ପୋଲିସ ଗୁମର ଖୋଲିଲେ ବ୍ୟବସାୟୀ

ବାଲେଶ୍ୱର,୨୧ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଚାନ୍ଦିପୁର ଥାନାର ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ ପ୍ରଦୀପ କୁମାର ମହାନ୍ତି ଜଣେ ମଦ ବ୍ୟବସାୟୀଙ୍କଠାରୁ ମାସିକିଆ ବଟି ନେଉଥିବା ବେଳେ ଗତ ୧୯ ତାରିଖରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏନେଇ ଭିଜିଲାନ୍ସ ମାମଲା (ନଂ. ୧୮।୨୩) ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ନରହରି ନାୟକ ସୂଚନା ଦେଇଥିଲେ। ଅନ୍ୟପଟରେ ପୋଲିସର ଅଧିକାରୀମାନେ ଟଙ୍କା ପାଇଁ ମାନସିକ ଚାପ ଦେବା ସହ ବାରମ୍ବାର ବାଧ୍ୟ କରୁଥିଲେ। ପୋଲିସ ଅଧିକାରୀଙ୍କ ମଧ୍ୟରେ ଡିଏସ୍‌ପି, ଆଇଆଇସି, ଏସ୍‌ଆଇ, ଏଏସ୍‌ଆଇ, ଆଇଆଇସିଙ୍କ ଡ୍ରାଇଭର ସାମିଲ ଥିବା ଶୁକ୍ରବାର ଅପରାହ୍ନରେ ଘରୋଇ ହୋଟେଲ ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ୟବସାୟୀ ନବ କୁମାର ରାୟ ପ୍ରକାଶ କରିଛନ୍ତି।
ବିଗତ ଦୁଇବର୍ଷ ଧରି ସରକାରଙ୍କ ନୀତି ନିୟମ ଅନୁସାରେ ସ୍ବୀକୃତିପ୍ରାପ୍ତ ମଦ ଦୋକାନ ନିଲାମ ମାଧ୍ୟମରେ ନେଇ ବଳରାମଗଡ଼ି ଓ ପାତ୍ରପଡ଼ାରେ କରିଆସୁଥିବା ବେଳେ ବିଭିନ୍ନ ଆଳ ଦେଖାଇ ସଦର ଏବଂ ଚାନ୍ଦିପୁର ଥାନାର ଅଧିକାରୀମାନେ ମାସିକିଆ ବଟି ସହ ବିଭିନ୍ନ ସମୟରେ ଦାମୀ ମଦ ମାଗୁଥିଲେ। ମଦ ଦୋକାନରେ କାର୍ଯ୍ୟରତ ଜଣେ ଯୁବକ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବାକୁ ନେଇ ପୋଲିସ ଆକ୍ରୋଶମୂଳକ ଉକ୍ତ ମାମଲାରେ ବ୍ୟବସାୟୀ ଶ୍ରୀ ରାୟଙ୍କୁ ସାମିଲ କରାଇ ଗିରଫ କରିଥିଲେ। ନିର୍ଦ୍ଦୋଷ ବୋଲି ପୋଲିସକୁ ସମସ୍ତ ପ୍ରମାଣ ଦେବା ପରେ ମଧ୍ୟ କୌଣସି କଥାକୁ ଗ୍ରହଣ ନ କରି ଅନ୍ୟାୟ ପୂର୍ବକ କୋର୍ଟ ଚାଲାଣ କରିଥିଲେ। ଅନ୍ୟପଟରେ ବ୍ୟବସାୟକୁ ନେଇ ବାରମ୍ବାର ବଟି ମାଗିବା, ପ୍ରତିମାସ ବଟିର ପରିମାଣ ବୃଦ୍ଧି କରିବା, ପ୍ରତିଦିନ ମଦ ମାଗିବା ଭଳି ଉଭୟ ଥାନାର ଅଧିକାରୀଙ୍କଠାରୁ ଆରମ୍ଭ କରି ଡ୍ରାଇଭର ପର୍ଯ୍ୟନ୍ତ କରିଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଭିଜିଲାନ୍ସ ଚାନ୍ଦିପୁର ଥାନାର ଦୁଇ ଅଧିକାରୀଙ୍କୁ ଟଙ୍କା ନେଉଥିବା ବେଳେ ଗିରଫ କରିଥିଲା। ପ୍ରକୃତରେ ଉକ୍ତ ଥାନାର ଅନ୍ୟ ଜଣେ ଅଧିକାରୀ ବର୍ତ୍ତି ଯାଇଛନ୍ତି। ତାଙ୍କ ବିରୋଧରେ ବହୁ ପ୍ରମାଣ ସହ କଲ୍‌ ରେକର୍ଡ଼, ଟଙ୍କା ଦେବାନେବାର କଥାବର୍ତ୍ତା, ଭିଡ଼ିଓ, ହ୍ବାଟ୍‌ସଆପ୍‌ ଚାଟିଂ ସଂଗ୍ରହ କରି ଦେଖାଇ ଥିଲେ ଏବଂ ତାଙ୍କ ଠାରୁ କିପରି ଭାବେ ଟଙ୍କା ଲୁଟୁଥିଲେ ସମସ୍ତ ଘଟଣା ପ୍ରକାଶ କରିଥିଲେ। ଉକ୍ତ ଅଧିକାରୀଙ୍କ ବିରୋଧରେ ପୋଲିସ ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଯଦି କୌଣସି ଅଘଟଣ ଘଟେ ତେବେ ପୋଲିସ ଦାୟୀ ରହିବ ବୋଲି ଖବରଦାତା ସମ୍ମିଳନୀରେ ବ୍ୟବସାୟୀ ରାୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ। ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ମନର ବିଜୟରେ ଜଗତ ବିଜୟ ସମ୍ଭବ: ସକରାତ୍ମକ ତତ୍ତ୍ୱକୁ ସ୍ବାଗତ କରିବାକୁ ଆହ୍ବାନ

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବ୍ରହ୍ମାକୁମାରୀ ପ୍ରଭୁ ମିଳନ ଭବନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକ ନନ୍ଦିଘୋଷ କଲ୍ୟାଣ ମଣ୍ଡପଠାରେ ଶାନ୍ତି ଶିବିର ପ୍ରବଚନ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

୨ ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର: ବିଦ୍ୟାଳୟ ପ୍ରତି ନିଷ୍ଠାକୁ ଭୂୟସୀ ପ୍ରଶଂସା

କେସିଙ୍ଗା,୧।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନୁର୍ଗତ ବାଲସି ଗ୍ରାମ ଅଧିନସ୍ଥ ଜବହାର ଉଚ୍ଚ ବିଦ୍ୟାପୀଠ-କର ଦୁଇଜଣ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଏହି ଉପଲକ୍ଷେ…

ଛାତ୍ରୀଛାତ୍ରଙ୍କ ପ୍ରେରଣାର ଉତ୍ସ ଥିଲେ ଶଙ୍କର ପ୍ରସାଦ: ସୁପ୍ରଶାସକଙ୍କ ଭାବପୂର୍ଣ୍ଣ ଅବସର

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜର ଅଧ୍ୟକ୍ଷ ମେଜର୍‌ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri