ପହଞ୍ଚିପାରୁନି ପ୍ରକଳ୍ପ ପାଣି

ବଇଣ୍ଡା,୯ା୭(ଡି.ଏନ.ଏ.) ଚାଷ ଜମିକୁ ମାଡ଼ିବ ପାହାଡ଼ ପାଣି। ବର୍ଷସାରା ଫସଲ ଫଳାଇବେ ଚାଷୀ। ଏହି ଉଦ୍ଦେଶ୍ୟ ନେଇ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜୟଗଡଠାରେ ପାହାଡରୁ ବହି ଆସିଥିବା ଜୟଗଡ ନାଳକୁ ବାନ୍ଧି ଏକ ପ୍ରୋଜେକ୍ଟ ନିର୍ମାଣ କରାଯାଇଥିଲା। କେନାଲ ମାଧ୍ୟମରେ ଏହି ପାହାଡ଼ି ପାଣିକୁ ୨ଟି ପଞ୍ଚାୟତର ଶତାଧିକ ଚାଷୀଙ୍କ ଜମି ନିକଟରେ ପହଞ୍ଚାଯିବାର ବ୍ୟବସ୍ଥା ହୋଇଥିଲା। ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବ ଓ କଂକ୍ରିଟ ଓ୍ବାଲ ନିର୍ମାଣ କରା ନ ଯିବାରୁ ମାଟି ପଶି କେନାଲଗୁଡ଼ିକ ପୋତି ହୋଇପଡ଼ୁଛି। ଫଳରେ ଜମି ନିକଟରେ ପାଣି ପହଞ୍ଚିପାରୁ ନ ଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ଏ ନେଇ ୧୦ ଗ୍ରାମର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
କିଶୋରନଗର ବ୍ଲକ ନାକିଚି ପଞ୍ଚାୟତରେ ୧୯୮୩ ମସିହାରେ ସରକାରଙ୍କ ପକ୍ଷରୁ ଏହି ପ୍ରୋଜେକ୍ଟ ନିର୍ମାଣ କରାଯାଇଥିଲା। ୧୯୮୫ ମସିହାରେ କେନାଲ ନିର୍ମାଣ ପରେ ଠେଲକନାଳି ପଞ୍ଚାୟତର ବୁଦୁଲିମୁଣ୍ଡା, କନ୍ଧରାମୁଣ୍ଡା ଓ ନାକିଚି ପଞ୍ଚାୟତର ମଣ୍ଡାମ, ନୂଆଁଭୂଇଁ, ରାଣୀଭୂଇଁ, ବଡ ଡଙ୍ଗିଆଣୀ, କଣ୍ଡାଳ, ଖୋଲ ଡଙ୍ଗିଆଣୀ, ମଧପୁର ଆଦି ଗ୍ରାମର ଚାଷ ଜମି ଜଳସେଚିତ ହୋଇପାରିଥିଲା। ନିର୍ମାଣ ହୋଇଥିବା କେନାଲଗୁଡ଼ିକର ଓ୍ବାଲ ମଧ୍ୟରୁ ୪୦ ପ୍ରତିଶତ କଂକ୍ରିଟ ଓ ୬୦ ପ୍ରତିଶତ ମାଟି ରହିଥିଲା। କିନ୍ତୁ ଉପଯୁକ୍ତ ଯତ୍ନ ଅଭାବରୁ କେନାଲଗୁଡ଼ିକରେ ମାଟି ପଶି ପ୍ରାୟ ୫୦ ପ୍ରତିଶତ ପୋତି ହୋଇଗଲାଣି। ଫଳରେ ପାଣି ଆସୁ ନ ଥିବାରୁ ଜମିଗୁଡ଼ିକରେ ଖରାଟିଆ ଧାନ ଚାଷ ହେଇପାରୁନାହିଁ। ବିଶେଷକରି କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ରାଣୀଭୂଇଁ ଦେଇ କଣ୍ଡାଳ ଗ୍ରାମ ଅଭିମୁଖେ ଯାଇଥିବା କେନାଲ ଅଧିକ ପୋତି ହୋଇଯାଇଛି। ଏଥିଯୋଗୁ ଚାଷ ଜମି ନିକଟରେ ପାଣି ପହଞ୍ଚିବାରେ ସମସ୍ୟା ହେଉଛି। ସମସ୍ତ କେନାଲ ବନ୍ଧକୁ କଂକ୍ରିଟ କରାଯିବା ସହ ପୋତି ହୋଇପଡ଼ିଥିବା କେନାଲର ପୁନରୁଦ୍ଧାର ପାଇଁ କଣ୍ଡାଳ ଗ୍ରାମବାସୀ ୧୦ ମେ ୨୦୧୯, ୧୨ ଜୁନ ୨୦୨୦, ୮ ଫେବୃୟାରୀ ୨୦୨୨ରେ କ୍ଷୁଦ୍ର ଜଳ ସେଚନ ବିଭାଗ ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ତ୍ରିପୁରାରୀ ନାୟକ କହିଛନ୍ତି, କେନାଲ ପାର୍ଶ୍ୱରେ ଠିକାସଂସ୍ଥା ପକ୍ଷରୁ ୱାଲ ନିର୍ମାଣ କରାଯାଇ ନ ଥିବା ଯୋଗୁ ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ମାଟି ପଡି ପୋତି ହୋଇଯାଇଛି। ଏଥିସହ ଅନ୍ୟ କେନାଲର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?