ଗଞ୍ଜାମ ମାନଚିତ୍ରରୁ ଲିଭିଯିବ ପୋଡ଼ମପେଟା

ଛତ୍ରପୁର/ଗଞ୍ଜାମ(ଡି.ଏନ.ଏ)/ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ପୋଡମପେଟା ଗାଁ ଗଞ୍ଜାମ ମାନଚିତ୍ରରୁ ଲିଭିଯିବାକୁ ବସିଛି। ଦିନକୁ ଦିନ ସମୁଦ୍ର କୂଳ ଖାଉଥିବାରୁ ଏହି ଆଶଙ୍କା ଦେଖାଦେଇଛି ା ପୂର୍ବରୁ ସମୁଦ୍ର ଗାଁଠାରୁ ୨ କି.ମି. ଦୂରରେ ଥିବା ବେଳେ ବାରମ୍ବାର ଲଘୁଚାପ ବାତ୍ୟାରେ ଅଶାନ୍ତ ହୋଇ ଏବେ ଗାଁ ନିକଟବର୍ତ୍ତୀ ହେବାରେ ଲାଗିଛି।ତୁରନ୍ତ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଅଞ୍ଚଳବାସୀ କହିଛନ୍ତି। ସମୁଦ୍ରର ଉଚ୍ଚ ଲହଡି ମାଡ଼ରେ ପୋଡମପେଟାର ଗୋଟିଏ ପରେ ଗୋଟିଏ ଘର ଭୁଶୁଡି ସମୁଦ୍ର ଗର୍ଭରେ ଲୀନ ହେଉଛି। ପୂର୍ବରୁ ଏହି ଗାଁର ୩ଟି ସାହିର ୩୦ରୁ ଉର୍ଦ୍ଧ୍ୱ ଘର ଉଚ୍ଚ ଜୁଆରରେ ଭାଙ୍ଗି ସମୁଦ୍ରରେ ଲୀନ ହୋଇଯାଇଛି। ଗତ ଦୁଇ ମାସ ମଧ୍ୟରେ ଗାଁର ଆଉ ୨ଟି ସାହି ସମୁଦ୍ର ମଧ୍ୟକୁ ଚାଲିଯାଇଛି। ଏକଦା ଉକ୍ତ ଗାଁରେ ୫୦୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରିଆସୁଥିଲେ। ସମସ୍ତେ ମତ୍ସ୍ୟଜୀବୀ ପରିବାର। ସମୁଦ୍ରରେ ମାଛ ମାରିଲେ ଏମାନେ ପେଟ ପୋଷିଥାନ୍ତି। ହେଲେ ସମୁଦ୍ର ଗାଁ ମୁହଁା ହେବା ଏବଂ ଗୋଟିଏ ଘର ଏବେ ଗାଁରେ ମାତ୍ର ୩ ଟି ପରିବାର ଥିବାବେଳେ ସମ୍ପୂର୍ଣ୍ଣ ଗାଁ ଖାଁ ଖାଁ ହୋଇଛି।

 

