ପ୍ରସ୍ତାବିତ ୨ ରେଳପଥ ନିର୍ମାଣ ଦାବି

ବ୍ରହ୍ମପୁର ଅଫିସ,୨୧।୮: ବ୍ରହ୍ମପୁର ମହାନଗର ଉପକଣ୍ଠ ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶୀତଳାପଲ୍ଲୀରେ ପଡ଼ିଆ ପଡ଼ିଛି ଶତାଧିକ ଏକର ସରକାରୀ ଜମି। ସେଠାରେ ରେଳ ୱାଗନ କାରଖାନା କରାଯିବାର ପ୍ରସ୍ତାବ ରଖାଯାଇଥିଲା। ଭାଜପା ନେତୃତ୍ୱାଧିନ କେନ୍ଦ୍ର ଏନଡିଏ ସରକାରଙ୍କ ପ୍ରଥମ ପାଳି ଶାସନରେ ସେହି ଯୋଜନାକୁ ବାତିଲ କରିଦିଆଗଲା। ଅପରପକ୍ଷରେ ଗଞ୍ଜାମ ଜିଲା ପ୍ରତି ରେଳ ମନ୍ତ୍ରଣାଳୟର ଅବହେଳା ଅବ୍ୟାହତ ରହିଛି। କେବଳ ୱାଗନ ଫ୍ୟାକ୍ଟ୍ରି ନୁହେଁ ଗୋପାଳପୁର ରାୟଗଡ଼ା ଏବଂ ରେଢ଼ାଖୋଲ ଓ ଗୋପାଳପୁର ନୂଆ ରେଳପଥ ମଧ୍ୟ ସର୍ଭେରେ ଅଟକି ଯାଇଛି।
ତଥ୍ୟାନୁସାରେ କଂଗ୍ରେସ ନେତୃତ୍ୱାଧିନ ଦ୍ୱିତୀୟ ଉପା ସରକାରରେ ମମତା ବାନାର୍ଜୀ ରେଳ ମନ୍ତ୍ରୀ ଥିଲେ। ସେ ଓଡ଼ିଶା ପାଇଁ ରେଳ ୱାଗନ କାରଖାନା ମଞ୍ଜୁର କରିଥିଲେ। ତାହା ପୁଣି କଳାହାଣ୍ଡି ଜିଲାରେ ସ୍ଥାପନ ହେବା ଦର୍ଶାଇଥିଲେ। ତେବେ ସେଠାରେ ଆବଶ୍ୟକ ସରକାରୀ ଜମି ନଥିବାରୁ ସମସ୍ୟା ଉପୁଜିଥିଲା। ଏହା ସୁଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ପ୍ରକଳ୍ପ ଗଞ୍ଜାମ ଜିଲାରେ ପ୍ରତିଷ୍ଠା ଲାଗି ପ୍ରୟାସ କରି ସଫଳ ହୋଇଥିଲେ। କାରଖାନା ଲାଗି ଶୀତଳାପଲ୍ଲୀରେ ଥିବା ଶତାଧିକ ଏକର ଜମି ରେଲୱେକୁ ହସ୍ତାନ୍ତର କରାଯାଇଥିଲା। ମୋଦୀଙ୍କ ଶାସନର ପ୍ରଥମ ପାଳିରେ ରେଳ ବଜେଟରେ ୱାଗନ ଫ୍ୟାକ୍ଟ୍ରି ପାଇଁ ୨ କୋଟି ବରାଦ କରାଯାଇଥିଲା। ପରବର୍ତ୍ତି ବଜେଟରେ ମାତ୍ର ହଜାରେ ଟଙ୍କା ଟୋକେନ ବରାଦ କରାଗଲା। କାରଖାନା ପାଇଁ ରେଳ ମନ୍ତ୍ରଣାଳୟର ବୈଷୟିକ ପଦାଧିକାରୀମାନେ ଘନ ଘନ ଶୀତଳାପଲ୍ଲୀ ଆସି ସ୍ଥିତି ଅନୁଧ୍ୟାନ କଲେ। ଜଗନ୍ନାଥପୁର ଏବଂ ନରସିଂହପୁର ରେଳ ଷ୍ଟେସନ ମଧ୍ୟ ଭାଗରେ ଫ୍ୟାକ୍ଟ୍ରି ପ୍ରତିଷ୍ଠା ଲାଗି ଚିହ୍ନଟ କରିଥିଲେ। ପରବର୍ତ୍ତି ପର୍ଯ୍ୟାୟରେ ଦେଶରେ ବହୁ ପରିମାଣର ୱାଗନ ମହଜୁଦ ଥିବା ଦର୍ଶାଇ ପ୍ରସ୍ତାବିତ କାରଖାନା ଏନଡିଏ ସରକାର ବାତିଲ କରିଦେଲେ। ଦିଆଯାଇଥିବା ଜମି ମଧ୍ୟ ଜିଲା ପ୍ରଶାସନକୁ ଫେରସ୍ତ କରିଦିଆଗଲା। ତେଣୁ ୱାଗନ କାରଖାନା ସ୍ବପ୍ନ ମଉଳିଗଲା।
ଅପରପକ୍ଷରେ ଓଡ଼ିଶାରୁ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବାରୁ ପୁଣି ୱାଗନ କାରଖାନା ପ୍ରସଙ୍ଗ ଉଠିଲା। ୨୦୨୧ ସେପ୍ଟେମ୍ବର ୨୨ରେ ପୂର୍ବତଟ ରେଲୱେ ମହାପ୍ରବନ୍ଧକ ବ୍ରହ୍ମପୁର ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଶୀତଳାପଲ୍ଲୀ ପରିଦର୍ଶନରେ ଗଲେ। ସେଠାରେ ପୁଣି ୱାଗନ ଫ୍ୟାକ୍ଟ୍ରି ନଚେତ ରେଳରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଉପତ୍ାଦ କାରଖାନା ପିପିପି ମୋଡ଼ରେ କରାଯିବାର ମତ ଦେଇଥିଲେ। ଜମି ପୁଣି ଫେରସ୍ତ ଆଣିବାରେ ଦର୍ଶାଇଥିଲେ। ଏହାର ମଧ୍ୟ ବର୍ଷେ ପୂରିଛି। ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସନ୍ଦେହ ଘେରକୁ ଆସିଛି। ସୂଚନାଯୋଗ୍ୟ ୱାଗନ କାରଖାନା ହେଲେ ଜିଲାର ଶହ ଶହ ଲୋକଙ୍କ ପାଇଁ ନିଯୁକ୍ତିର ବାଟ ଫିଟିବ ଏବଂ ଆର୍ଥିକ ଉନ୍ନତି ଘଟିବ। ତେଣୁ କାରଖାନା ତୁରନ୍ତ ପ୍ରତିଷ୍ଠା ଲାଗି ବିଭିନ୍ନ ମହଲରୁ ଦାବି ହୋଇଛି।
ସେହିପରି ଗୋପାଳପୁରରୁ ରାୟଗଡ଼ା ନୂଆ ରେଳପଥ ନିର୍ମାଣ ପାଇଁ ୨୦୦୯ରୁ ସର୍ଭେ ଶେଷ ହୋଇଛି। ଏହାର ୧୨ ବର୍ଷ ବିତିବାକୁ ଯାଉଥିବା ବେଳେ ପୂର୍ବ ଉପା ସରକାର ଓ ବର୍ତ୍ତମାନର ଏନଡିଏ ସରକାର ଅମଳରେ ରେଳ ବଜେଟରେ ବ୍ୟୟବରାଦ ହେଉନାହିଁ। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ଦକ୍ଷିଣ ଓଡ଼ିଶାର ଗୋପାଳପୁର ମଧ୍ୟରେ ରେଳପଥ ନିର୍ମାଣ ପାଇଁ ଡ୍ରୋନ ସର୍ଭେ କରାଯାଇଛି। ତାହା ମଧ୍ୟ ପ୍ରସ୍ତାବରେ ରହିଯାଇଛି। ୨୦୨୧ ସେପ୍ଟେମ୍ବର ୧୫ରେ ଜିଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଭଞ୍ଜନଗରରେ ହୋଇଥିଲା। ରାଜନୈତିକ ଚିଠା ପ୍ରସ୍ତାବରେ ୱାଗନ କାରଖାନା ସମେତ ଦୁଇ ନୂଆ ରେଳପଥ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଥିଲା। ତାହାର ମଧ୍ୟ ବର୍ଷେ ପୂରିବାକୁ ଯାଉଛି ଏବଂ ବିଜେଡି ମଧ୍ୟ ପ୍ରସ୍ତାବ ଗୃହୀତ କରାଇ ଚୁପ୍‌ ରହିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏବଂ ନିର୍ବାଚିତ ସାଂସଦମାନେ ଲୋକସଭାରେ ପ୍ରସଙ୍ଗ ଉଠାଇବାକୁ ସଚେତନ ମହଲରୁ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜିଉଙ୍କ ବନକଲାଗି ନୀତି: ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ,୨୯।୧୧: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଖାର କରିବେ । ଏ ନେଇ ସା ୫ଟାରୁ ରାତି...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ....

