Posted inରାଜ୍ୟ

ମହାକାଳପଡ଼ା ଅଞ୍ଚଳରେ ଶିଳ୍ପ ଧୂଆଁ ବଢ଼ାଉଛି ତାପମାତ୍ରା

ମହାକାଳପଡ଼ା,୧୭ା୩ (ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ଶିଳ୍ପାଞ୍ଚଳରୁ ନିର୍ଗତ ଧୂଆଁର ପ୍ରଭାବ ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି। ଧୂଆଁ ଯୋଗୁ ତାପମାତ୍ରା ବଢ଼ି ଚାଲିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଶିଳ୍ପାଞ୍ଚଳର ନିର୍ଗତ ଧୂଆଁ ଯୋଗୁ ଉପକୂଳ ଅଞ୍ଚଳରେ ଛୋଟ ଛୋଟ ଶିଶୁଙ୍କ ଶରୀରରେ କୁଣ୍ଡେଇ ହେବା ସହ ଆଲର୍ଜି, ଜ୍ୱର ହେଉଛି ବୋଲି ବତୀଘର ଅଞ୍ଚଳର ଅବନୀ ମଣ୍ଡଳ, କ୍ଷୀତିଶ ବାଇନ, ଦିଲୀପ ଦାସ, ଅନୁକୂଳ ମଣ୍ଡଳ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହା କେଉଁ କାରଣରୁ ହେଉଛି ତାହା ଜଣା ନ ପଡ଼ିଲେ ମଧ୍ୟ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ଯୋଗୁ ହେଉଛି ବୋଲି ସେମାନେ କହୁଛନ୍ତି। ଅପରପକ୍ଷେ ଖରା ପ୍ରଭାବରେ ତାପମାତ୍ରା ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସ୍ଥାନୀୟ ଅଞ୍ଚଳର ଗାଡିଆ, ପୋଖରୀ, ଚୁଆ, କୂପ, ଖାଲପାଟ, ଯୋରି ଆଦି ଶୁଖିଗଲାଣି। ଗୋ ମହିଷାଦି ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି। ଖରା ଯୋଗୁ ଦିନ ୧୦ଟା ପରେ ଘରୁ ବାହାରିବା ଅସହ୍ୟ ହୋଇପଡୁଛି। ମହାକାଳପଡ଼ା ବ୍ଲକର ବତୀଘର, ଜମ୍ବୁ, ସୁନିତି, ନାଞ୍ଜୁରା, ଖରିନାସୀ, ରାମନଗର ଆଦି ଅଞ୍ଚଳ ସମେତ ବିଭିନ୍ନ ଗଁାରେ ତାପମାତ୍ର ବୃଦ୍ଧି ପାଇଛି। ଅପରପକ୍ଷେ ଶିଳ୍ପ ସଂସ୍ଥାଗୁଡିକରୁ ନିର୍ଗତ ଧୂଆଁ ଓ ଗ୍ୟାସ୍‌ ଯୋଗୁ ସ୍ଥାନୀୟ କୋଚିଳା, କେନ୍ତିଆ, ପଲ୍ଲିଗଡ଼, ପିତାପାଟ ଆଦି ଗଁାର ଲୋକେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି ବୋଲି ହରି ଗୋଚ୍ଛାୟତ, ନାଥ କୁମାର ଭୋଳ, ଲୋକନାଥ ସ୍ବାଇଁ ପ୍ରମୁଖ କହିଛନ୍ତି। ଏମାନଙ୍କ କହିବା କଥା, ସପ୍ତାହେ ହେଲା ଭୀଷଣ ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ଘରୁ ବାହାରକୁ ବାହାରିବା କଷ୍ଟ ହୋଇପଡୁଛି। ଖରାଦିନ ଆରମ୍ଭରୁ ତାପମାତ୍ରା ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri