ହତାଦର କଲେ ଦୁଇ ପୁଅବୋହୂ: ଶେଷରେ ଜରାଶ୍ରମ ସାଜିଲା ନୂଆ ଠିକଣା…

ରାହାମା,୧୭ା୩(ଡି.ଏନ.ଏ.): ବାର୍ଦ୍ଧକ୍ୟ ଆସିଲେ ବୋହୂ ପୁଅଙ୍କ ସାହାରା ଲୋଡ଼ା ପଡ଼େ। ନାତି, ନାତୁଣୀଙ୍କ କୋଳାହଳ ଭିତରେ ସମୟ କାଟିବାକୁ ଇଚ୍ଛା ହୁଏ। ପାଟିକୁ ରୁଚୁ ନ ଥିଲେ ବି ବୋହୂ ହାତ ପରଷାରେ ମନ ପୂରିଯାଏ। ସେଥିପାଇଁ ମା’ବାପା ପୁଅଟିଏ ପାଇଁ କେତେ ଦିଅଁଦେବତାଙ୍କୁ ଡାକନ୍ତି । କେଉଁଠି ମାନସିକ ରଖିନ୍ତି ତ ଆଉ କେଉଁଠି ପୂଜାର୍ଚ୍ଚନା କରନ୍ତି । ପୁଅର ପାରିବାପଣିଆ ଦେଖିଲେ ମା’ବାପା ପୁଅ ମନଲାଖି କନ୍ୟା ଖୋଜି ବସନ୍ତି । ଘରକୁ ବୋହୂ ଆସେ । ହେଲେ ତା’ପରେ ଯଦି ସବୁ ଓଲଟପାଲଟ ହୋଇଯାଏ ଭାଗ୍ୟକୁ ନିନ୍ଦନ୍ତି ବୃଦ୍ଧ ଦମ୍ପତି। ଏମିତି ଏକ ଘଟଣା ଏବେ ଜଗତ୍‌ସିଂହପୁର ଜିଲା ଏରସମା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ନୁହେଁ, ଦୁଇ ପୁଅ ବୋହୂଙ୍କ ହତାଦର ଓ ନିର୍ଯାତନା ସହି ନ ପାରି ବୃଦ୍ଧ ମା’ବାପା ଘରଛାଡି ଜରାଶ୍ରମରେ ଆଶ୍ରୟ ନେବା ଘଟଣା ଏଠାରେ ଆଲୋଚ୍ୟ ବିଷୟ ହୋଇଛି।

ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅଧୀନ ଗୋଡ଼ା ଘୋଷାଘର ଗ୍ରାମର କୃଷ୍ଣଚନ୍ଦ୍ର ପାତ୍ର(୭୮) ଓ ତାଙ୍କ ସ୍ତ୍ରୀ ମାଳତୀ(୭୪) ଗତ ୭ ଦିନ ହେବ ନିଜ ଘର ଛାଡିବାକୁ ବାଧ୍ୟ ହୋଇଥିଲେ। ସେମାନେ ବିଭିନ୍ନ ସ୍ଥାନରେ ଆଶ୍ରୟ ନେବା ପରେ ବୁଧବାର ରାହାମାରେ ପହଞ୍ଚତ୍ ଥିଲେ। ସ୍ଥାନୀୟ ରାମଚରିତ ମାନସ ପ୍ରାଙ୍ଗଣରେ ସେମାନେ ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ସ୍ଥାନୀୟ ଯୁବକମାନେ ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏହାପରେ କୃଷ୍ଣଚନ୍ଦ୍ର ଓ ମାଳତୀ ନିଜ ଦୁଃଖ ଓ ବୋହୂ ପୁଅଙ୍କ ନିର୍ଯାତନା କଥା କହିଥିଲେ। ଏହି ଦମ୍ପତିଙ୍କ ୨ ପୁଅ । ଦୁହେଁ ବିବାହ କରିବା ପରେ ୨ ବୋହୂ ଘରକୁ ଆସିଥିଲେ। ହସଖୁସିରେ ଘର ପୂରିଉଠିଥିଲା। ହେଲେ ସେହି ଖୁସି ବେଶିଦିନ ରହିଲା ନାହିଁ। ବୋହୂ, ପୁଅ ସେମାନଙ୍କ ବାର୍ଦ୍ଧକ୍ୟର ଫାଇଦା ଉଠାଇବାକୁ ଚେଷ୍ଟା କଲେ। ଛୋଟ ଛୋଟ କଥାରେ ସେମାନେ ମା’ବାପାଙ୍କୁ ଗାଳିଗୁଲଜ କରିବା ସହିତ ନିର୍ଯାତନା ଦେବାକୁ ପଛାଉ ନ ଥିଲେ। ରୋଗ ସମୟରେ ସେମାନଙ୍କ ଯତ୍ନ କଥା ବୋହୂ ପୁଅ ଭୁଲିଯାଉଥିଲେ । ଏପରି କି ଠିକ୍‌ ସମୟରେ ମୁଠାଏ ଖାଇବାକୁ ସେମାନଙ୍କୁ ମିଳୁ ନ ଥିଲା । ଥରେ ମୁହଁ ଖୋଲିଲେ ବହୁ କଥା ଶୁଣିବାକୁ ପଡୁଥିଲା । ଏପରି ନିର୍ଯାତନା ଦୀର୍ଘଦିନ ସହିବା ପରେ ଆମେ ଦୁହେଁ ଘର ଛାଡିବାକୁ ବାଧ୍ୟ ହୋଇଛୁ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି । ଏ କଥା ଶୁଣିବା ପରେ ସ୍ଥାନୀୟ ଯୁବକମାନେ କୃଷ୍ଣଚନ୍ଦ୍ରଙ୍କ ବୋହୂ ଓ ପୁଅଙ୍କ ସହ ଯୋଗାଯୋଗ କରିଥିଲେ । ଆଶା ଥିଲା ବୋହୂ ପୁଅ ରାହାମାରେ ପହଞ୍ଚତ୍ କୃଷ୍ଣଚନ୍ଦ୍ର ଓ ମାଳତୀଙ୍କୁ ଘରକୁ ଫେରାଇ ନେବେ । ହେଲେ ଦୀର୍ଘ ସମୟ ଅପେକ୍ଷା କରାଯିବା ପରେ ମଧ୍ୟ ତାହା ହେଲାନାହିଁ । ଏପରି କି ସ୍ଥାନୀୟ ଯୁବକମାନେ ବୋହୂ ପୁଅଙ୍କୁ ବହୁ ସମୟ ବୁଝାଶୁଝା କରିବା ପରେ ବି ସେମାନେ ମା’ବାପାଙ୍କୁ ଘରକୁ ଫେରାଇ ନେବାକୁ ଆନ୍ତରିକତା ଦେଖାଇ ନ ଥିଲେ। ଶେଷରେ ଏ ସଂକ୍ରାନ୍ତରେ ବ୍ୟାସ ଫାଉଣ୍ଡେଶନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କ ସହିତ ସମ୍ପୃକ୍ତ ଯୁବକମାନେ ଯୋଗାଯୋଗ କରିଥିଲେ । ଖବର ପାଇ ସ୍ନେହମୟୀଙ୍କ ସହିତ ଅନୁଷ୍ଠାନର ସଭାପତି ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା, ଉପସଭାପତି ରଶ୍ମିତା ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ବୃଦ୍ଧ ଦମ୍ପତିଙ୍କୁ ତିର୍ତ୍ତୋଲ ଥାନାରେ ଉପସ୍ଥିତ କରାଇଥିଲେ । ଏହପରେ କୃଷ୍ଣଚନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସେମାନଙ୍କୁ ଜରାଶ୍ରମକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ମଧ୍ୟ ସେଠାରେ ପହଞ୍ଚତ୍ ବୃଦ୍ଧ ଦମ୍ପତିଙ୍କୁ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ସେ ଏ ସଂକ୍ରାନ୍ତରେ କୁଜଙ୍ଗ ଥାନାଧିକାରୀଙ୍କୁ ଜଣାଇବା ପରେ ବୃଦ୍ଧ ଦମ୍ପତିଙ୍କୁ ସନ୍ତୋଷୀ ଜରାଶ୍ରମରେ ରଖାଯାଇଛି । ଏବେ କୃଷ୍ଣଚନ୍ଦ୍ର ଓ ମାଳତୀଙ୍କ ପାଇଁ ଜରାଶ୍ରମ ନୂଆ ଠିକଣା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri