ନାବାଳିକାଙ୍କୁ ଗଣବଳାତ୍କାର, ୪ ଜଣଙ୍କୁ ବାନ୍ଧିଲା ପୋଲିସ

କୁଚିଣ୍ଡା,୪ା୧୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ଜଣେ ୧୪ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରି ବୁଧବାର ସମ୍ବଲପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁରର ମହୁଲପାଲି ଥାନା ବିଲୁଙ୍ଗ ଗ୍ରାମର ଜିତେନ୍ଦ୍ର ଭଞ୍ଜ ଓରଫ ସଞ୍ଜିତ(୧୯) ଓ ଦୁମକୁ ଗ୍ରାମର ଗୋବିନ୍ଦ କିଷାନ(୨୮)ଏବଂ ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ନୂଆପାଲି ଗ୍ରାମର ଅନିଲ ମଞ୍ଜ(୨୭) ଓ କୁତ୍ରା ଥାନା କର୍ମାବାହାଲ ଗ୍ରାମର ସରୋଜ ଏକ୍କା (୨୪)।

ପୀଡ଼ିତାଙ୍କ ବାପାଙ୍କ ରିପୋର୍ଟ ଅନୁଯାୟୀ, ପୋଲିସ ମହୁଲପାଲି ଥାନାରେ ବିଭିନ୍ନ ଦଫାରେ କେସ୍‌ ନଂ୧୮୮/୨୪ରେ ଏକ ମାମଲା ରୁଜୁ କରିଛି। ପୋଲିସ ସେମାନଙ୍କଠାରୁ ଏକ ବାଇକ୍‌,୫ଟି ମୋବାଇଲ ସହ ନଗଦ ୭୫୦ଟଙ୍କା ଜବତ କରିଛି।

ସୂଚନାନୁଯାୟୀ, ପୀଡ଼ିତା ନାବାଳିକା ଜଣକ ଶନିବାର ରାତି ୨ଟାରେ ତାଙ୍କ ସମ୍ପର୍କୀୟ ଭାଇ ଓ ପଡ଼ୋଶୀମାନଙ୍କ ସହ ବିଲୁଙ୍ଗ ଗ୍ରାମରୁ ଅପେରା ଦେଖି ଫେରୁଥିଲେ। ଅଭିଯୁକ୍ତମାନେ ବିଲୁଙ୍ଗ-ଲପଡା ମଝିରେ ଥିବା ପୋଲ ନିକଟରେ ପୀଡ଼ିତାଙ୍କ ସାଥୀରେ ଥିବା ସମସ୍ତଙ୍କୁ ମାଡ୍‌ପିଟ୍‌ କରି ତାଙ୍କୁ ଜଙ୍ଗଲକୁ ଟେକିନେଇ ଗଣବଳାତ୍କାର କରିଥିଲେ। ପରେ ପୀଡ଼ିତାଙ୍କୁ ତାଙ୍କ ଗାଁ ପାଖରେ ଛାଡ଼ି ଦେଇଥିଲେ। ପୀଡ଼ିତା ନାବାଳିକା ଘରେ ପହଞ୍ଚି ଘଟଣା ସମ୍ପର୍କରେ କହିବାରୁ ରବିବାର ସକାଳେ ତାଙ୍କ ବାପା ମହୁଲପାଲି ଥାନାରେ ଲିଖିତ ରିପୋର୍ଟ କରିଥିଲେ। ପୋଲିସ ମଙ୍ଗଳବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା ବୁର୍ଲା ଭୀମସାର ମେଡିକାଲରେ କରିଥିବାବେଳେ ସମ୍ବଲପୁର ପୋକ୍ସୋ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଇଛି। ଏନେଇ ବୁଧବାର କୁଚିଣ୍ଡା ଏସ୍‌ଡିପିଓ ଅମିତାଭ ପଣ୍ଡା ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚକା ଫାଟି ଓଭର ବ୍ରିଜ ତଳକୁ ଖସିଲା କାର: ଜଣେ ମୃତ, ୩ ଗୁରୁତର

ନିରାକାରପୁର,୧୯।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଚକା ଫାଟିଯିବାରୁ କାରଟି ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସି ପଡିଛି। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ଜୟନ୍ତୀରେ ବି ମନେ ପଡ଼ିଲେ ନି ବହ୍ନିକନ୍ୟା: ଧୂଳିମୟ ପ୍ରତିମୂର୍ତ୍ତି

ବରଗଡ଼,୧୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅନେକ ମହାପୁରୁଷ, ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ରହିଛି। କିନ୍ତୁ ପ୍ରତିମୂର୍ତ୍ତିଗୁଡ଼ିକର ଯତ୍ନ କିମ୍ବା ରକ୍ଷଣାବେକ୍ଷଣ ଠିକ୍‌ଭାବେ କରାଯାଉ ନାହିଁ। ରବିବାର ସ୍ବାଧୀନତା...

ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ଏସ୍‌ପି ଅଫିସରେ ଆଇଜି ହିମାଂଶୁ ଲାଲ କଲେ ସମୀକ୍ଷା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣାକୁ ୭ ଦିନ ବିତିଯାଇ ଥିଲେ ମଧ୍ୟ ପୋଲିସ...

ଟ୍ରକ ଚକା ତଳେ ପଡ଼ି ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

ପଟ୍ଟାଙ୍ଗି,୧୯।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନ ୨୬ ନଂ ଜାତୀୟ ରାଜପଥ ରାଲେଗଡ଼ା ପଞ୍ଚାୟତ ବୋଡାପାଡୁ ଛକରେ ରବିବାର ଟ୍ରକ ଚକା...

ବଦଳିବ କଳାହାଣ୍ଡି ଆଇନ ମହାବିଦ୍ୟାଳୟର ରୂପରେଖ

ଭବାନୀପାଟଣା,୧୯ା୧ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବା ତଥା ଜିଲାରେ ଶତାଧିକ ଆଇନଜୀବୀ, ବିଚାରପତି ତିଆରି କରିଥିବା କଳାହାଣ୍ଡି ଆଇନ...

ସ୍ତ୍ରୀଙ୍କୁ ନିର୍ଯାତନା: ସ୍ବାମୀଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଏମ୍‌.ଲିଲି ପାତ୍ରଙ୍କୁ ତାଙ୍କ ସ୍ବାମୀ ଏମ୍‌.ଅଶୋକ ପାତ୍ର ନିସ୍ତୁକ ମାଡ଼ ମାରିବା ସହ...

ଧରାପଡ଼ିଲେ ୬ ମାଓବାଦୀ: ହିଂସାକାଣ୍ଡ ପାଇଁ ଯୋଗାଉଥିଲେ ବିସ୍ଫୋରକ

ମାଲକାନଗିରି,୧୯ା୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍‌ମା ଜିଲା ପୋଲିସ ୨ ପୁରସ୍କାର ଘୋଷିତ ମାଓବାଦୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା...

ମାଟି ଖୋଲିଲେ ବିଡିଓ, ବୋହିଲେ ମହିଳା ସରପଞ୍ଚ

କୁଚିଣ୍ଡା,୧୯ା୧(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅଞ୍ଚଳରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ବିଭିନ୍ନ ପ୍ରକଳ୍ପ କାମ ହେଉଛି। କୁଚିଣ୍ଡା ବ୍ଲକ ଖଣ୍ଡୋକଟା ପଞ୍ଚାୟତର ଜୁନାନୀ ଗ୍ରାମର ଚାଷଜମିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri