ପରିବା ଦର ବୃଦ୍ଧିର କାରଣ

ଓଡ଼ିଶା ୧୫.୫ ନିୟୁତ ହେକ୍ଟର କ୍ଷେତ୍ରଫଳ ଥିବା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ସମଗ୍ର ଦେଶରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୨୦୦ ମିଲିମିଟର ହେଉଥିବା ବେଳେ ଓଡ଼ିଶାରେ ୧୫୦୦ ମିଲିମିଟର ହୁଏ। ଦେଶରେ ୮ ପ୍ରକାର ମୃତ୍ତିକା ଥିବାବେଳେ ଓଡ଼ିଶାରେ ମଧ୍ୟ ଆଠ ପ୍ରକାର ମୃତ୍ତିକା ଅଛି। ଦେଶରେ ୧୫ ପ୍ରକାର କୃଷି ଜଳବାୟୁ କ୍ଷେତ୍ର ଥିବାବେଳେ ଆମ ପାଖରେ ଅଛି ୧୦ ପ୍ରକାର। ନାନାବିଧ ବିବିଧତା ବୋଧହୁଏ ଆମକୁ ଦେଶର ସବୁଠୁ ଅଧିକ ପ୍ରକାର ପନିପରିବା ଚାଷ କରିବା ପାଇଁ ସୁଯୋଗ ଦେଇଛି। ରାଜ୍ୟରେ ମଧ୍ୟ ଏସବୁର ଚାଷ କରାଯାଉଥିଲା କିଛି ବର୍ଷ ପୂର୍ବେ। ମାତ୍ର ଦୁଃଖର କଥା, ସବୁଠୁ ଅଧିକ ପ୍ରକାର ପନିପରିବା ହୋଇପାରୁଥିବା ରାଜ୍ୟରେ ପରିବାର ଆକାଶଛୁଆଁ ଦାମ ସହଜରେ ହଜମ ହେଉନାହିଁ। ଏହା କାହିଁକି ଘଟିଲା ଆମକୁ ବୈଜ୍ଞାନିକ ତର୍ଜମା କରିବାକୁ ହେବ।
ପନିପରିବା ଦରଦାମକୁ ନେଇ ରେକର୍ଡ ପରେ ରେକର୍ଡ କରିଚାଲିଛି ୨୦୨୩ । ଏ ବର୍ଷ ଅଦା କିଲୋ ପିଛା ୨୮୦ ଟଙ୍କାରେ ପହଞ୍ଚିଥିବା ବେଳେ ଟମାଟୋ ୧୪୦ ଟଙ୍କା, ବିନ୍‌ ୨୨୦ ଟଙ୍କାରେ ପହଞ୍ଚିଛି। ଏହା କାହିଁକି ଘଟିଛି ଆସନ୍ତୁ ତର୍ଜମା କରିବା। ଓଡ଼ିଶାର ଜନସଂଖ୍ୟା ୪.୮୦ କୋଟି। ଏତେସଂଖ୍ୟକ ଲୋକଙ୍କ ପାଇଁ ପ୍ରଚୁର ପନିପରିବା ଆବଶ୍ୟକ। ଓଡ଼ିଶାର ଚାଷୀ ଭାଇ ଭଉଣୀ ସାଧାରଣତଃ ଶୀତଦିନରେ ଅଧିକ ପନିପରିବା ଚାଷ କରନ୍ତି। ଅତ୍ୟଧିକ ଉତ୍ପାଦନ ହେତୁ ଓ ରପ୍ତାନି ଅଭାବରୁ ଚାଷୀଭାଇ ଅଭାବୀ ବିକ୍ରି ବା କମ୍‌ ଦାମରେ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି। ଯଦିଓ ବର୍ଷାଦିନେ କିମ୍ବା ଶୀତଦିନେ ପରିବା ଚାହିଦା ସମାନ ଥାଏ, ମାତ୍ର ଅଧିକାଂଶ ଚାଷୀ ବର୍ଷାଦିନେ ପରିବା