ହାତରେ ବିଷ ବୋତଲ ଧରି ଚାଷୀଙ୍କ ବିକ୍ଷୋଭ

ନୟାଗଡ଼ ଅଫିସ,୨୮।୭: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଚଢେୟାପଲ୍ଲୀ ସମବାୟ ସମିତିରେ ଚାଷୀ ଧାନ ବିକ୍ରି କରିବାର ୬ ମାସ ପରେ ବି ପ୍ରାପ୍ୟ ପାଇ ନାହିଁ । ଏଠାର ସମିତିରେ ୧୯ ଚାଷୀଙ୍କ ୧୭ ଲକ୍ଷ ଟଙ୍କା ଧାନ ବିକ୍ରି ଅର୍ଥ ଆତ୍ମସାତ୍‌ ହୋଇଛି । ଧାନ ଟଙ୍କା ପାଇଁ ଜିଲାପାଳ, ଉପଜିଲାପାଳ, ଏଆରସିଏସ୍‌, ସିଏସଓ ଅଫିସକୁ ଦୌଡି ଦୌଡି ନିରାଶ ହେବା ପରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହାତରେ ବିଷ ବୋତଲ ଧରି ବିକ୍ଷୋଭ କରିଥିଲେ ଚାଷୀ ।

ଟଙ୍କା ନ ମିଳିଲେ ବିଷ ପିଇ ଆମତ୍ହତ୍ୟା କରିବାକୁ ଧମକ ଦେଇଥିଲେ । ତେବେ ଜିଲାପାଳଙ୍କୁ ନ ପାଇ ଚାଷୀ ଜିଲା ପରିଷଦ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଗାନ୍ଧୀଙ୍କ ମୂର୍ତ୍ତି ତଳେ ପୁଣି ଧାରଣା ଦେଇଥିଲେ । ଘଟଣାସ୍ଥଳକୁ ଉପଜିଲାପାଳ, ନୟାଗଡ଼ ତହସିଲଦାର, ଏଆରସିଏସ, ଜିଲାପାଳ ଓ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରିବା ସହ ଅତିଶୀଘ୍ର ସେମାନଙ୍କ ପ୍ରାପ୍ୟ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ା ଅନ୍ୟପକ୍ଷେ ସମ୍ପାଦକଙ୍କ ନଁାରେ ମାମଲା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିଭଳ ଚଢ଼େୟାପଲ୍ଲୀ ସମବାୟ ସମିତିରେ ସମ୍ପାଦକଙ୍କ ନଁାରେ ବିଭିନ୍ନ ଅଭିଯୋଗ ଆସିବା ପରେ ନିଲମ୍ବନ କରାଯାଇଥିଲା । ତେବେ ନିଲମ୍ବିତ ସମ୍ପାଦକଙ୍କୁ ପୁଣି ଥରେ ନିଯୁକ୍ତି ଦିଆଯିବା ପରେ କେଳେଙ୍କାରୀ ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି ।

ପ୍ରକାଶଯେ ଚଢେୟାପଲ୍ଲୀ ସୋଇସାଇଟିର ସମ୍ପାଦକ ରଘୁନାଥ ମହାକୁଡଙ୍କ ନଁାରେ ଆସିଛି ଧାନ କିଣାରେ ୧୭ ଲକ୍ଷର ଦୁର୍ନୀତି ଅଭିଯୋଗ । ସ୍ଥାନୀୟ ସମବାୟ ସମିତି ଅଧୀନରେ ଥିବା ଗଁାଗୁଡିକ ଆଦିବାସୀ ବହୁଳ ହୋଇଥିବାବେଳେ ଏଠାକାର ଲୋକମାନେ ସରଳ ଏବଂ ନିରକ୍ଷର ହୋଇଥିବାରୁ ସମ୍ପାଦକ ଫାଇଦା ନେଉଥିବା ଅଭିଯୋଗ ହୋଇଛି । ଗତବର୍ଷ ଜୁଲାଇ ମାସରେ ଚାଷୀମାନେ ନିଜର ନାମ ରେଜିଷ୍ଟ୍ରେଶନ୍‌ କରିବା ପରେ ଜାନୁୟାରୀ ମାସରେ ଧାନ ଦେବା ପାଇଁ ମେସେଜ୍‌ ଆସିଥିଲା । ପରେ ମାର୍ଚ୍ଚମାସରେ ଚାଷୀ ସୋସାଇଟିରେ ଧାନ ଦେଇଥିଲେ ।

ଏହାପରଠାରୁ ଟଙ୍କା ପାଇଁ ସେକ୍ରେଟେରୀଙ୍କୁ କହିବା ପରେ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିବା ସେ କହିଥିଲେ ା ହେଲେ ଚାଷୀ ବ୍ୟାଙ୍କରେ ପାସବୁକ୍‌ ଚେକ୍‌ କରିବା ପରେ ଟଙ୍କା ଆସି ନ ଥିବା ଜାଣିଥିଲେ । ଦୀର୍ଘ ୫ମାସ ହେଲା ଚାଷୀ ସେକ୍ରେଟେରୀଙ୍କ ପାଖକୁ ଦୌଡଦୌଡି ନିରାଶ ହେବା ପରେ ଦଶପଲ୍ଲା ବିଡିଓ, ନୟାଗଡ ଏଆରସିଏସ୍‌ଙ୍କୁ ଭେଟି ମଧ୍ୟ ଯାଇ ନିରାଶ ହୋଇଥିଲେ । ଏପରି କି ଦଶପଲ୍ଲା ଓ ଖଣ୍ଡପଡାଠାରେ ଆୟୋଜିତ ଜଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିବା ପରେ ତିନି ଦିନ ମଧ୍ୟରେ ଟଙ୍କା ଦିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ବୁଧବାର ୧୯ରୁ ଅଧିକ ଚାଷୀ ହାତରେ ବିଷ ବୋତଲ ଧରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।
ସେକ୍ରେଟେରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀମାନେ ମିଳିମିଶି ଚାଷୀଙ୍କ ଟଙ୍କା ଆମତ୍ସାତ କରିଥିବା ଚାଷୀ ଅଭିଯୋଗ କରିଛନ୍ତି । ଟଙ୍କା ନ ମିଳିଲେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଷ ପିଇ ଆମତ୍ହତ୍ୟା କରିବେ ବୋଲି ଚାଷୀ ଧମକ ଦେଇଥିଲେ । ଏନେଇ ପୁଟିବାରର ଚାଷୀ ବବିତା ଗୌଡ, ଜଗଦୀପ ଦେଉରୀ, ସୁରେନ୍ଦ୍ର ଦିହୁଡି, କୃଷ୍ଣଚନ୍ଦ୍ର ଜାନି କୁହନ୍ତି ଚାଷୀଙ୍କୁ ସମ୍ପାଦକ ନକଲି ରସିଦ୍‌ ଦେଇ ୧୭ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଛନ୍ତି । ଟଙ୍କା ନ ପାଇଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷ ପିଇ ଆମତ୍ହତ୍ୟା କରିବୁ ।

ଜିଲା ପ୍ରଶାସନ ୧୦ ଦିନ ଭିତରେ କଣ କରୁଛି ଆମେ ଅନୁଧ୍ୟାନ କରୁଛୁ ବୋଲି କହିଛନ୍ତି । ଉପଜିଲାପାଳ ଲଗ୍ନଜିତ ରାଉତ କୁହନ୍ତି, ଅଭିଯୋଗର ପ୍ରାଥମିକ ତଦନ୍ତରୁ ସୋସାଇଟି ସେକ୍ରେଟେରୀ ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡିଛି । ଚାଷୀ ଧାନ ଟଙ୍କା ପାଇବେ । ବାଣିଗୋଛା ଥାନାରେ ସମ୍ପାଦକଙ୍କ ନଁାରେ ଗୁରୁବାର ଅଭିଯୋଗ କରାଯିବ ବୋଲି କହିଛନ୍ତି । ଏଆସିଏସ୍‌ ହାଡିବନ୍ଧୁ ମହାକୁଢ଼ କହିଛନ୍ତି ।
ଚାଷୀଙ୍କ ଆନ୍ଦୋଳନ ପରେ ବୁଧବାର ସନ୍ଧ୍ୟାରେ ମିଲର, ଚାଷୀ, ଏଆରସିଏସ୍‌, ଉପଜିଲାପାଳଙ୍କ ବୈଠକ କରାଯାଇଛି। ତୁରନ୍ତ ଚାଷୀଙ୍କ ଟଙ୍କା ଦେବାକୁ ବ୍ୟବସ୍ଥା କରାଯାଉଛି । ତେବେ ସମ୍ପାଦକଙ୍କ ନଁାରେ ମାମଲା ହେବ ବୋଲି ନିଷ୍ପତ୍ତି ହୋଇଛି ା । ଆଇନଜିବୀ ରଣଜିତ ଦାଶ କୁହନ୍ତି, ମୋ ନେତୃତ୍ୱରେ ଗୁରୁବାର ଚାଷୀ ଆନ୍ଦୋଳନ ହୋଇଥିଲା ା ଚାଷୀମାନେ ଟଙ୍କା ନ ପାଇଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri