Posted inଜାତୀୟ

ଜଣେ ଯାତ୍ରୀ ଏମିତି କ’ଣ କହିଲେ ବାତିଲ ହୋଇଗଲା ଉଡ଼ାଣ

ନୂଆଦିଲ୍ଲୀ,୫।୩: ଶୁକ୍ରବାର ଇଣ୍ଡିଗୋ ବିମାନ ୬ଇ-୨୮୬ ଦିଲ୍ଲୀରୁ ଯାତ୍ରୀଙ୍କୁ ଧରି ପୁଣେ ଅଭିମୁଖେ ବାହାରିଥିଲା। ଠିକ୍‌ ବିମାନ ଉଡାଣ ବେଳେ ଯାତ୍ରୀ ଜଣକ କୋଭିଡ୍‌-୧୯ ପଜିଟିଭ ଥିବା ଘୋଷଣା କରି କର୍ମଚାରୀଙ୍କୁ ରିପୋର୍ଟ ଦେଖାଇଥିଲେ। ଏନେଇ ବିମାନରେ କିଛି ସମୟ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପାଇଲଟ କଣ୍ଟ୍ରୋଲ ରୁମ୍‌କୁ ଘଟଣା ସଂକ୍ରାନ୍ତରେ ଜଣାଇବା ସହ ବିମାନ ଉଡାଣକୁ କିଛି ସମୟ ସ୍ଥଗିତ କରିବାକୁ ଜଣାଇଥିଲେ। ଏପରିକି ବିମାନଙ୍କୁ ପାର୍କିଂ ସ୍ଥଳକୁ ନେଇଥିଲେ। ପରେ ଯାତ୍ରୀ ଜଣଙ୍କୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ବିମାନ ଉଡାଣ ପୂର୍ବରୁ ସିଟଗୁଡିକ ସାନିଟାଇଜ୍‌ କରାଯିବା ସହ ସିଟ୍‌ କଭର ବଦଳାଯାଇଥିଲା। ଯାତ୍ରୀମାନେ ବିମାନର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବା ପାଇଁ ଅପେକ୍ଷା କରିଥିଲେ। ସେମାନଙ୍କୁ ପିପିଏ କିଟ୍‌ ପିନ୍ଧିବା ପାଇଁ ଦିଆଯାଇଥିଲା। ଇଣ୍ଡିଗୋର ଏଭଳି ଉଦ୍ୟମକୁ ଯାତ୍ରୀମାନେ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାରେ ଭୁଶୁଡିଲା ଘର, ଚାଲିଗଲା ୯ ଜୀବନ

ଚେନ୍ନାଇ,୧୯।୧୧: ତାମିଲନାଡୁର ଭେଲୋର ଜିଲା ପେରନାମବେଟରେ ଶୁକ୍ରବାର ପ୍ରବଳ ବର୍ଷାରେ ଘର ଭାଙ୍ଗି ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୮ ଜଣ...

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ମୁହଁ ଖୋଲିଲେ ଜନାର୍ଦ୍ଦନ

ନୂଆଦିଲ୍ଲୀ,୯।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏହାକୁ ନେଇ ଲାଗି ରହିଥିବା ଆଶା ଆଶଙ୍କାକୁ ଦେଖି ବରିଷ୍ଠ କଂଗ୍ରେସ ନେତା...

କରୋନା ମହାମାରୀରେ ନଦୀରେ ମୃତଦେହ ଭାସୁଥିବା ବେଳେ ଯୋଗୀ ଦେଉଥିଲେ ବିଜ୍ଞାପନ: କେଜରିୱାଲ

ନୂଆଦିଲ୍ଲୀ,୮ ।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କରୋନା ମହାମାରୀର ଦ୍ୱିତୀୟ...

୫ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୨: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସା ୫ ଦିନିଆ ଭାରତ ଗସ୍ତରେ ଶୁକ୍ରବାର ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ...

ମୁମ୍ବାଇର ଜିଏସ୍‌ଟି ଭବନରେ ଅଗ୍ନିକାଣ୍ଡ

ମୁମ୍ବାଇ,୧୭।୨: ମୁମ୍ବାଇର ଜିଏସ୍‌ଟି ଭବନରେ ଅଗ୍ନିକାଣ୍ଡ। ବାୟକୁଲାର ମଝଗାଓଁସ୍ଥିତ ଜିଏସ୍‌ଟି ଭବନର ୮ମହଲାରେ ସୋମବାର ଦ୍ୱିପ୍ରହରରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀର ୮ଟି...

ଲଣ୍ଡନରେ ତ୍ରିରଙ୍ଗାର ଅପମାନ କଲେ ଖଲିସ୍ତାନୀ ସମର୍ଥକ

ନୂଆଦିଲ୍ଲୀ/ଲଣ୍ଡନ,୨୦ ।୩: ଭାରତରେ ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ବ୍ରିଟେନରେ ଭାରତୀୟ ହାଇକମିଶନଙ୍କ ଉପରେ ଆକ୍ରମଣ ହୋଇଥିବା ଖବର...

ପୂର୍ବତନ ଏନ୍‌ଏସ୍‌ଇ ମୁଖ୍ୟ ରବିନାରାୟଣ ଗିରଫ

ନୂଆଦିଲ୍ଲୀ,୭।୯: ମନିଲଣ୍ଡରିଂ ମାମଲାରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ତଥା ଏମ୍‌ଡି ରବି ନାରାୟଣଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି।...

୫୪ ଚାଇନା ଆପ୍‌ ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ,୧୪।୨: କେନ୍ଦ୍ର ସରକାର ଭାରତରେ ୫୪ଟି ଚାଇନା ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାସହ ୨୦୨୦ ମସିହାରୁ ମୋଟ ୨୭୦ଟି ଆପ ଉପରେ ନିଷେଧାଦେଶ ଲାଗିଛି।...

Advertisement
Archives

Model This Week