ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା ଆଲୋଚନାର ବିଷୟ। ଯଦି ଭୋଟଦାତା ୧୮ ବର୍ଷ ଭିତରେ ଉପଯୁକ୍ତ ସ୍କୁଲ ଶିକ୍ଷା ପାଇ ନଥାଏ, ତେବେ ସେ ଉତ୍ତମ ଲୋକ ପ୍ରତିନିଧିଙ୍କୁ ବାଛିବାରେ ତ୍ରୁଟି କରିବା ସ୍ବାଭାବିକ। ନୋଟ୍‌ ବଣ୍ଟା ଓ ଭୋଟବ୍ୟାଙ୍କ ରାଜନୀତି ଭିତରେ ସେ ବାଟବଣା ହୋଇ ପ୍ରକୃତ ପ୍ରାର୍ଥୀଙ୍କୁ ଭୋଟ ଦେଇପାରେ ନାହିଁ। କେତେକ ରାଜନୈତିକ ନେତାଙ୍କ ନାରାବାଜି, ଭାଷଣବାଜି ଓ ମିଥ୍ୟା ପ୍ରଲୋଭନ ଏହି ଅଶିକ୍ଷିତ ଲୋକଟିକୁ ଅଯୋଗ୍ୟ ବ୍ୟକ୍ତିକୁ ଭୋଟ ଦେବାପାଇଁ ପ୍ରଭାବିତ କରିଥାଏ। ଅନ୍ୟପକ୍ଷରେ ପ୍ରକୃତ ସ୍କୁଲ ଶିକ୍ଷା ପାଇଥିବା ଯୁବପିଢ଼ି ଭୋଟ ବ୍ୟାଙ୍କ, ଜାତି ଓ ଭାଷା ରାଜନୀତି ଦ୍ୱାରା ପ୍ରଭାବିତ ହୋଇନଥାନ୍ତି। ଯଦି ଓଡ଼ିଶାର ଶିକ୍ଷିତସମାଜ ନିଜ ପରିବାରର ସୁଖ ଶାନ୍ତି, ସୁରକ୍ଷା ଓ ସମୃଦ୍ଧି ଚାହାନ୍ତି; ତେବେ ସେମାନେ ନିଜର ସ୍ବାର୍ଥପର ଜୀବନରୁ ବାହାରି ସମାଜରେ ଭୋଟର ତିଆରି କରିବା ପାଇଁ ଚେଷ୍ଟା କରିବା ଦରକାର। ଏହି କାମରେ ସମସ୍ତେ ସାମିଲ ହେବା ଉଚିତ। ଆଜି ଓଡ଼ିଶାରେ ସୁରକ୍ଷା, ବିକାଶ, ଉତ୍ତମ ସାମାଜିକ, ସାଂସ୍କୃତିକ ଓ ପ୍ରାକୃତିକ ପରିବେଶ ପାଇଁ ଭୋଟର ତିଆରି କରିବାର ସମୟ ଆସିଛି।
ଏକ ସୁସ୍ଥ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି ପାଇଁ ଉତ୍ତମ ସ୍କୁଲ ଶିକ୍ଷାର ଆବଶ୍ୟକତା ଅଛି। ଓଡ଼ିଶାର ଶିକ୍ଷିତସମାଜ ନିଜ ନିଜ ଅଞ୍ଚଳରେ ଯେପରି କୌଣସି ପିଲା ଉତ୍ତମ ସ୍କୁଲ ଶିକ୍ଷାରୁ ବଞ୍ଚିତ ନ ହୁଏ, ସେଥିପାଇଁ ଧ୍ୟାନ ଦେବା ଉଚିତ। ଉତ୍ତମ ସ୍କୁଲ ଶିକ୍ଷା ଭଲ ଭୋଟର ସୃଷ୍ଟି କରିଥାଏ ଓ ଭଲ ଭୋଟର ଉତ୍ତମ ଲୋକ ପ୍ରତିନିଧି ବାଛିଥାନ୍ତି। ଫଳରେ ରାଜ୍ୟର ସାମୂହିକ ବିକାଶ ହୋଇ ଯୁବପିଢ଼ିଙ୍କୁ ରାଜ୍ୟରେ ରହିବାକୁ ଉତ୍ସାହିତ କରିଥାଏ। ଏଥିରେ ପାରିବାରିକ ସୁଖଶାନ୍ତି ଫେରିଆସେ।
ଏବେ ଯୁବପିଢ଼ି କାମ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ଫଳରେ ଆଉ କିଛି ଦିନ ଭିତରେ ଓଡ଼ିଶାରେ କେବଳ ବୃଦ୍ଧ ଓ ଅସହାୟ ବ୍ୟକ୍ତି ଦେଖାଯିବେ। ଧନ ସଞ୍ଚୟ କରିଥିବା ଲୋକମାନେ ଭାବନ୍ତି ସେମାନେ ଦେଶରେ ଥିବା ନିଜ ପିଲାଙ୍କ ପାଖକୁ ଯାଇ ସୁଖରେ ରହିବେ କିମ୍ବା ସ୍ବାବଲମ୍ବୀ ହୋଇ ଆରାମରେ ରହିବେ I ଅନେକ ଜାଗାରେ ଏହା ସମ୍ଭବ ହୁଏ ନାହିଁ। ବାର୍ଦ୍ଧକ୍ୟର ଅସହାୟତା ଶୂନ୍ୟତା ଭିତରକୁ ଟାଣିନିଏ। ଏହି ବ୍ୟାଧିର ଗୋଟିଏ ସମାଧାନ ହେଲା ରାଜ୍ୟରେ ଉତ୍ତମ ଭୋଟର ତିଆରି କରି ଉପଯୁକ୍ତ ଲୋକ ପ୍ରତିନିଧିଙ୍କୁ ବାଛିବା। ରାଜ୍ୟରେ ସାମାଜିକ, ସାଂସ୍କୃତିକ ଆର୍ଥିକ ପରିବେଶରେ ଗୁଣାତ୍ମକ ପରିବର୍ତ୍ତନ ହେଲେ ଏହା ଓଡ଼ିଶାବାସୀଙ୍କୁ ସୁଖଶାନ୍ତିରେ ନିଜ ପିଲାମାନଙ୍କ ସାଙ୍ଗରେ ରହିବାକୁ ସୁଯୋଗ ସୃଷ୍ଟି କରିବ। ଯଦି ଉପଯୁକ୍ତ ଲୋକ ପ୍ରତିନିଧି ନ ଆସିବେ, ତେବେ ରାଜ୍ୟରେ ବିଶୃଙ୍ଖଳା, ଆପରାଧିକ ସଂଖ୍ୟା ବୃଦ୍ଧି ଘଟିବ। ଏହାସହ ସାମାଜିକ, ସାଂସ୍କୃତିକ, ଧାର୍ମିକ, ଆର୍ଥିକ ଓ ପ୍ରାକୃତିକ ପରିବେଶରେ ଅବନତି ଦେଖାଦେବ। ନିକଟରେ ସୁପ୍ରିମକୋର୍ଟରେ ଉପସ୍ଥାପନ ହୋଇଥିବା ଏକ ସାମ୍ପ୍ରତିକ ସ୍ଥିତି ରିପୋର୍ଟ ଅନୁସାରେ ଭାରତରେ ୩୨୬ ଲୋକ ସଭା ସଦସ୍ୟ ଓ ୧୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ଅଛି। ଏଥିପାଇଁ କୌଣସି ଦଳର ନେତା ଦାୟୀ ନୁହନ୍ତି। ଏକ ଲୋଭୀ, ସ୍ବାର୍ଥପର ଓ ସୁବିଧାବାଦୀ ସମାଜ ହିଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ I ଉପଯୁକ୍ତ ଭୋଟର ତିଆରି ହେଲେ ଏହି ସମସ୍ୟାର ସମାଧାନ ହୋଇପାରିବ।
ଫ୍ରୀବି ବା ମାଗଣା ବଣ୍ଟନ ସଂସ୍କୃତି ଏବେ ଦୁଃସାଧ୍ୟ ରୋଗ ପରି ଯୁବପିଢ଼ିଙ୍କୁ ଗଁାଗୁଡ଼ିକରେ ଆଳସ୍ୟ ପରାୟଣ କରିଦେଇଛି। ଏହା ଗଣତନ୍ତ୍ର ପାଇଁ ବାଧା ସୃଷ୍ଟି କରିଛି I ମାଗଣା ଚାଉଳ, ଗହମ ଓ ବିନା କାମରେ ସରକାରଙ୍କଠାରୁ ଟଙ୍କା ପାଇ ଲୋକମାନେ ଶ୍ରମ କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ମଦ ଦୋକାନଗୁଡ଼ିକ ଛତୁ ଫୁଟିଲା ପରି ହେଲାଣି ଓ ଏହା ଯୁବପିଢ଼ିଙ୍କ ମାନସିକ ଅବନତିର କାରଣ ପାଲଟୁଛି। ଏହି ଫ୍ରୀବି ସଂସ୍କୃତିର ଅବସାନ କେବେ ହେବ କହିବା କଷ୍ଟକର। ସୁପ୍ରିମକୋର୍ଟ ଫ୍ରୀବି ସଂସ୍କୃତି ଉପରେ ଚିନ୍ତା ବ୍ୟକ୍ତ କରି କହିଛନ୍ତି, ଏହା ଦେଶର ଆର୍ଥିକ ପ୍ରଗତି ଉପରେ କୁପ୍ରଭାବ ପକାଇବ। କମ୍ପ୍ଟୋଲର ଓ ଅଡିଟର ଜେନେରାଲ (ସିଏଜି) ନିଜ ରିପୋର୍ଟରେ ସରକାରଙ୍କ ଯୋଜନାଗୁଡ଼ିକ କିପରି ନିଅଣ୍ଟକୁ ଲୁଚାଇବା ପାଇଁ ବଜେଟ ବାହାରୁ ଋଣ କରାଯାଇ ଖର୍ଚ୍ଚ କରାଯାଉଛି ଏହା ଅନେକ ଥର ଦର୍ଶାଇଛନ୍ତି। ଏହା ସାଧାରଣ ଲୋକଙ୍କ ଉପରେ ଋଣ ଭାର ବଢ଼ାଇ ଦେଇଛି। ସଚ୍ଚୋଟ, ଦକ୍ଷ ଓ ନିରାଡ଼ମ୍ବର ଜୀବନଯାପନ କରୁଥିବା ଜନସେବକମାନେ ହିଁ ଓଡ଼ିଶାର ଉନ୍ନତ କର୍ମ ସଂସ୍କୃତି ଫେରାଇ ଆଣିବେ।
ରାଜ୍ୟରେ ଥିବା ସମସ୍ତ ଖବରକାଗଜ ଓ ଟିଭି ଚ୍ୟାନେଲଗୁଡ଼ିକ ସାମ୍ବାଦିକତାରେ ୫ ଡବ୍ଲ୍ୟୁଏସ୍‌ର ବ୍ୟବହାର କରି ଖବର ପ୍ରସ୍ତୁତ କଲେ ଏହା ସମାଜରେ ଉତ୍ତମ ଭୋଟରଙ୍କୁ ଉତ୍ତମ ନେତା ବାଛିବାରେ ସହାୟକ ହେବ। ଗଣତନ୍ତ୍ର ନିଜର ଅସ୍ତିତ୍ୱକୁ ଫେରିପାଇବ। ଏବେ ସୋସିଆଲ ମିଡିଆର ପ୍ରଭାବ ସମାଜ ଉପରେ ପଡ଼ୁଛି। ସୋସିଆଲ ମିଡିଆର କୁପ୍ରଭାବକୁ ରୋକିବା ପାଇଁ ଗଣମାଧ୍ୟମ ତତ୍ପର ହେବା ଦରକାର।
ସମାଜର ପ୍ରତିଷ୍ଠିତ ଗୁଣୀ ଓ ଜ୍ଞାନୀମାନେ ସଭା ସମିତିରେ ବେଶୀ ସମୟ ନଷ୍ଟ ନ କରି ନିଜ ସାହିବସ୍ତିର ଲୋକଙ୍କୁ ଉତ୍ତମ ଭୋଟରରେ ପରିଣତ କରିବା ଉଚିତ। କେବଳ ଉପଦେଶ ଦେଇ ଘର ଭିତରେ ଆରାମ କରିବା ନିଜ ଗୋଡ଼ରେ କୁରାଢ଼ି ମାରିଲା ପରି ହେବ I ଲୋକଙ୍କ ସାଙ୍ଗରେ ରହି ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେଲେ ଏହା ସେମାନଙ୍କ ଭିତରେ ନେତୃତ୍ୱ ଓ ନୂତନ ଆଶା ସୃଷ୍ଟି କରିବ I ଏହା ସହ ଶିକ୍ଷିତ ଯୁବପିଢ଼ି, ଗୁଣୀ ଲୋକମାନେ ରାଜନୀତିକୁ ଆସିବାର ସମୟ ଆସିଛି I ରାଜନୀତିରେ ଯୁବକ ଓ ବୁଢ଼ା ସମସ୍ତଙ୍କର ପ୍ରୟୋଜନ ଅଛି। ମହାଭାରତରେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ ଓ କୃପାଚାର୍ଯ୍ୟ ବାର୍ଦ୍ଧକ୍ୟ ସତ୍ତ୍ୱେ ଯୁବପିଢ଼ିଙ୍କୁ ସମସ୍ତ କାର୍ଯ୍ୟରେ ପଛରେ ପକାଇ ଦେଇଥିଲେ। ଗଣତନ୍ତ୍ର ସୁରକ୍ଷିତ ରହିଲେ ସମାଜ, ସଂସ୍କୃତି, ପରିବାର ଓ ଆର୍ଥିକ ବ୍ୟବସ୍ଥା ସୁରକ୍ଷିତ ରହିବ।

ସୁଧାଂଶୁ ରଞ୍ଜାନ ଦାଶ
ମୋ: ୭୭୦୨୩୮୩୮୮୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?