକର କରିବା ଉଦ୍ଦେଶ୍ୟରେ ଡି-୩ ଆରମ୍ଭ କରାଯାଉଛି। ପ୍ରତ୍ୟେକ ଫ୍ରାଞ୍ଚାଇଜ ମାଲିକ ବିସିବିକୁ ୨.୫ କୋଟି ବାଂଲାଦେଶୀ ଟାକା ପ୍ରଦାନ କରିବେ।
ଏପର୍ଯ୍ୟନ୍ତ ୬ଟି ଫ୍ରାଞ୍ଚାଇଜ୍‌ର ନାମ ଘୋଷଣା ହୋଇନାହିଁ। ତେବେ ପ୍ରତ୍ୟେକ ଦଳର ଆଇକନ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ମେହଦି ହାସନ ମିରାଜ, ତୌହିଦ ହୃଦୟ, ମୋସାଦ୍ଦେକ ହୁସେନ, ମୁଶଫିକୁର ରହିମ, ମହମ୍ମଦ ନଇମ ଓ ନୁରୁଲ ହାସନଙ୍କୁ ୬ଟି ଦଳର ଆଇକନ ଖେଳାଳି ଭାବେ ସାମିଲ କରାଯାଇଛି। ଡି-୩ ମାଧ୍ୟମରେ ବାଂଲାଦେଶର ଫର୍ଷ୍ଟ କ୍ଲାସ, ଲିଷ୍ଟ-ଏ ଓ ଟି-୨୦ ଘରୋଇ କ୍ରିକେଟ୍‌କୁ ଏକ ଫ୍ରାଞ୍ଚାଇଜ ଢାଞ୍ଚାରେ ଏକାଠି କରିବାକୁ ଉଦ୍ୟମ କରାଯାଉଛି।

ଆର୍ଥିକ କ୍ଷତି ଦର୍ଶାଇ ବିସିବି ଅଗଷ୍ଟ ମାସରେ ବାଂଲାଦେଶ ପ୍ରିମିୟର ଲିଗ (ବିପିଏଲ)କୁ ସ୍ଥଗିତ କରିଥିଲା। ବିପିଏଲ୍‌ର ପୁନରୁଦ୍ଧାର ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଆସି ନ ଥିବା ବେଳେ ଘରୋଇ କ୍ରିକେଟ୍‌ର ଭିତ୍ତିଭୂମିକୁ ସୁଦୃଢ଼ କରିବା ନେଇ ବିସିବି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?