Posted inଖେଳ

ଚତୁର୍ଥ ଟେଷ୍ଟରେ ଭାରତକୁ ନିୟନ୍ତ୍ରଣ ଆଣି ଦେଲା ପନ୍ତ-ସୁନ୍ଦରଙ୍କ ଭାଗୀଦାରିତା

ଅହମ୍ମଦାବାଦ,୫।୩ : ରିଷଭ ପନ୍ତ ଓ ଓ୍ବାଶିଂଟନ ସୁନ୍ଦରଙ୍କ ଭାଗୀଦାରିତା ଭାରତ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହୋଇଛି। ଇଂଲଣ୍ଡ ବିପକ୍ଷରେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ଟିମ୍‌ ଇଣ୍ଡିଆର ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ ରନ୍‌ କରିଥିବାବେଳେ ଭାରତ ଅସମାପ୍ତ ଇନିଂସ ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରି କି ୧୪୬ ରନ୍‌ରେ ପ୍ରମୁଖ ୬ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଟିମ୍‌ ଇଣ୍ଡିଆ। ଏହାପରେ ପନ୍ତ ଓ ସୁନ୍ଦର ୭ମ ଉଇକେଟ ପାଇଁ ୧୧୩ ରନ୍‌ ଯୋଡ଼ିବା ସହ ଦଳକୁ ଆଣି ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ। ପୂରା ଇନିଂସରେ ବିସ୍ଫୋରକ ବ୍ୟାଟିଂ କରିଥିବା ପନ୍ତ ଛକା ମାରି ପୂରଣ କରିଥିଲେ କ୍ୟାରିୟରର ୩ୟ ଶତକ। ତାଙ୍କ ୧୦୧ ରନ୍‌ର ଇନିଂସରେ ସାମିଲ ଥିଲା ୧୩ ଚୌକା ଓ ୨ ଛକା।

 ସେ ଆଉଟ୍‌ ହେବା ପରେ ସୁନ୍ଦର ଓ ଅକ୍ଷର ପଟେଲ ଭ୍ରମଣକାରୀ ବୋଲରଙ୍କୁ ଆଉ ଉଇକେଟ ନେବାକୁ ଦେଇ ନ ଥିଲେ ସୁଯୋଗ। ଫଳରେ ଦ୍ୱିତୀୟ ଦିନ ଷ୍ଟମ୍ପ ଅସପାରଣ ସୁଦ୍ଧା ଟିମ୍‌ ଇଣ୍ଡିଆ ୭ ଉଇକେଟ ହରାଇ ୨୯୪ ରନ୍‌ କରିଛି। ଭାରତ ପାଖରେ ଆଉ ୩ ଉଇକେଟ ଥିବାବେଳେ ୮୯ ରନ୍‌ର ଅଗ୍ରଣୀ ହାସଲ କରିଛି। ସୁନ୍ଦର ୬୦ (୮ ଚୌକା) ଓ ଅକ୍ଷର ୧୧ ରନ୍‌ କରି ଅପରାଜିତ ଅଛନ୍ତି। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ୩ ଉଇକେଟ ନେଇଥିବାବେଳେ ବେନ ଷ୍ଟୋକ୍ସ ଓ ଜ୍ୟାକ ଲିଚ୍‌ ୨ ଲେଖାଏ ଉଇକେଟ ହାତେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆନ ଓପନ୍‌ : ଚତୁର୍ଥ ରାଉଣ୍ଡରେ ଜୋକୋଭିଚ୍‌, ଜେଭେରେଭ, ଥିମ୍‌

ମେଲବୋର୍ନ,୧୩।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଶୁକ୍ରବାର ପଞ୍ଚମ ଦିବସରେ ପ୍ରବେଶ କରିଛି। ଉଭୟ ପୁରୁଷ ଓ ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ...

ଗୋଟିଏ କିଡ୍‌ନୀରେ ସଫଳତା ହାସଲ କରିଥିଲେ ଅଞ୍ଜୁ

କୋଚି, ୭ା୧୨ (ପି.ଟି.)-ଅଲିମ୍ପିଆନ ଅଞ୍ଜୁ ବବି ଜର୍ଜ ଏକ ଟୁଇଟ୍‌ରେ ତାଙ୍କର ଏକ ବ୍ୟକ୍ତିଗତ ଗୋପନ କଥା ସାଧାରଣରେ ପ୍ରକାଶ କରିଛନ୍ତି। ୨୦୦୩ରେ ପ୍ୟାରିସ୍‌ରେ ବିଶ୍ୱ...

ରିଦ୍ଧିମାନଙ୍କ ଅର୍ଦ୍ଧଶତକ: ମ୍ୟାଚ ଡ୍ର

ସିଡ୍‌ନୀ, ୯।୧୨(ପି.ଟି.)- ଭାରତ ‘ଏ’ ଓ ଅଷ୍ଟ୍ରେଲିଆ ‘ଏ’ ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଓ୍ବାର୍ମଅପ୍‌ କ୍ରିକେଟ ମ୍ୟାଚ ଡ୍ର ରହିଛି। ଦ୍ୱିତୀୟ ଇନିଂସରେ ଭାରତୀୟ...

ଜନ୍ତର ମନ୍ତରେ ଟିକେଟ ବଣ୍ଟା ଯାଉନି ଯାହାକୁ ନେଇ ରାଜନୀତି ହେବ: ରାକେଶ ଟିକାଏତ

ନୂଆଦିଲ୍ଲୀ,୭।୫: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ରେସଲର ପ୍ରୋଟେଷ୍ଟ ଜାରି ରହିଛି। ଦେଶର ଏହି ମହିଳା ଖେଳାଳିଙ୍କ ସମର୍ଥନରେ ଧିରେ ଧିରେ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି।...

କଳ୍ପନାଙ୍କ ମରଶରୀର ଉଦ୍ଧାର କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, ୨୫ା୫(ସ୍ପୋଟର୍‌ସ ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ମାଉଣ୍ଟ ଏଭରେଷ୍ଟରେ ମୃତ୍ୟୁବରଣ କରିଥିବା ପର୍ବତାରୋହୀ କଳ୍ପନା...

ନିୟମ କୋହଳ କଲା ଫିଫା

ଜୁରିଚ୍‌, ୭ା୨(ଏପି)-ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ଏହାର ନିୟମରେ କୋହଳ କରିଛି। କରୋନା ମହାମାରୀ ସମୟରେ ଜାତୀୟ ଦଳ ତରଫରୁ ଖେଳିବା ଲାଗି କ୍ଲବଗୁଡ଼ିକ...

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ: ବର୍ଷା ବାଧକ, ୪୬.୧ ଓଭରରେ ନ୍ୟୁଜିଲାଣ୍ଡ କରିଛି ୨୧୧ ରନ; ଆଜି ଖେଳାଯିବ ମ୍ୟାଚର ଅବଶିିଷ୍ଟାଂଶ

ମାଞ୍ଚେଷ୍ଟର, ୧୦।୭ (ପି.ଟି.)- ଏଠାରେ ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳଯାଉଥିବା ବେଳେ ବର୍ଷା ବାଧା...

ସକାଳୁ ମିଳିଲା ଡବଲ ଉଇକେଟ୍‌, ତଥାପି ଲଢ଼ୁଛି ଇଂଲଣ୍ଡ

ଲଣ୍ଡନ,୩।୯: ସ୍ଥାନୀୟ କେନ୍ନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୪ର୍ଥ ଟେଷ୍ଟରେ ଦ୍ୱିତୀୟ ଦିନ ଲଞ୍ଚ ସୁଦ୍ଧା ମ୍ୟାଚ୍‌ ବରାବର ସ୍ଥିତିରେ ରହିଛି। ପୂର୍ବଦିନର ଅସମାପ୍ତ ପ୍ରଥମ...

Advertisement
Archives

Model This Week