ଶବଦାହ ଲାଗି ହୀନସ୍ଥା ହେଉଛନ୍ତି ପୁରୁଷୋତ୍ତମପୁରବାସୀ: ଗୁରୁତ୍ୱ ଦେଉନି ପ୍ରଶାସନ

ପୁରୁଷୋତ୍ତମପୁର,୦୨।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଶବଦାହ କରିବା ସମସ୍ୟା ଲୋକଙ୍କ ଲାଗି ଚିନ୍ତାର ବଡ କାରଣ ପାଲଟିଛି। ଏଥିଲାଗି ଏନଏସି ପ୍ରଶାସନ, ଅଧ୍ୟକ୍ଷ କି ଏମ୍‌ପି, ବିଧାୟକ ଓ ଜନପ୍ରତିନିଧିମାନେ କେହି ମଧ୍ୟ ଗୁରୁତ୍ୱ ଦେଉ ନାହାନ୍ତି। ଏହା ସ୍ଥାନୀୟ ଅଞ୍ଚଳରେ ଉଦବେଗର ବିଷୟ ପାଲଟିଛି।

୧୪ଟି ୱାର୍ଡ ବିଶିଷ୍ଟ ଏହି ଏନଏସିର ଆରମ୍ଭ ଓ ଶେଷ କନକା ଓ କୁମାରୀ ମୌଜାରେ ଶବଦାହ ଗ୍ରୁହ ରହିଥିବାବେଳେ ପୁରଷୋତ୍ତମପୁର ମୌଜାର ସହର ମଧ୍ୟଭାଗରେ ରହିଥିବା ୱାର୍ଡ ନଂ ୭,୮,୯,୧୦,୧୧ର ବାସିନ୍ଦାଙ୍କ ଲାଗି ଶବଦାହ ଓ ମୃତ ବ୍ୟକ୍ତିଙ୍କ ଶୁଦ୍ଧିକାର୍ଯ୍ୟ ଲାଗି କ୍ରିୟା ତୁଠଟିଏ ମଧ୍ୟ ନାହିଁ। ଏହି ୪ଟି ୱାର୍ଡର ଲୋକେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି। ଶବକୁ କାନ୍ଦେଇ କାନ୍ଦେଇ ବହୁଦୂରତା ବିଶିଷ୍ଟ କନକା ଓ କୁମାରୀ ମୌଜା ଶ୍ମଶାନଘାଟକୁ ନେବାରେ ଦହଗଞ୍ଜ ହୋଇପଡୁଛନ୍ତି । କପିଳେଶ୍ବର ମନ୍ଦିର ସାମ୍ନା ତୋରାବଣ ପାଶର୍‌ବ ଋଷିକୁଲ୍ୟା ନଦୀପଠାରେ ଗତକିଛିବର୍ଷତଳେ ନିର୍ମାଣ କରାଯାଇଥିବା ଶବଦାହ ଗୃହକୁ କିଛି ବ୍ୟକ୍ତି ବେଆଇନ ଭାବରେ କବଜା କରିନେଇ ତାହା ନିକଟରେ ଗୃହ ନିର୍ମାଣ କରିଥିବା ହେତୁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି। ଏଥିପ୍ରତି ମୁଖ୍ୟ ଏନଏସି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ପ୍ରଶାସନ ସମ୍ପୂର୍ଣ୍ଣ ଉଦାସୀନତା ସାଜି ବସି ରହିଛି । ଶବଦାହ ଲାଗି କେବଳ ଋଷିକୁଲ୍ୟା ନଦୀ ହିଁ ଲୋକଙ୍କ ଭରସା ପାଲଟିଥିବା ବେଳେ ବର୍ଷା ହେବା ଓ ନଦୀରେ ପାଣିଆସିଲେ ଶବଟିଏ ଦାହ କରିବା, ଶୁଦ୍ଧିକାର୍ଯ୍ୟ କରିବା ଓ ମୃତବ୍ୟକ୍ତିଙ୍କ ଅସ୍ଥିମାନ ରଖିବାରେ ଅସୁବିଧା ହେଉଛି। ଏଣୁ ଏଥିପ୍ରତି ସରକାର ଓ ଗଞ୍ଜାମ ଜିଲାପାଳ ଦୃଷ୍ଟି ଦେଇ ଶ୍ମଶାନ ଗୃହ ଓ କ୍ରିୟାତୁଠ ଗ୍ରୁହ ନିର୍ମାଣ ଲାଗି ଜନସାଧାରଣ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଛଘୁଞ୍ଚା ଦେଉଛି ଚାଇନା! LAC ନିକଟରେ ସୈନ୍ୟ ମୁତୟନ ହ୍ରାସ କଲା ଚାଇନା

ନୂଆଦିଲ୍ଲୀ,୧୪।୯: ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହେବା ପରେ, ‘ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ’ (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?