ଗ୍ରାମଦେବୀଙ୍କ ରୋଷରୁ ଏପରି ହେଉଛି
ଗ୍ରାମଦେବତୀ ମା’ ପୋଲାମ୍ମା ଠାକୁରାଣୀଙ୍କ ପୂଜା ବନ୍ଦ ହେବାଠାରୁ ତାଙ୍କ ରୋଷ କାରଣରୁ ପୋଡମପେଟା ଗାଁ ସମୁଦ୍ର ଗର୍ଭରେ ଲୀନ ହେଉଥିବା ମହିଳା ପୂଜାରୀ ସିଏଚ୍‌. ପାଇଣ୍ଡି କହିଛନ୍ତି। ସମୁଦ୍ର କୂଳ ଖାଇ ଜନବସତି ଆଡକୁ ମୁହଁା ହେଉଥିବାରୁ ଲୋକେ ଅନ୍ୟତ୍ର ଚାଲି ଯାଇ ଥଇଥାନ ହେଲେ। ହେଲେ ଗ୍ରାମଦେବତୀଙ୍କୁ ସାଙ୍ଗରେ ନେବାକୁ ଭୁଲି ଯାଇଥିଲେ। ମରିଯିବି ପଛେ ଏହି ଗାଁରୁ ଗ୍ରାମଦେବତୀଙ୍କୁ ସାଥୀରେ ନ ନେଇ ଫେରିବିନି। ଯେ ପର୍ଯ୍ୟନ୍ତ ପୋଲାମା ଠାକୁରାଣୀ ଗାଁରେ ଅଛନ୍ତି ସେ ପର୍ଯ୍ୟନ୍ତ ପୁରା ଗାଁକୁ ସମୁଦ୍ର ନିଶ୍ଚିହ୍ନ କରିପାରିବନି ବୋଲି ସେ କହିଛନ୍ତି।
– ସିଏଚ୍‌.ପାଇଣ୍ଡି
ଘର ନ ଛାଡ଼ି ଯିବିନାହିଁ
ପୂର୍ବରୁ ଏହି ସମୁଦ୍ର କୂଳରେ ରହି ଜୀବିକା ଅର୍ଜନ କରୁଥିଲୁ। ବର୍ତ୍ତମାନ ସମୁଦ୍ର କୂଳ ଲଂଘୁଥିବାରୁ ପ୍ରଶାସନ ଆମକୁ ଏହି ଅଞ୍ଚଳରୁ ଉଠାଇଦେଇଛି। କିନ୍ତୁ ମୁଁ ଏହି ଘର ଛାଡି ଯିବିନି। ଏଭଳି ଭାବେ ଗମ୍ଭୀର ସ୍ବରରେ ବୟସ୍କା ବୃଦ୍ଧା ବି. ଆଉଟି କହିଛନ୍ତି। ଆମର ପୂର୍ବ ପୁରୁଷ ଏଠାରେ ରହି ମାଛ ମାରୁଥିଲେ। ମୁଁ ଏହି ଘର ଛାଡିବିନି। ସମୁଦ୍ର ଆମ ଦେବତା। ଏଣୁ ସମୁଦ୍ରକୁ ଛାଡି ମୁଁ କୁଆଡେ ଯିବିନି। ଏହି ଘର ମଧ୍ୟରେ ଲକ୍ଷାଧିକ ଟଙ୍କାର ଜାଲ ରହିଛି। ପୁଅମାନେ ଏଠାକୁ ଆସି ମାଛ ଧରୁଛନ୍ତି।
– ବି.ଆଉଟି
ସରକାର ସ୍ଥାୟୀ ପ୍ରତିକାର କରନ୍ତୁ
ମସତ୍‌ୟଜୀବୀଙ୍କ ଘର ସମୁଦ୍ରରେ ମିଶିଯାଇଛି। ଏଠାର ସ୍ଥାନୀୟ ଅଞ୍ଚଳବାସୀଙ୍କ ଚାଷ ଜମି ମଧ୍ୟ ପ୍ରଭାବିତ ହୋଇଛି ା ଏଥିସହ ମୟରପଦା, କଣ୍ଟିଆଗଡ ଓ ନୀଳାଦ୍ରିପୁର ଗାଁର କାଜୁ ଜଙ୍ଗଲ ନଷ୍ଟ ହେଉଛି ା ଏଣୁ ରାଜ୍ୟ ସରକାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ପୂର୍ବତନ ସରପଞ୍ଚ ଦିଲୀପ ଛୋଟରାୟ କହଛନ୍ତି।
ଦିଲୀପ କୁମାର ଛୋଟରାୟ
୧୨ ଗ୍ରାମବାସୀ ଭୟଭୀତ
ସମୁଦ୍ର କୂଳ ଖାଉଥିବାରୁ ପୋଡମପେଟା ଗାଁ ନିଶ୍ଚିହ୍ନ ହେବାକୁ ବସିଲାଣି। ନିକଟରେ ଥିବା ୧୨ ଖଣ୍ଡ ଗାଁ ପ୍ରତି ମଧ୍ୟ ବିପଦ ମାଡି ଆସୁଛି।ଏନେଇ ଉକ୍ତ ଗାଁ ଗୁଡିକର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଣୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଏକ ପଥର ବନ୍ଧ ନିର୍ମାଣ କରନ୍ତୁ। ଯାହାଫଳରେ ୧୨ ଟି ଗାଁବାସୀଙ୍କ ଭୟ ଓ ପୋଡମପେଟା ଗାଁକୁ ସମୁଦ୍ରରେ ମିଶିବାକୁ ରୋକାଯାଇପାରିବ ା ଏଥିସହ ସ୍ଥାୟୀ ପ୍ରତିକାର କରିବାକୁ କଣ୍ଟିଆଗଡ ଗାଁର ଶିବରାମ ପଲେଇ କହିଛନ୍ତି। ଆମକୁ ବିସ୍ଥାପିତ କରିବ ବୋଲି ପ୍ରଶାସନ କହୁଛି। ମାତ୍ର କାଜୁ ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚୁଛୁ। ଏଣୁ କିଭଳି ଆମେ ଏହା ଛାଡି ଯିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଶିବରାମ ପଲେଇ
ଫାଇଲିନ୍‌ କ୍ଷତିପୂରଣ ମିଳିନି
ଫାଇଲିନ୍‌ ବାତ୍ୟା ରେ ବହୁ ଡଙ୍ଗା ଓ ଜାଲ ନଷ୍ଟ ହୋଇଥିଲା। ଏନେଇ ସର୍ଭେ ମଧ୍ୟ ହୋଇଛି ଏବଂ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁୃତି ମିଳିଥିଲା। ମାତ୍ର ଏଯାବତ କ୍ଷତି ପୂରଣ ମିଳିନଥିବା ପୂର୍ବତନ ୱାର୍ଡମେମ୍ବର ଏଲ. ଆସରିଗା କହିଛନ୍ତି।
ଏଲ. ଆସରିଗା
ପାଣି ସମସ୍ୟା ଲାଗି ରହିଛି
ପୋଡମପେଟା ଓଡିଆରପି କଲୋନୀ-୨ ରେ ପାଣି ସମସ୍ୟା ଲାଗି ରହିଛି। ଗତ ୧୦ ଦିନ ହେଲା ସମସ୍ୟା ଆହୁରି ଉକତ୍ଟ ହୋଇଛି। ଏଠାରେ ଉଭରହେଡ ଟ୍ୟାଙ୍କ ନିର୍ମାଣ କରି ପାଣି ଗଛିତ ରଖି ଯୋଗାଣ କରିବାକୁ ଏଠାର ବାସିନ୍ଦା ସିଏଚ୍‌. ଗାରେୟା କହିଛନ୍ତି।
ସିଏଚ୍‌. ଗାରେୟା
ଆଦର୍ଶ କଲୋନୀ ସ୍ଥାପନ ଯୋଜନା
ସମୁଦ୍ର କୂଳ ଲଂଘୁଥିବା ଏବଂ ଜନବସତି ପ୍ରତି ବିପଦ ଥିବାରୁ ଏକ ଆଦର୍ଶ କଲୋନୀ କରାଯିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ଲାନ କରାଯାଇଛି ବୋଲି ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି।
ଦିବ୍ୟଜ୍ୟୋତି ପରିଡ଼ା,ଜିଲାପାଳ, ଗଞ୍ଜାମ


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?