ବଲେବଲେ ଢାବାକୁ ନେଇ ପୁଣି ରାଜନୀତି:ବିଜେଡି-ଭାଜପା ମୁହାଁମୁହିଁ

କାଏମା,୭ା୧(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀର ଧର୍ମଶାଳା ଭବନ ପରିସରରେ ଥିବା ବହୁ ଚର୍ଚ୍ଚିତ ବଲେବଲେ ଢାବାକୁ ନେଇ ପୁଣି ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧର୍ମଶାଳା ଗସ୍ତରେ ଆସିଥିବା ବେଳେ ଚଣ୍ଡିଖୋଲ ନିକଟ ଧର୍ମଶାଳା ଭବନ ପରିସରରେ ଥିବା ବହୁ ଚର୍ଚ୍ଚିତ ବଲେବଲେ ଢାବାକୁ ଯାଇଥିଲେ ବୋଲି ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଭୁବନେଶ୍ୱରଠାରେ ଏକ ଖବରଦାତା ସମ୍ମିଳନୀରେ କହିଥିଲେ ା
ଏହି ଘଟଣାକୁ ନେଇ ସେ ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ବଳବନ୍ତରାୟ କହିଛନ୍ତି, ପୂର୍ବରୁ ଏହି ବଲେବଲେ ଢାବାକୁ ରଙ୍ଗଶାଳା ନାଁ ଦିଆଯିବା ସହ ଏଠାରେ ଅନୈତିକ କାର୍ଯ୍ୟ କରାଯାଉଥିବା ବୋଲି କୁହାଯାଉଥିଲା। କିନ୍ତୁ ୪ ତାରିଖରେ ମୁଖ୍ୟମନ୍ତ୍ରୀ ଧର୍ମଶାଳା ମହୋତ୍ସବରେ ଯୋଗଦେବାକୁ ଆସିଥିଲେ ା ଏହାପୂର୍ବରୁ ସେହି ବିବାଦୀୟ ବଲେବଲେ ଢାବାକୁ ସେ କ’ଣ ପାଇଁ ଯାଇଥିଲେ ବୋଲି ବଳବନ୍ତରାୟ ପ୍ରଶ୍ନ କରିଛନ୍ତି।
ବଳବନ୍ତରାୟଙ୍କ ପ୍ରଶ୍ନର ଉତ୍ତରରେ ହିମାଂଶୁ କହିଛନ୍ତି, ୨୪ବର୍ଷର ବଂଶବାଦ ଶାସନ ଚାଲିଯିବା ପରେ ପୂର୍ବତନ ବିଧାୟକ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଧର୍ମଶାଳା ଭବନ ପରିସରରେ ରହିଛି ବଲେବଲେ ଢାବା ା ମୁଖ୍ୟମନ୍ତ୍ରୀ ଧର୍ମଶାଳା ଭବନ ଯାଇଥିଲେ ା ତେଣୁ ବଳବନ୍ତରାୟ ମିଛ ନ କହି ସତକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ ବୋଲି ହିମାଂଶୁ କହିଛନ୍ତି। ଧର୍ମଶାଳାରେ ସରକାରୀ ଟଙ୍କାରେ ନିର୍ମିତ ଫୁଡ୍‌ କୋର୍ଟକୁ ବଲେବଲେ ଢାବାରେ ପରିଣତ କରାଯାଇ ସେଠାରେ ଖରାପ କାମ କରାଯାଉଥିଲ। ଖୁବ୍‌ଶୀଘ୍ର ସେଠାରେ ଗରିବ ଲୋକମାନଙ୍କ ପାଇଁ ମାଗଣା ଖାଦ୍ୟ ବା ଆହାର କେନ୍ଦ୍ର କରାଯିବା ପାଇଁ କାମ ଆରମ୍ଭ ହୋଇଛି ବୋଲି ହିମାଂଶୁ କହଛନ୍ତି ା ସେହିପରି ଏହି ଘଟଣାକୁ ଭାଜପା ଜିଲା ସଭାପତି ଗୌତମ ରାୟ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ବଲେବଲେ ଢାବା ନୁହେଁ ବରଂ ଧର୍ମଶାଳା ଭବନ ଯାଇଥିବା କହିଛନ୍ତି।
ଅନ୍ୟପକ୍ଷେ ଭାଜପା ନେତ୍ରୀ ସ୍ମୃତିରେଖା ପହିଙ୍କ ନିର୍ବାଚନରେ ପରାଜୟ ପରଠାରୁ ତାଙ୍କର ସେମିତି ଦେଖା ମିଳୁ ନ ଥିଲା ା ମୁଖ୍ୟମନ୍ତ୍ରୀଙ୍କ ଧର୍ମଶାଳା ଗସ୍ତ ବେଳେ ସେ ସଭାରେ ନ ଥିଲେ। କୌଣସି ଜରୁରୀ କାମ ପାଇଁ ସେ ଉପସ୍ଥିତି ହୋଇ ନ ଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀ ଡାକି ସେ ବିଜେଡିକୁ ସମାଲୋଚନା କରିଛନ୍ତି । ବଳବନ୍ତରାୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯେଭଳି ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସ୍ମୃତିରେଖା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri