ଏଇ ଭାରତରେ

କେରଳର ଦମ୍ପତି ଶିବ ସ୍ବାମୀ ଓ ମହାଲକ୍ଷ୍ମୀ ଅସହାୟ ପିଲାମାନଙ୍କ ଶିକ୍ଷା ପାଇଁ ସବୁକିଛି ସମର୍ପଣ କରିଦେଇଛନ୍ତି। କୋଏମ୍ବାଟୁରର ପଚପଳୟମ୍‌ରେ ରହୁଥିବା ଏହି ଦମ୍ପତି ‘କଲଭି ଥୁନାଇ’ ସଂସ୍ଥା ଗଢ଼ି ଏବେ ସୁଦ୍ଧା ୧୦୦୦ରୁ ଊର୍ଦ୍ଧ୍ୱ ଅସହାୟ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିସାରିଲେଣି । ସେମାନଙ୍କ ମଧ୍ୟରୁ ୩୫୦ ଜଣ ବି ଚାକିରି କରିଛନ୍ତି। ୨୦୧୪ରେ ଉଭୟେ ଏହି ସଂସ୍ଥା ଗଢ଼ିଥିଲେ। ଏଠାରେ ପିଲାମାନଙ୍କ ସ୍କୁଲ୍‌ ଟାସ୍କ କରାଇବା, ବିଷୟ ଉପରେ ଥିବା ଦ୍ୱନ୍ଦ୍ୱ ଦୂର କରିବା ସହ ଅନ୍ୟ କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଆଯାଉଛି। ଏଠାରେ ଚତୁର୍ଥରୁ ଦ୍ୱାଦଶ ଯାଏ ପିଲାଙ୍କୁ ପଢ଼ାଯାଉଛି। ଏବେ ମୋଟ ୧୩୬ ଜଣ ପିଲା ପଢ଼ୁଛନ୍ତି। ଦୁଇଟିି ବ୍ୟାଚ୍‌ରେ ଶିକ୍ଷା ଦିଆଯାଉଛି। ପିଲାମାନେ ୪ଟାରୁ ୮ଟା ଯାଏ ଓ ଅନ୍ୟମାନେ ୯ଟାରୁ ୧୨ଟା ଯାଏ ପଢୁଛନ୍ତି। ଏଥିପାଇଁ ୧୧ ଜଣଙ୍କୁ ସବୈତନିକ ନିଯୁକ୍ତି ଦିଆଯାଇଛି। ସ୍କୁଲ ନିର୍ମାଣଠାରୁ ଆରମ୍ଭ କରି ଅନ୍ୟ ସବୁ କାର୍ଯ୍ୟରେ ଏ ବାବଦରେ ସେମାନେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଯେଉଁ ପିଲାମାନେ ପଢାଛାଡ଼ି ଅନ୍ୟ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ବି ସାମିଲ କରୁଛନ୍ତି ଏହି ଦମ୍ପତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?