ନଦୀ ପାଉଛି ଡ୍ରେନେଜ୍‌ର ଆଖ୍ୟା

ଯାଜପୁର,୨୯।୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ସମସ୍ତ ନଦୀ ଡ୍ରେନେଜ୍‌ର ଆଖ୍ୟା ନ ପାଉ। ଅଧିକାଂଶ ନଦୀ ଜଳ ଗୁରୁତର ଭାବେ ପ୍ରଦୂଷିତ ହେଉଥିବାରୁ ଓଡ଼ିଶା ନଦୀ ସୁରକ୍ଷା...

ରାଜପଥ ସମ୍ପ୍ରସାରଣ ଶେଷ ଅନିଶ୍ଚିତତାରେ

ଢେଙ୍କାନାଳ,୨୯।୧୧(ରତନ ନାୟାର): ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି...

ଦର ଅଧିକରୁ ମଟନ ବ୍ୟବସାୟ ମାନ୍ଦା

ବ୍ରହ୍ମପୁର,୨୯।୧୧(ତନୁଶ୍ରୀ ନାହାକ): ଧର୍ମ ମାସ କାର୍ତ୍ତିକ ସରିଛି। ମାସେ ହେଲା ରେଶମ ସହରର ଆମିଷ ବଜାର ମାନ୍ଦା ଥିବାବେଳେ ମଙ୍ଗଳବାର ଛାଡ଼ଖାଇ ପାଇଁ ଚଳଚଞ୍ଚଳ ହୋଇ...

ଅମଳ ବେଳେ ଉଜାଡ଼ୁଛନ୍ତି ହାତୀପଲ

ଢେଙ୍କିକୋଟ, ୨୯।୧୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ର ଦେଓବନ୍ଧ ଫରେଷ୍ଟ ସେକ୍ସନ ସାନ୍ତରାପୁର ପଞ୍ଚାୟତର ଛତିଆ ଗ୍ରାମ ହୁଡ଼ି ସାହିରେ ସୋମବାର ସାଠାରୁ ରାତି...

କଞ୍ଚା କଦଳୀରେ ମାଛର ସ୍ବାଦ

କେନ୍ଦ୍ରାପଡ଼ା, ୨୯।୧୧ (ଜଗନ୍ନାଥ ଧଳ): କଞ୍ଚା କଦଳୀରେ ମାଛ, ପନିରରେ ଅଣ୍ଡା, ସୋୟାବଢ଼ିରେ ମଟନ, ଚିକେନର ସ୍ବାଦକୁ କେନ୍ଦ୍ରାପଡ଼ା ସହରବାସୀ ମଙ୍ଗଳବାର ଚାଖିଛନ୍ତି। ଏପରି ନିରାମିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri