ବଲେବଲେ ଢାବାକୁ ନେଇ ପୁଣି ରାଜନୀତି:ବିଜେଡି-ଭାଜପା ମୁହାଁମୁହିଁ

କାଏମା,୭ା୧(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀର ଧର୍ମଶାଳା ଭବନ ପରିସରରେ ଥିବା ବହୁ ଚର୍ଚ୍ଚିତ ବଲେବଲେ ଢାବାକୁ ନେଇ ପୁଣି ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧର୍ମଶାଳା ଗସ୍ତରେ ଆସିଥିବା ବେଳେ ଚଣ୍ଡିଖୋଲ ନିକଟ ଧର୍ମଶାଳା ଭବନ ପରିସରରେ ଥିବା ବହୁ ଚର୍ଚ୍ଚିତ ବଲେବଲେ ଢାବାକୁ ଯାଇଥିଲେ ବୋଲି ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଭୁବନେଶ୍ୱରଠାରେ ଏକ ଖବରଦାତା ସମ୍ମିଳନୀରେ କହିଥିଲେ ା
ଏହି ଘଟଣାକୁ ନେଇ ସେ ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ବଳବନ୍ତରାୟ କହିଛନ୍ତି, ପୂର୍ବରୁ ଏହି ବଲେବଲେ ଢାବାକୁ ରଙ୍ଗଶାଳା ନାଁ ଦିଆଯିବା ସହ ଏଠାରେ ଅନୈତିକ କାର୍ଯ୍ୟ କରାଯାଉଥିବା ବୋଲି କୁହାଯାଉଥିଲା। କିନ୍ତୁ ୪ ତାରିଖରେ ମୁଖ୍ୟମନ୍ତ୍ରୀ ଧର୍ମଶାଳା ମହୋତ୍ସବରେ ଯୋଗଦେବାକୁ ଆସିଥିଲେ ା ଏହାପୂର୍ବରୁ ସେହି ବିବାଦୀୟ ବଲେବଲେ ଢାବାକୁ ସେ କ’ଣ ପାଇଁ ଯାଇଥିଲେ ବୋଲି ବଳବନ୍ତରାୟ ପ୍ରଶ୍ନ କରିଛନ୍ତି।
ବଳବନ୍ତରାୟଙ୍କ ପ୍ରଶ୍ନର ଉତ୍ତରରେ ହିମାଂଶୁ କହିଛନ୍ତି, ୨୪ବର୍ଷର ବଂଶବାଦ ଶାସନ ଚାଲିଯିବା ପରେ ପୂର୍ବତନ ବିଧାୟକ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଧର୍ମଶାଳା ଭବନ ପରିସରରେ ରହିଛି ବଲେବଲେ ଢାବା ା ମୁଖ୍ୟମନ୍ତ୍ରୀ ଧର୍ମଶାଳା ଭବନ ଯାଇଥିଲେ ା ତେଣୁ ବଳବନ୍ତରାୟ ମିଛ ନ କହି ସତକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ ବୋଲି ହିମାଂଶୁ କହିଛନ୍ତି। ଧର୍ମଶାଳାରେ ସରକାରୀ ଟଙ୍କାରେ ନିର୍ମିତ ଫୁଡ୍‌ କୋର୍ଟକୁ ବଲେବଲେ ଢାବାରେ ପରିଣତ କରାଯାଇ ସେଠାରେ ଖରାପ କାମ କରାଯାଉଥିଲ। ଖୁବ୍‌ଶୀଘ୍ର ସେଠାରେ ଗରିବ ଲୋକମାନଙ୍କ ପାଇଁ ମାଗଣା ଖାଦ୍ୟ ବା ଆହାର କେନ୍ଦ୍ର କରାଯିବା ପାଇଁ କାମ ଆରମ୍ଭ ହୋଇଛି ବୋଲି ହିମାଂଶୁ କହଛନ୍ତି ା ସେହିପରି ଏହି ଘଟଣାକୁ ଭାଜପା ଜିଲା ସଭାପତି ଗୌତମ ରାୟ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ବଲେବଲେ ଢାବା ନୁହେଁ ବରଂ ଧର୍ମଶାଳା ଭବନ ଯାଇଥିବା କହିଛନ୍ତି।
ଅନ୍ୟପକ୍ଷେ ଭାଜପା ନେତ୍ରୀ ସ୍ମୃତିରେଖା ପହିଙ୍କ ନିର୍ବାଚନରେ ପରାଜୟ ପରଠାରୁ ତାଙ୍କର ସେମିତି ଦେଖା ମିଳୁ ନ ଥିଲା ା ମୁଖ୍ୟମନ୍ତ୍ରୀଙ୍କ ଧର୍ମଶାଳା ଗସ୍ତ ବେଳେ ସେ ସଭାରେ ନ ଥିଲେ। କୌଣସି ଜରୁରୀ କାମ ପାଇଁ ସେ ଉପସ୍ଥିତି ହୋଇ ନ ଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀ ଡାକି ସେ ବିଜେଡିକୁ ସମାଲୋଚନା କରିଛନ୍ତି । ବଳବନ୍ତରାୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯେଭଳି ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସ୍ମୃତିରେଖା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠି ଚାଲିଛି ମିଲର୍‌ଙ୍କ ରାଜୁତି, ମିଲର୍‌ଙ୍କ ମନମାନିକୁ ନେଇ ଜିଲା ଯୋଗାଣ ବିଭାଗ ନିକଟରେ ଦ୍ୱାରସ୍ଥ ହେଲେ ଚାଷୀ

ଛତ୍ରପୁର,୧୬।୧(ଦିଲ୍ଲୀପ ସାମଲ): ଏବେ ସବୁଠି ମିଲର୍‌ଙ୍କ ମନମାନିକୁ ନେଇ ଚାଷୀଙ୍କ ଅଭିଯୋଗ। କେଉଁଠି ମିଲର ୭୫ କେଜି ଧାନ ବସ୍ତାରେ ୭୯ କେଜି ମାଗୁଛନ୍ତି ତ...

ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ, କଳାବାଘ ହତ୍ୟା ପରେ ତପ୍ତର ପ୍ରଶାସନ

ବାରିପଦା,୧୬।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳରେ ଶୁକ୍ରବାରଠାରୁ ନିୟୋଜିତ ହେବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜଏଣ୍ଟ ଟାସ୍କଫୋର୍ସ ସହ...

ଜଙ୍ଗଲ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ପାପଡ଼ାହାଣ୍ଡି,୧୬।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଫୋରେଷ୍ଟ ଅଧୀନ ବତାସର ପ୍ରସ୍ତାବିତ ଜଙ୍ଗଲରେ ଗୁରୁବାର ଜଙ୍ଗଲ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ...

ଧନୁଯାତ୍ରା ଦେଖିବାକୁ ଯାଇ ଗଣବଳାତ୍କାରର ଶିକାର! ଏଯାଏ ଧରାପଡିନାହାନ୍ତି ଅଭିଯୁକ୍ତ, ଉଦ୍‌ବେଗ ପ୍ରକାଶ କଲେ ମହିଳା ସମିତି

ବରଗଡ଼,୧୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବତୀ ନିଖୋଜ ହୋଇଯିବା ଏବଂ ଘଟଣାର ୪୮ଘଣ୍ଟା ପରେ ବରଗଡ଼ ସହର ଉପକଣ୍ଠ କୁର୍ଲା...

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

ବାଇକରେ ଗଞ୍ଜେଇ ନେଇ ଯାଉଥିଲେ ନାବାଳକ, ଧରିଲା ପୋଲିସ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଗୁରୁବାର ସାରେ ବାଇକ ସହ ଗଞ୍ଜେଇ ଜବତ କରିଛି। ପୋଲିସ ଟିମ ୩୨୬ ନଂ...

ଦିନ ଦ୍ବିପହରରେ ଏସ୍‌ପି ଅଫିସ ପାଖେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

କେନ୍ଦୁଝର,୧୬।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କ ବେକରୁ ସୁନା ଚେନ୍‌ ଟାଣିନେଲେ ଲୁଟେରା। ଏହି ଘଟଣା ବୁଧବାର ଘଟିଥିବା ଜଣାପଡିଛି। ତେବେ ପୋଲିସ ଗୁରୁବାର ଘଟଣାସ୍ଥଳରେ...

ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri