Posted inଫୁରସତ

‘ଭୋଗ୍‌’ ପ୍ରଚ୍ଛଦରେ ଜେଲେନସ୍କି ଦମ୍ପତି

କିଭ୍‌: ବହୁଚର୍ଚ୍ଚିତ ଭୋଗ୍‌ ମାଗାଜିନ୍‌ ପ୍ରଚ୍ଛଦରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ସ୍ତ୍ରୀ ଓଲେନା ଜେଲେନସ୍କାଙ୍କ ଫଟୋ ସ୍ଥାନ ପାଇଛି। ଏହି ଫଟୋରେ ‘ପୋଟ୍ରେଟ୍‌ ଅଫ୍‌ ବ୍ରେଭରୀ ’ ଲେଖାଯାଇଥିବାର ଦେଖିବାକୁ ମିଳିଛି। ୟୁକ୍ରେନ୍‌ର ଫାଷ୍ଟ୍‌ ଲେଡି କାଜୁଆଲ୍‌ ଗେଟ୍‌ଅପ୍‌ରେ ଥିବା ଦେଖିବାକୁ ମିଳିଛି। ଭୋଗ୍‌ ମାଜାଜିନ୍‌ର ଏକ ଟିମ୍‌ କିଭ୍‌ ଯାଇ ଜେଲେନସ୍କିଙ୍କ ଅଫିସରେ ଏହି ଫଟୋଶୁଟ୍‌ ହୋଇଥିବା କୁହାଯାଇଛି। ଖାଲି ଫଟୋଶୁଟ୍‌ ନୁହେଁ ଦୁହେଁ ମାଗାଜିନ୍‌କୁ ନିଜର ସ୍ବତନ୍ତ୍ର ସାକ୍ଷାତ୍‌କାର ମଧ୍ୟ ଦେଇଛନ୍ତି। ଦୁହିଁଙ୍କ ବୈବାହିକ ଜୀବନକୁ ୨୦ ବର୍ଷ ପୂରିଯାଇଥିବାବେଳେ ଅନେକ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ଦୁହେଁ ଗତି କରିଥିବା କହିଛନ୍ତି। ୟୁନିଭର୍ସିଟିରେ ପଢ଼ିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିବା ସେମାନେ କହିଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସେମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଥିବା ସେ ପ୍ରକାଶ କରିଛନ୍ତି। ତେବେ ଭଗ୍‌ ପକ୍ଷରୁ ଏହି ଫଟୋକୁ ପ୍ରଥମେ ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର କରାଯାଇଛି।

ଦେଶ ମଧ୍ୟରେ ଜାରି ଥିବା ଯୁଦ୍ଧକୁ ୧୫୦ରୁ ଊର୍ଦ୍ଧ୍ୱ ଦିନ ବିତିଯାଇଥିବାବେଳେ ଓଲେନା ଜେଲେନସ୍କା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବାର ଦେଖିବାକୁ ମିଳିଛି। ବିଶେଷ କରି କୂଟନୀତି କ୍ଷେତ୍ରରେ ସେ ଖୁବ୍‌ ସକ୍ରିୟ ଥିବା ଜଣାପଡ଼ିଛି। ଉକ୍ତ ଫଟୋକୁ ନେଇ ସୋସିଆଲ ମିଡିଆରେ ଜୋର୍‌ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେତେଜଣ ୟୁଜର ଜେଲେନସ୍କି ଦମ୍ପତିଙ୍କୁ ସକରାତ୍ମକ କମେଣ୍ଟ ଦେଇଥିବାବେଳେ ଅନ୍ୟ ୟୁଜର ସେମାନଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri