ହତାଦର କଲେ ଦୁଇ ପୁଅବୋହୂ: ଶେଷରେ ଜରାଶ୍ରମ ସାଜିଲା ନୂଆ ଠିକଣା…

ରାହାମା,୧୭ା୩(ଡି.ଏନ.ଏ.): ବାର୍ଦ୍ଧକ୍ୟ ଆସିଲେ ବୋହୂ ପୁଅଙ୍କ ସାହାରା ଲୋଡ଼ା ପଡ଼େ। ନାତି, ନାତୁଣୀଙ୍କ କୋଳାହଳ ଭିତରେ ସମୟ କାଟିବାକୁ ଇଚ୍ଛା ହୁଏ। ପାଟିକୁ ରୁଚୁ ନ ଥିଲେ ବି ବୋହୂ ହାତ ପରଷାରେ ମନ ପୂରିଯାଏ। ସେଥିପାଇଁ ମା’ବାପା ପୁଅଟିଏ ପାଇଁ କେତେ ଦିଅଁଦେବତାଙ୍କୁ ଡାକନ୍ତି । କେଉଁଠି ମାନସିକ ରଖିନ୍ତି ତ ଆଉ କେଉଁଠି ପୂଜାର୍ଚ୍ଚନା କରନ୍ତି । ପୁଅର ପାରିବାପଣିଆ ଦେଖିଲେ ମା’ବାପା ପୁଅ ମନଲାଖି କନ୍ୟା ଖୋଜି ବସନ୍ତି । ଘରକୁ ବୋହୂ ଆସେ । ହେଲେ ତା’ପରେ ଯଦି ସବୁ ଓଲଟପାଲଟ ହୋଇଯାଏ ଭାଗ୍ୟକୁ ନିନ୍ଦନ୍ତି ବୃଦ୍ଧ ଦମ୍ପତି। ଏମିତି ଏକ ଘଟଣା ଏବେ ଜଗତ୍‌ସିଂହପୁର ଜିଲା ଏରସମା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ନୁହେଁ, ଦୁଇ ପୁଅ ବୋହୂଙ୍କ ହତାଦର ଓ ନିର୍ଯାତନା ସହି ନ ପାରି ବୃଦ୍ଧ ମା’ବାପା ଘରଛାଡି ଜରାଶ୍ରମରେ ଆଶ୍ରୟ ନେବା ଘଟଣା ଏଠାରେ ଆଲୋଚ୍ୟ ବିଷୟ ହୋଇଛି।

ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅଧୀନ ଗୋଡ଼ା ଘୋଷାଘର ଗ୍ରାମର କୃଷ୍ଣଚନ୍ଦ୍ର ପାତ୍ର(୭୮) ଓ ତାଙ୍କ ସ୍ତ୍ରୀ ମାଳତୀ(୭୪) ଗତ ୭ ଦିନ ହେବ ନିଜ ଘର ଛାଡିବାକୁ ବାଧ୍ୟ ହୋଇଥିଲେ। ସେମାନେ ବିଭିନ୍ନ ସ୍ଥାନରେ ଆଶ୍ରୟ ନେବା ପରେ ବୁଧବାର ରାହାମାରେ ପହଞ୍ଚତ୍ ଥିଲେ। ସ୍ଥାନୀୟ ରାମଚରିତ ମାନସ ପ୍ରାଙ୍ଗଣରେ ସେମାନେ ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ସ୍ଥାନୀୟ ଯୁବକମାନେ ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏହାପରେ କୃଷ୍ଣଚନ୍ଦ୍ର ଓ ମାଳତୀ ନିଜ ଦୁଃଖ ଓ ବୋହୂ ପୁଅଙ୍କ ନିର୍ଯାତନା କଥା କହିଥିଲେ। ଏହି ଦମ୍ପତିଙ୍କ ୨ ପୁଅ । ଦୁହେଁ ବିବାହ କରିବା ପରେ ୨ ବୋହୂ ଘରକୁ ଆସିଥିଲେ। ହସଖୁସିରେ ଘର ପୂରିଉଠିଥିଲା। ହେଲେ ସେହି ଖୁସି ବେଶିଦିନ ରହିଲା ନାହିଁ। ବୋହୂ, ପୁଅ ସେମାନଙ୍କ ବାର୍ଦ୍ଧକ୍ୟର ଫାଇଦା ଉଠାଇବାକୁ ଚେଷ୍ଟା କଲେ। ଛୋଟ ଛୋଟ କଥାରେ ସେମାନେ ମା’ବାପାଙ୍କୁ ଗାଳିଗୁଲଜ କରିବା ସହିତ ନିର୍ଯାତନା ଦେବାକୁ ପଛାଉ ନ ଥିଲେ। ରୋଗ ସମୟରେ ସେମାନଙ୍କ ଯତ୍ନ କଥା ବୋହୂ ପୁଅ ଭୁଲିଯାଉଥିଲେ । ଏପରି କି ଠିକ୍‌ ସମୟରେ ମୁଠାଏ ଖାଇବାକୁ ସେମାନଙ୍କୁ ମିଳୁ ନ ଥିଲା । ଥରେ ମୁହଁ ଖୋଲିଲେ ବହୁ କଥା ଶୁଣିବାକୁ ପଡୁଥିଲା । ଏପରି ନିର୍ଯାତନା ଦୀର୍ଘଦିନ ସହିବା ପରେ ଆମେ ଦୁହେଁ ଘର ଛାଡିବାକୁ ବାଧ୍ୟ ହୋଇଛୁ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି । ଏ କଥା ଶୁଣିବା ପରେ ସ୍ଥାନୀୟ ଯୁବକମାନେ କୃଷ୍ଣଚନ୍ଦ୍ରଙ୍କ ବୋହୂ ଓ ପୁଅଙ୍କ ସହ ଯୋଗାଯୋଗ କରିଥିଲେ । ଆଶା ଥିଲା ବୋହୂ ପୁଅ ରାହାମାରେ ପହଞ୍ଚତ୍ କୃଷ୍ଣଚନ୍ଦ୍ର ଓ ମାଳତୀଙ୍କୁ ଘରକୁ ଫେରାଇ ନେବେ । ହେଲେ ଦୀର୍ଘ ସମୟ ଅପେକ୍ଷା କରାଯିବା ପରେ ମଧ୍ୟ ତାହା ହେଲାନାହିଁ । ଏପରି କି ସ୍ଥାନୀୟ ଯୁବକମାନେ ବୋହୂ ପୁଅଙ୍କୁ ବହୁ ସମୟ ବୁଝାଶୁଝା କରିବା ପରେ ବି ସେମାନେ ମା’ବାପାଙ୍କୁ ଘରକୁ ଫେରାଇ ନେବାକୁ ଆନ୍ତରିକତା ଦେଖାଇ ନ ଥିଲେ। ଶେଷରେ ଏ ସଂକ୍ରାନ୍ତରେ ବ୍ୟାସ ଫାଉଣ୍ଡେଶନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କ ସହିତ ସମ୍ପୃକ୍ତ ଯୁବକମାନେ ଯୋଗାଯୋଗ କରିଥିଲେ । ଖବର ପାଇ ସ୍ନେହମୟୀଙ୍କ ସହିତ ଅନୁଷ୍ଠାନର ସଭାପତି ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା, ଉପସଭାପତି ରଶ୍ମିତା ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ବୃଦ୍ଧ ଦମ୍ପତିଙ୍କୁ ତିର୍ତ୍ତୋଲ ଥାନାରେ ଉପସ୍ଥିତ କରାଇଥିଲେ । ଏହପରେ କୃଷ୍ଣଚନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସେମାନଙ୍କୁ ଜରାଶ୍ରମକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ମଧ୍ୟ ସେଠାରେ ପହଞ୍ଚତ୍ ବୃଦ୍ଧ ଦମ୍ପତିଙ୍କୁ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ସେ ଏ ସଂକ୍ରାନ୍ତରେ କୁଜଙ୍ଗ ଥାନାଧିକାରୀଙ୍କୁ ଜଣାଇବା ପରେ ବୃଦ୍ଧ ଦମ୍ପତିଙ୍କୁ ସନ୍ତୋଷୀ ଜରାଶ୍ରମରେ ରଖାଯାଇଛି । ଏବେ କୃଷ୍ଣଚନ୍ଦ୍ର ଓ ମାଳତୀଙ୍କ ପାଇଁ ଜରାଶ୍ରମ ନୂଆ ଠିକଣା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?