ଚାଷ କରିବାକୁ ଆଗ୍ରହ ଦେଖାନ୍ତି ନାହିଁ। କାରଣ ଚାଷୀ ମାନେ ମଧ୍ୟମ ଖାଲୁଆ ଜମିରେ ପନିପରିବା ଚାଷ କରନ୍ତି, ଯାହାକି ମାତ୍ରାଧିକ ବର୍ଷା କିମ୍ବା ବନ୍ୟାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୁଏ। ଯେଉଁ ଢିପଜମି କିମ୍ବା ପାହାଡ଼ିଆ ଜମି ଅଛି ଯାହାକି ବର୍ଷାଦିନେ ପନିପରିବା ପାଇଁ ଉପଯୁକ୍ତ, ମାତ୍ର ଜଳସେଚନ ସୁବିଧା ନ ଥିବାରୁ କିମ୍ବା ଲୋକଙ୍କ ଆଗ୍ରହ ଅଭାବରୁ ସେ ସବୁ ଜମିରେ ପନିପରିବା ଚାଷ ହୋଇପାରୁନାହିଁ। ପୂର୍ବରୁ ଏପରି ନ ଥିଲା। ଯଦିଓ ଲୋକେ ବେଶି ରପ୍ତାନି କରୁ ନ ଥିଲେ, ମାତ୍ର ନିଜ ପରିବାର ଚଳିବା ମୁତାବକ ପନିପରିବା ନିଜ ବାଡ଼ିରେ ନିଶ୍ଚୟ ଉତ୍ପନ୍ନ କରୁଥିଲେ। ବର୍ଷାଦିନେ ଗ୍ରାମର ସମସ୍ତଙ୍କ ବାଡ଼ିରେ ଜହ୍ନି, ଭେଣ୍ଡି, ବାଇଗଣ, ପୋଇ, ଶାଗ ପ୍ରଭୃତି ଚାଷ କରାଯାଉଥିଲା। ଆଜି ଭଳି ଲୋକମାନଙ୍କର ନିଜେ ନ କରି ବଜାରରୁ କିଣି ଖାଇବା ମାନସିକତା ବିକଶିତ ହୋଇ ନ ଥିଲା। ସେତେବେଳେ ସରକାରଙ୍କ ପାଖରେ ପ୍ରଚୁର ପଇସା ମହଜୁଦ ନ ଥିଲା ମାଗଣା ଜିନିଷ ବାଣ୍ଟିବା ପାଇଁ। ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ସ୍ବଚ୍ଛଳ ନ ଥିଲା ସବୁ ଜିନିଷ ବଜାରରୁ କିଣି ଖାଇବା ପାଇଁ। ବାଡ଼ି ଘରୁ ସବୁ ପ୍ରକାର ପନିପରିବା, ଶାଗ ମୁଗ ମିଳୁଥିଲା। ଧନ୍ୟବାଦ ଦେବାକୁ ପଡ଼ିବ ପଡ଼ୋଶୀ ରାଜ୍ୟଗୁଡ଼ିକୁ, କାରଣ ସେମାନଙ୍କ କୃଷକ ପରିଶ୍ରମ କରି ଆଳୁ, ପିଆଜ, ରସୁଣ ଓ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ କରୁଛନ୍ତି ବୋଲି ଆମକୁ ଖାଇବାକୁ ମିଳୁଛି। ସେମାନେ ଯଦି ତାଙ୍କ ଆବଶ୍ୟକତା ମୁତାବକ ଉତ୍ପାଦନ କରି ବଳକା ଉତ୍ପାଦନ ନ କରନ୍ତେ, ତା’ ହେଲେ ଆମକୁ ବିଦେଶରୁ ଆମଦାନୀ କରି ଖାଇବାକୁ ପଡୁଥାନ୍ତା। ସେ ଯାହା ହେଉ ବର୍ତ୍ତମାନ ଆମ ରାଜ୍ୟର ଅଧିକାଂଶ ଲୋକ ନିଜ ନିଜର ଉତ୍ପାଦନ ନ କରି ଖାଲି ସରକାରଙ୍କୁ ଦୋଷ ଦେବାରେ ବ୍ୟସ୍ତ। ସେମାନେ ଭାବନ୍ତି ସରକାର ସବୁ କରିବା କଥା। ମାତ୍ର ଆମକୁ ଭାବିବା ଦରକାର ଯେ, ସରକାର ଆମକୁ ନେଇ ଗଠିତ। ସରକାର କ’ଣ ଯାଇ ସମସ୍ତଙ୍କ ବାଡ଼ି ବଗିଚାରେ ଚାଷ କରିବେ ? ଯେଉଁ ରାଜ୍ୟଗୁଡ଼ିକ ଆଳୁ, ପିଆଜ, ରସୁଣ, କଦଳୀ ପ୍ରଭୃତି ପ୍ରଚୁର ପରିମାଣରେ ଚାଷ କରି ଆମକୁ ରପ୍ତାନି କରୁଛନ୍ତି, ସେ ରାଜ୍ୟର ସରକାର ଯାଇ କ’ଣ ସମସ୍ତଙ୍କ ବାଡ଼ିବଗିଚାରେ ଚାଷ କରୁଛନ୍ତି? ବଡ଼ ଅଦ୍ଭୁତ ସ୍ଥିତି। ସେ ଯାହା ହେଉ, ଆସନ୍ତୁ ଜାଣିବା ପରିବା ଦାମ୍‌ ବଢ଼ିଲା କାହିଁକି?
ଆମ ରାଜ୍ୟ ଖରାଦିନିଆ ଓ ବର୍ଷା ଦିନିଆ ପନିପରିବା ଉତ୍ପାଦନରେ ଆବଶ୍ୟକତାଠୁ ବହୁ ପଛରେ ଅଛି। ଯେତେବେଳେ ବାହାର ରାଜ୍ୟରୁ ପନିପରିବା ଆସୁଛି ଆମର ଦର ଦାମ୍‌ ସ୍ଥିର ରହୁଛି। ଯେତେବେଳେ ବାହାର ରାଜ୍ୟରୁ ଆସିବା ବନ୍ଦ ହେଉଛି କୌଣସି କାରଣରୁ, ସେତେବେଳେ ଦରଦାମ୍‌ ଆକାଶଛୁଆଁ ହେଉଛି। ତେଣୁ ଉଭୟ ଖରା ଓ ବର୍ଷା ଋତୁରେ ପନିପରିବା ଚାଷ ପାଇଁ ଆମକୁ ସ୍ବତନ୍ତ୍ର ଯୋଜନା କରି କାର୍ଯ୍ୟ କରିବାକୁ ହେବ। ଖରାଦିନ ପାଇଁ ଜଳସେଚନ ବ୍ୟବସ୍ଥା ଏବଂ ବର୍ଷା ଦିନ ପାଇଁ ଢିପ ଓ ଉଚ୍ଚା ଜମିରେ ପନିପରିବା ଚାଷ ପାଇଁ ଜଳସେଚନ ଓ ବୈଜ୍ଞାନିକ ପଦ୍ଧତି ବ୍ୟବହାରର ଆବଶ୍ୟକତା ରହିଛି। ସମଗ୍ର ରାଜ୍ୟର କେଉଁ କେଉଁ ଅଞ୍ଚଳରେ ବର୍ଷାଦିନିଆ ପନିପରିବା ଚାଷ ହେବ ଓ ଅତ୍ୟଧିକ ବର୍ଷାରୁ କିମ୍ବା ମରୁଡ଼ିରୁ କିପରି ତାକୁ ରକ୍ଷା କରାଯାଇପାରିବ, ତା’ର ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ବାହାର ରାଜ୍ୟର ବେପାରୀ ଆମଠୁ ଅଦା କିଲୋ ପିଛା ୨୦ ଟଙ୍କାରେ କିଣି ଶୀତଳ ଭଣ୍ଡାରରେ ରଖି ୩-୪ ମାସ ପରେ ଆମ ବେପାରୀଙ୍କୁ ୨୦୦ -୨୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। ଆମ ବ୍ୟବସାୟୀ କାହିଁକି ସେ କାର୍ଯ୍ୟ ନ କରିବେ ? ଆମ ରାଜ୍ୟ ବ୍ୟବସାୟୀ ମଧ୍ୟ ଅନ୍ୟ ରାଜ୍ୟରୁ ଶସ୍ତାରେ ଜିନିଷ କିଣି ଗଚ୍ଛିତ କରି ପରବର୍ତ୍ତୀ ସମୟରେ ଅଧିକ ମୂଲ୍ୟରେ ବିକିପାରିବେ। ଅନ୍ୟ ରାଜ୍ୟରେ ଲୋକ ବ୍ୟକ୍ତିଗତ ସ୍ତରରେ ଶୀତଳଭଣ୍ଡାର ନିର୍ମାଣ କରି ତା’ର ଭରପୂର ଫାଇଦା ନେଉଥିବା ବେଳେ ଆମେ ଖାଲି ସରକାରଙ୍କୁ ଦୋଷ ଦେଇ ଚୁପ ରହିବା ଠିକ୍‌ କି ? ତେଣୁ ଆମ ଚାଷୀ ଭାଇମାନଙ୍କୁ ସଚେତନ ହେବାକୁ ହେବ। ଜନସାଧାରଣଙ୍କୁ କୋଢିଆ କଲାଭଳି ଯୋଜନା ବା ପଦକ୍ଷେପକୁ ବନ୍ଦ କରିବାକୁ ପଡ଼ିବ। ସର୍ବପ୍ରଥମେ ରାଜ୍ୟରେ ବିଭିନ୍ନ ଋତୁରେ କେଉଁ କେଉଁ ପରିବା କେତେ ପରିମାଣରେ ଆବଶ୍ୟକ ତା’ର ହିସାବ କରିବାକୁ ହେବ। ଆମେ କେତେ ଉତ୍ପାଦନ କରୁଛେ, ଆଉ କେତେ ବାହାର ରାଜ୍ୟରୁ ଆସୁଛି, ତା’ର ହିସାବ ଠିକ୍‌ ଭାବେ କରାଯିବା ଆବଶ୍ୟକ । ରବି ଋତୁରେ ଆମେ ପରିବା ଉତ୍ପାଦନରେ ଆଗୁଆ। ସେ ଋତୁରେ ରପ୍ତାନି ପାଇଁ ବ୍ୟବସ୍ଥା ଲୋଡା। ମାତ୍ର ଆମର ପ୍ରଶାସକଙ୍କୁ ରବି ଋତୁ ଛାଡି ଅନ୍ୟାନ୍ୟ ଋତୁରେ ଚାହିଦା ଅନୁସାରେ ରାଜ୍ୟର କେଉଁ କେଉଁ ଜିଲାରେ ସେ ସବୁ ଭଲ ଭାବରେ ଚାଷ ହୋଇପାରିବ, ତା’ର ଯୋଜନା ପ୍ରସ୍ତୁତ କରି କ୍ରିୟାନ୍ବୟନ କରିବାକୁ ପଡ଼ିବ। ସେଠାକାର ଚାଷୀଙ୍କୁ ସେ ସବୁ ଉତ୍ପାଦନ କରିବା ପାଇଁ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ସେ ସବୁର ଲାଭଜନକ ବିକ୍ରିବଟା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ବିକାଶ କରିବାକୁ ହେବ। ଆସନ୍ତୁ ସମସ୍ତେ ମିଶି ଅଣ-ରବିରୁତୁରେ ପନିପରିବା ଉତ୍ପାଦନରେ ଚାଷୀଭାଇଙ୍କୁ ସ୍ବାବଲମ୍ବୀ କରି ସେମାନଙ୍କ ଆୟ ବଢ଼ାଇବା।

– ପ୍ରମୋଦ କୁମାର ପଣ୍ଡା
ଶ୍ୟାମଚାନ୍ଦପାଟଣା, ଭଦ୍ରକ
ମୋ- ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?